Odisha news

୨୦୨୪ ଇଲେକ୍ସନ କୁ ନେଇ ସାଧୁବାବା କଲେ ଏଭଳି ଭବିଷ୍ୟବାଣୀ

0

ନୂଆଦିଲ୍ଲୀ : ୨୦୨୪ ଇଲେକ୍ସନ ପାଖେଇ ଆସିଲାଣି, ବର୍ତମାନ ସବୁଆଡେ ଇଲେକ୍ସନ କୁ ନେଇ ମାହୋଲ ଗରମ l ଚା ଦୋକାନର ଖଟି ଠାରୁ ନେଇ ମେଳା ମୋହତ୍ସବ ରେ ସବୁଠି ବିଭିନ୍ନ ରାଜନୈତିକ ଦଳକୁ ନେଇ ଲୋକେ ନିଜ ନିଜର ମତ ଦେଉଛନ୍ତି , ସାଧାରଣ ଲୋକ ଙ୍କ ଠାରୁ ନେଇ ସାଧୁବାବା ତପସ୍ୱୀ ଙ୍କ ପର୍ଯ୍ୟନ୍ତ ଭବିଷ୍ୟବାଣୀ କରିବାରେ ଲାଗି ପଡିଛନ୍ତି ଯେ ୨୦୨୪ ରେ କିଏ ଗଢ଼ିବ ସରକାର ? ଠିକ ଏହି ସମୟରେ ଗୋଟିଏ ଖବର ଜାତୀୟ ଗଣମାଧ୍ୟମ ନବଭାରତ ଟାଇମ୍ସ ଜରିଆରେ ସାମ୍ନାକୁ ଆସିଛି l

ନିକଟରେ ଗୋବର୍ଧନ ପୂଜା ହୋଇ ଯାଇଛି l ଏହି ପୂଜାକୁ ସୋନଭଦ୍ର ନଦୀ କୂଳରେ ମରକୁଣ୍ଡି ଘାଟି ନିକଟରେ ଯାଦବ ସମାଜ ଙ୍କ ପକ୍ଷରୁ ଆନୁଷ୍ଠାନିକ ଭାବରେ ପାଳନ କରାଯାଇଥିଲା l ଏହି କାର୍ଯ୍ୟକ୍ରମ ରେ ପୂଜା କରୁଥିବା ଜଣେ ପୂଜକ ନିଜର ମସ୍ତକ କୁ ଅଗ୍ନି କୁଣ୍ଡରେ ପୁରାଇ ଦେଇଥିଲା ଏବଂ ନିଜେ ମଧ୍ୟ ହୋମ କୁଣ୍ଡ ମଧ୍ୟକୁ ଡେଇଁ ପଡ଼ିଥିଲେ l ଏହାପରେ ପୂଜକ ଜଣଙ୍କ ଖୁବ ଉତପ୍ତ ଗରମ ଦୁଗ୍ଧ ଯାହାକି ଚୁଲି ଉପରେ ଫୁଟୁଥିଲା ସେଥିରେ ସ୍ନାନ କରିବାକୁ ଆରମ୍ଭ କରିଥିଲେ l ଏହି ଘଟଣାକୁ ଦେଖି ସେଠାରେ ଉପସ୍ଥିତ ଥିବା ଶ୍ରଦ୍ଧାଳୁ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ lଏହାକୁ ଦେଖି ପୂଜାରୀ ଙ୍କୁ ପଚରା ଯାଇଥିଲା ସେ କହିଥିଲେ ଯେ ଭଗବାନ ଶ୍ରୀକୃଷ୍ଣ ଙ୍କ କୃପାରୁ ଏହି କାର୍ଯ୍ୟକୁ କରି ତାଙ୍କର କୌଣସି କ୍ଷତି ହୋଇନାହିଁ l

ଏହାପରେ ସେ ୨୦୨୪ ପାଇଁ ଭବିଷ୍ୟବାଣୀ କରିଥିଲେ ଓ କହିଥିଲେ ଭାରତରେ ସରକାର ପରିବର୍ତନ ହେବାର କୌଣସି ସମ୍ଭାବନା ନାହିଁ l ଯଦି ଲୋକମାନେ ନିଜ ଚିନ୍ତାଧାରା ବଦଳାଇ ଦେବେ ସରକାର ପରିବର୍ତ୍ତନ ହେବାର ସମ୍ଭାବନା ରହିଛି l ଏବଂ ପୂଜକ ଜଣଙ୍କ କହିଥିଲେ ଯେ ଆଗାମୀ ବର୍ଷ କିଛିଟା ପ୍ରାକୃତିକ ଦୁର୍ବିପାକ ହେବାର ସମ୍ଭାବନା ରହିଛି l ଯାହାକି ଜନଜୀବନ ନଷ୍ଟ କରିପାରେ l ପ୍ରତିବର୍ଷ ଏହି ଗୋବର୍ଧନ ପୂଜାରେ ଉତର ପ୍ରଦେଶ, ଝାରଖଣ୍ଡ, ବିହାର, ମଧ୍ୟପ୍ରଦେଶ ଏବଂ ଛତିଶଗଡ଼ରୁ ଅନେକ ଶ୍ରଦ୍ଧାଳୁ ଏଠାକୁ ଆସି ଏକତ୍ରିତ ହୋଇ ଥାଆନ୍ତି l

Leave A Reply