ଜୁଲାଇ ୬ ତାରିଖ ରେ ଦେବ ଶୟନ ଏକାଦଶୀ , ଏହି ସେହି ଦିନଠାରୁ ଚାତୁର୍ମାସ ଆରମ୍ଭ ହେଉଛି, ଶୟନ ଏକାଦଶୀ ରୁ ଭଗବାନ ବିଷ୍ଣୁ ନିଦ୍ରା ରେ ଯିବେ ଚାରିମାସ ପାଇଁ, ଏବଂ ଏହିଦିନ ଠାରୁ ଚାତୁର୍ମାସ ଆରମ୍ଭ ହେଉଛି, ଯାହାକି କାର୍ତିକ ମାସରେ ଦେବ ଉତ୍ଥାନ ଏକାଦଶୀ ରେ ସମାପ୍ତ ହେବ l ଚାତୁର୍ମାସ ରେ ଭଗବାନ ବିଷ୍ଣୁ ଯୋଗ ନିଦ୍ରା ରେ ରହିବେ, ତେଣୁ ଏହି ଲମ୍ବା ଅବଧି ରେ ମାଙ୍ଗଳିକ ଓ ଶୁଭ କାର୍ଯ୍ୟ କରିବା ଉଚିତ ନୁହେଁ l
ପୌରାଣିକ ମାନ୍ୟତା ଅନୁସାରେ ଆଷାଢ଼ ମାସରେ ଭଗବାନ ବିଷ୍ଣୁ ବାମନ ଅବତାର ନେଇଥିଲେ ଓ ରାଜା ବଳି ଙ୍କ ନିକଟରୁ ତିନିପାଦ ଜାଗା ମାଗିଥିଲେ, ଗୋଟିଏ ପାଦ ରେ ଆକାଶ ସମସ୍ତ ତାଙ୍କ ପାଦ ତଳେ ରହିଥିଲା, ଦ୍ଵିତୀୟ ପାଦରେ ସାରା ପୃଥିବୀ ତାଙ୍କ ପାଦ ତଳେ ରହିଗଲା, ଏବଂ ତୃତୀୟ ପାଦ କେଉଁଠି ରଖିବେ ବୋଲି ପ୍ରଶ୍ନ ପଚାରିବାରୁ ରାଜା ବାଳି ନିଜ ମସ୍ତକ ଦେଖାଇ ଦେଇଥିଲେ, ଏବଂ ଭଗବାନ ବିଷ୍ଣୁ ତାଙ୍କୁ ପାତାଳ ଲୋକ କୁ ଦାବି ଦେଇଥିଲେ l
ଏବଂ ଭଗବାନ ବିଷ୍ଣୁ ପାତାଳ ଲୋକର ରକ୍ଷା ପାଇଁ ବଚନ ନେଇଥିଲେ, ଏବଂ ପାତାଳ ଲୋକ ର ରକ୍ଷା ପାଇଁ ଭଗବାନ ବିଷ୍ଣୁ ଚାରିମାସ ଯୋଗ ନିଦ୍ରା ରେ ଯାଇ ଥାଆନ୍ତି l
କିନ୍ତୁ ଏହି ଚାତୁର୍ମାସ ଆସିବା ପୂର୍ବରୁ କିଛିଟା କାର୍ଯ୍ୟ ଆମେ କରିଦେବା ଜରୁରୀ, କାହିଁକିନା ଏହି ଚାରିମାସ ଶୁଭ କାର୍ଯ୍ୟ ପାଇଁ ଠିକ ସମୟ ନୁହେଁ, ଟେଂନୁ ଚଳିତ ବର୍ଷ ଜୁଲାଇ ୬ ପୂର୍ବରୁ ବିବାହ ବ୍ରତ ଭଳି ମାଙ୍ଗଳିକ କାର୍ଯ୍ୟ କରିବା ଉଚିତ ନୁହେଁ, କିନ୍ତୁ ଏଥିପାଇଁ ଶୁଭ ମୁହୂର୍ତ୍ତ ର ଧ୍ୟାନ ରଖିବା ଜରୁରୀ, ଜୁଲାଇ ୬ ପୂର୍ବରୁ ଛୋଟ ପିଲାଙ୍କ କେଶ କାଟିବା, ଗୃହ ପ୍ରବେଶ ଭଳି କାର୍ଯ୍ୟ ସାରି ଦେବା ଆବଶ୍ୟକ l ଯଦି ଚାତୁର୍ମାସ ରେ କୌଣସି ବିଶେଷ ପୂଜା କରିବାକୁ ଚାହୁଁଛନ୍ତି ତାହା କରନ୍ତୁ, ସେଥିରେ କୌଣସି ବାରଣ ନାହିଁ l