120 ନଟ ଆଉଟ ! ନେହେରୁଙ୍କ ଠାରୁ ନେଇ ନରେନ୍ଦ୍ର ମୋଦୀଙ୍କ ପର୍ଯ୍ୟନ୍ତ … ସ୍ୱାଧୀନ ଭାରତର ସମସ୍ତ ନିର୍ବାଚନର ସାକ୍ଷୀ ରହିଛନ୍ତି ପ୍ରୟାଗରାଜର ଭୋଟର୍ସ
ନୂଆଦିଲ୍ଲୀ : ଦେଶ ସ୍ୱାଧୀନତା ପାଇବାର ୭ ଦଶକ ରୁ ଉର୍ଧ୍ଵ ହୋଇସାରିଛି, ୧୯୪୭ ରେ ଆମ ଦେଶ ସ୍ୱାଧୀନ ହେବା ପରେ ୧୯୫୨ ରେ ଦେଶ ର ପ୍ରଥମ ଲୋକସଭା ମତଦାନ ହୋଇଥିଲା l ବର୍ତମାନ ପୁନର୍ବାର ଦେଶରେ ନିର୍ବାଚନ ବିଗୁଲ ବାଜି ସାରିଛି l ଭାରତରେ ଏଭଳି ଅନେକ ମତଦାତା ଅଛନ୍ତି ଯିଏକି ପ୍ରଥମ ସାଧାରଣ ନିର୍ବାଚନ ରେ ମତଦାନ କରିଥିଲେ ଏବଂ ବର୍ତମାନ ୨୦୨୪ ରେ ମଧ୍ୟ ମତଦାନ କରିବା ପାଇଁ ସମ୍ପୂର୍ଣ ପ୍ରସ୍ତୁତ ଅଛନ୍ତି l ସେହିଭଳି ଜଣେ ମତଦାତା ଅଛନ୍ତି ଉତ୍ତରପ୍ରଦେଶ ର ପ୍ରୟାଗରାଜ ଜିଲ୍ଲାରେ l ଯିଏକି ୧୦୦ ବର୍ଷ ଜୀବନ ର ଅତିକ୍ରମ କରି ସାରିଛନ୍ତି l ଇଲେକ୍ସନ କମିଶନ ଙ୍କ ଦ୍ୱାରା ଜାରି ମତଦାନ ତାଲିକା ଅନୁସାରେ ଏହି ଜିଲା ରେ ୪୬ ଲକ୍ଷ ଭୋଟର ଅଛନ୍ତି l
ଯେଉଁଥିରେ ଏହି ଭୋଟର ଲିଷ୍ଟ ରେ ଏଭଳି କିଛି ବ୍ୟକ୍ତି ଅଛନ୍ତି ଯିଏକି ଜୀବନ ର ୧୨୦ ବର୍ଷ ଅତିକ୍ରମ କରି ସାରିଛନ୍ତି l ଏହି ତାଲିକାରେ ୪୪ ପୁରୁଷ ଓ ୩୮ ମହିଳା ଅଛନ୍ତି , ଯିଏକି ଲୋକସଭା ମତଦାନ ରେ ଭୋଟ ଦେବା ପାଇଁ ପ୍ରସ୍ତୁତ ଅଛନ୍ତି l ଏହି ଭୋଟର ମାନେ ସ୍ୱାଧୀନ ଭାରତ ର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁ ଙ୍କ ଠାରୁ ନେଇ ନରେନ୍ଦ୍ର ମୋଦୀ ଙ୍କ ପର୍ଯ୍ୟନ୍ତ ଲୋକସଭା ମତଦାନ ରେ ସକ୍ରିୟ ରହିଛନ୍ତି l କେବଳ ଏତିକି ନୁହେଁ କିଛି ଏପରି ବୃଦ୍ଧ ବୃଦ୍ଧା ମଧ୍ୟ ଅଛନ୍ତି ଯିଏ କ ବ୍ରିଟିଶ ଶାସନ ର ମଧ୍ୟ ରାଜନୈତିକ ସାକ୍ଷୀ ହୋଇ ରହିଛନ୍ତି l