ବୋରିଗୁମ୍ମା (K.sakil Dora)– ଲକ ଡାଉନ ସମୟରେ ମହିଳା ଓ ଶିଶୁ ବିକାଶ ବିଭାଗ ଗର୍ଭବତୀ ମହିଳା ଓ ଶିଶୁ ମାନଙ୍କ ପାଇଁ ପୃଷ୍ଟିକର ଖାଦ୍ୟ ଦେବା ପାଇଁ ସରକାର ଘୋଷଣା କରିଛନ୍ତି। ପ୍ରତି ଅଙ୍ଗନବାଡି କେନ୍ଦ୍ର ରେ ଅଙ୍ଗନବାଡି କର୍ମୀ ମାନେ ଘର କୁ ଯାଇ ଏହି ପୃଷ୍ଟିକର ଆହାର ପ୍ରଦାନ କରିବେ। କିନ୍ତୁ ବୋରିଗୁମ୍ମା ବ୍ଲକର ସସାହାଣ୍ଡି ଗ୍ରାମର ଅଙ୍ଗନବାଡି କେନ୍ଦ୍ର….୧ ରେ ବ୍ୟତିକ୍ରମ ଦେଖାଦେଇଛି।
ସେଠାରେ କାର୍ଯ୍ୟରତ ଅଙ୍ଗନବାଡି କର୍ମୀ ଦୀର୍ଘ ଚାରି ମାସ ହେବ ଗର୍ଭବତୀ ମହିଳା ଓ ପିଲାମାନଙ୍କୁ ଛତୁଆ, ଚାଉଳ ଓ ଅଣ୍ଡା ପ୍ରଦାନ କରି ନ ଥିବା ଅଭିଯୋଗ ହେଉଛି। ଏହାର ପ୍ରତିବାଦ କରି ସସାହାଣ୍ଡି ଗ୍ରାମବାସୀ ଆଜି ଅଙ୍ଗନବାଡି କେନ୍ଦ୍ର କୁ ଘେରାଉ କରିବା ସହ ଅଙ୍ଗନବାଡି କର୍ମୀ ଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସି ଡ଼ି ପି ଓ ନିକଟରେ ଦାବୀ କରିଛନ୍ତି।ସସାହାଣ୍ଡି ଅଙ୍ଗନବାଡି କେନ୍ଦ୍ର ..୧ କର୍ମୀ ମିନତୀ ନାୟକ ଅଙ୍ଗନବାଡି କେନ୍ଦ୍ର ଠିକ ଭାବେ ଖୋଲୁନାହଁ। ଗର୍ଭବତୀ ମହିଳା ଙ୍କୁ ମାସରେ ୧୨ ଗୋଟି ଅଣ୍ଡା ବଦଳରେ ୪ ଗୋଟି ଅଣ୍ଡା ପ୍ରଦାନ କରୁଛି। ସେହି ୪ ଗୋଟି ଅଣ୍ଡା ବି ପଚାସଡା ବୋଲି ଲୋକମାନେ ଅଭିଯୋଗ କରିଛନ୍ତି।
ସେହିପରି ଅଙ୍ଗନବାଡି କେନ୍ଦ୍ର ରେ ପଡୁଥିବା ପ୍ରି ସ୍କୁଲ ପିଲାମାନଙ୍କ ପାଇଁ ମାସକୁ ୨୦ ଗୋଟି ଅଣ୍ଡା, ଦୁଇ କିଲୋ ଚାଉଳ ଓ ପନିପରିବା ପୃଷ୍ଟିକର ଖାଦ୍ୟ ଘରକୁ ଦେବାର ନିୟମ ରହିଛି। କିନ୍ତୁ ଅଙ୍ଗନବାଡି ଦିଦି ମିନତୀ ନାୟକ ଏହାର ଖୁଲାମଖୁଲା ଉଲଂଘନ କରୁଛନ୍ତି। କୌଣସି ପ୍ରି ସ୍କୁଲ ପିଲାକୁ ଠିକ ରୂପେ ଅଣ୍ଡା, ଚାଉଳ କିମ୍ବା ଛତୁଆ ପ୍ରଦାନ କରାଯାଉନାହିଁ। ସସାହାଣ୍ଡି ହରିଜନ ସାହି ର ପଦ୍ମିନୀ ହରିଜନ, ଜୟନ୍ତୀ ହରିଜନ, ଚନ୍ଦ୍ରମା ହରିଜନ, ସୁଲୋଚନା ହରିଜନ, ମିତା ଗଣ୍ଡା, ପ୍ରଦୀପ ହରିଜନ, ସୁବାକାର ହରିଜନ, ରାଜେଶ ହରିଜନ ପ୍ରମୁଖ ଅଙ୍ଗନବାଡି କେନ୍ଦ୍ର ଘେରାଉ କରିଥିଲେ। ଅଙ୍ଗନବାଡି କର୍ମୀ ଙ୍କ ବିରୁଦ୍ଧରେ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସି ଡ଼ି ପି ଓ ନିକଟରେ ଦାବୀ କରିଛନ୍ତି।ପ୍ରକାଶ ଥାଉକି ଗତ ଛଅ ମାସ ତଳେ ଏହି ଅଙ୍ଗନବାଡି କର୍ମୀ ଙ୍କ ବିରୁଦ୍ଧରେ ଗ୍ରାମବାସୀ ସି ଡ଼ି ପି ଓ ନିକଟରେ ଅଭିଯୋଗ କରିଥିଲେ।