ପ୍ରତାପ ଚନ୍ଦ୍ର ସାହୁ , ନବରଙ୍ଗପୁର : ଭାରତୀୟ ସମ୍ବିଧାନ୍ ରେ ନାଗରିକ୍ ମାନଙ୍କୁ ଦିଆ ଯାଇ ଆସୁଥିବା ମୌଳିକ ଅଧିକାର ଗୁଡିକ ମଧ୍ୟରୁ ” ଖାଉଟି ଙ୍କ ସୁରକ୍ଷା ଓ ଅଧିକାର ” ଅନ୍ୟତମ। କୌଣସି ଖାଦ୍ୟ ଦ୍ରବ୍ୟ ର୍ ନିର୍ମାତା , ବିକ୍ରେତା ବା ବିତରକ୍ ,ଜିନିଷ ର୍ ମୂଲ୍ୟ ରେ ,ମାନରେ ,ଗୁଣରେ,ପରିମାନରେ ଉପୋଭୋତ୍କା ଙ୍କୁ ଠକ ଇ ପାରିବେ ନାହିଁ ଆଉ ଯଦି ଠକ ନ୍ତି ତାହେଲେ ଆଇନ ମୁତାବକ ଦଣ୍ଡ ବିଧାନ ର୍ ବ୍ୟବସ୍ଥା ରହିଚି।
ଭାରତ ଭଳି ବିକସୋନ୍ମଖି ରାଷ୍ଟ୍ର କ୍ଷେତ୍ର ରେ ଖାଦ୍ୟ ନିରାପତ୍ତା ଏକ ସମ୍ବେଦନ ସିଲ ପ୍ରସଙ୍ଗ।ଦେଶର ପ୍ରତ୍ୟେକ ନାଗରିକ ଜଣେ ଜଣେ ଉପଭୋତ୍କା। ଏମାନଙ୍କୁ ଠକିବା ର୍ ଅଭିପ୍ରାୟ ରଖି ଯଦି କିଛି କାର୍ଯ୍ୟ କରାଯାଏ,ବିଚାରରେ ଯଦି ଦୋଷୀ ସାବ୍ୟସ୍ତ୍ ହୁଅନ୍ତି ତାହାହେଲେ ସେମାନେ ଖାଉଟି ଙ୍କୁ ଉଚିତ କ୍ଷତି ପୂରଣ ଦେବା ସାଙ୍ଗେ ସାଙ୍ଗେ ନିଜେ ମଧ୍ୟ କାରା ଦଣ୍ଡ ଭୋଗୀ ବାକୁ ପଡି ପାରେ। ୧୯୮୬ ମସିହା ରେ ପାର୍ଲିଆମେଣ୍ଟ ରେ ପ୍ରନିତ୍ ହୋଇଥିବା ଆଇନ ,୧୯୮୭ ମସିହା ରୁ କାର୍ଯ୍ୟ କାରି ହେଉଛି। ଆଧୁନିକ କାଳରେ ମନୁଷ୍ୟ ର୍ ଆବଶ୍ୟକତା ଅପ୍ରତ୍ୟାସିତ୍ ଭାବେ ବଢ଼ି ଚାଲିଛି। ଦିନ କୁ ଦିନ ନୂତନ ନୂତନ ସାମଗ୍ରୀ ବଜାର କୁ ଆସିବା ସାଙ୍ଗେ ସାଙ୍ଗେ ବିଜ୍ଞ ଆ ପାନ (ପ୍ରତିଜୋଗିତା) ମଧ୍ୟ ସେଇ ଅନୁପାତ୍ ରେ ବଢ଼ି ଚାଲିଛି। ଅବଶ୍ୟ ଏଇସବୁ ସିଲ୍ପ୍ କ୍ଷେତ୍ର ରେ ପ୍ରଗତି ର୍ ପରିଚାୟକ୍। କିନ୍ତୁ ଗ୍ରାହକ ଙ୍କୁ ନିଜ ଆଡକୁ ଆକ୍ରୁସ୍ତ୍ କରିବା ଉଦେଶ୍ୟରେ ସାମଗ୍ରୀ ର୍ ବ୍ୟବହାର୍ ଓ ଉପଜୋଗିତା ନେଇ କମ୍ପାନୀ ମାନେ ଲୋଭନିୟ୍ ଵିଜ୍ଞାପନ ଜରିଆ ରେ ବିଭିନ୍ନ ଅଫର୍ ମାନ୍ନ୍ ବି ଦେଇଥାନ୍ତି।
ମାତ୍ର୍ ଜିନିଷ କ୍ରୟ୍ କଲାପରେ ଵିଜ୍ଞାପନ ଓ ପ୍ରଚାର୍ ମୁତାବକ୍ ସେବା ପାଇନଥାନ୍ତି। ଏ ଭଳି କ୍ଷେତ୍ର ରେ ଖାଉଟି ର୍ ସ୍ୱାର୍ଥ ସୁରକ୍ଷା ର୍ ଆବଶ୍ୟକତା ରହିଛି। ଏଇ ସୁରକ୍ଷା ଖାଉଟି ଆଇନ ଜୋଗାଇ ଦେଇ ଆସୁଛି। ଖାଦ୍ୟ,ବସ୍ତ୍ର ଓ ଔଷଧ ଠାରୁ ଆରମ୍ଭ କରି ଅନ୍ୟାନ୍ୟ୍ ନିତ୍ୟ୍ ବ୍ୟବହାର ଉପୋଜୋଗି ଦ୍ରବ୍ୟ ଖାଉଟି କ୍ରୟ୍ କରିଥାଏ। ବ୍ୟବସାୟୀ ଅଧିକ ଲାଭ କରିବାକୁ ସଦା ଚେଷ୍ଟା କରିଥାନ୍ତି। ଏଣୁ ଓଜନ ଓ ମାପ ତଥା ମା ନ୍ ରେ ଠକ ଇ ବାକୁ ଚେଷ୍ଟା କରନ୍ତି। ବେଳେ ବେଳେ ନିମ୍ନ ମା ନ୍ ର୍ ଜିନିଷ ଦେଇ ଅଧିକ ଦାମ ନେଇଥାନ୍ତି। ବେଳେ ବେଳେ ଦ୍ରବ୍ୟ ତ୍ରୁଟି ପୁର୍ଣ ହୋଇଥିବା ହେତୁ ଠିକ ଭାବେ କାର୍ଯ୍ୟ କରି ନ୍ ଥାଏ। ଯା ଦ୍ୱାରା ଖାଉଟି କ୍ଷତି ଗ୍ରସ୍ତ ହୋଇଥାଏ। ଏ ସବୁ ଥିରୁ ରକ୍ଷା ପାଇବା ପାଇଁ “ଖାଉଟି ସୁରକ୍ଷା ଆଇନ” ର୍ ବ୍ୟବସ୍ଥା ରହିଛି।ଖାଉଟି ମାନଙ୍କର ଆପତ୍ତି ଅଭିଯୋଗ ର୍ ବିଚାର୍ କରି ଉଚିତ ନ୍ୟାୟ ଦେବା ସହ ନିର୍ମାତା ତଥା ବିକ୍ରେତା ଠାରୁ କ୍ଷତି ବାବଦକୁ ଅର୍ଥ ଅସୁଲ୍ କରି ଖାଉଟି ଙ୍କୁ ଦେବାର୍ ବ୍ୟବସ୍ଥା ବି କରିଥାନ୍ତି। ଜିଲ୍ଲା ଖାଉଟି ମଞ୍ଚ୍ ରେ ୨୦ ଲକ୍ଷ୍ ଟଙ୍କା ପର୍ଯ୍ୟନ୍ତ ମାମଲା ରୁଜୁ କରଜିବା ର୍ ବ୍ୟବସ୍ଥା ଥିଲା ବେଳେ ,ରାଜ୍ୟ ଖାଉଟି ମଞ୍ଚ୍ ରେ ୨୦ ଲକ୍ଷ ରୁ ଉର୍ଧ୍ଵ୍ ମୂଲ୍ୟ ର୍ ମାମଲା ରୁଜୁ କରାଯିବ ଏବଂ ଏକ କୋଟି ରୁ କମ ମାମଲା ଗ୍ରହଣ କରାଯାଏ।ଜିଲ୍ଲା ଫୋରମ ରେ ଜଣେ ବିଚାର୍ ପତ୍ତି ଙ୍କ ସମେତ ଜଣେ ମହିଳା ସଦସ୍ୟ ଓ ଜଣେ ବେ- ସରକାରି ସଦସ୍ୟ ନିଯୁକ୍ତି ପୈବାର୍ ବ୍ୟବସ୍ଥା ର୍ରହିଛି।
ଆପତ୍ତି ଅଭିଯୋଗ ଗୁଡିକ ବିନା ଖର୍ଚ୍ଚ ରେ ଓ ବିନା ଓକିଲ ରେ ମାମଲା ଦୟର୍ କରାଯାଇ ପାରିବ। ଖାଉଟି ସିଧା ସଳଖ ଅଫିସ ରେ ଅଭିଯୋଗ ଦାଖଲ କରିପାରିବେ ନହେଲେ ଡାକ ଯୋଗେ ମଧ୍ୟ ଦାଖଲ କରିପାରିବେ। ବିଚାର୍ ଶେଷରେ ଖାଉଟି ଙ୍କୁ କ୍ଷତି ପୂରଣ ଦେବା ନିମନ୍ତେ ନିର୍ଦେଶ ଦେବା ସହ ତ୍ରୁଟି ପୁର୍ନ୍ ଦ୍ରବ୍ୟ ଫେରାଇ ନେଇ ଅସଲି(ଭଲ) ଦ୍ରବ୍ୟ ଦେବା ପାଇଁ ଫୋରମ୍(ମଞ୍ଚ୍) ବିକ୍ରେତା ତଥା କମ୍ପାନୀ କୁ ନିର୍ଦେଶ ଦେବା ସହ ଜୋରିମାନା ଓ ଜେଲ ଦଣ୍ଡ ଦେବାର୍ ଆଇନ ରେ ବ୍ୟବସ୍ଥା ରହିଛି। ଖାଉଟି ସୁରକ୍ଷା ଅନୁଯାଇ ଯେଉଁ ସବୁ ଅଧିକାର ପ୍ରଦାନ କରାଯାଇଛି ସେ ଗୁଡିକ ହେଲ- ଧନ ଜୀବନ ପ୍ରତି କ୍ଷତି କାରକ ସାମଗ୍ରୀ ର୍ ବ୍ୟବସାୟ ଜନିତ ବିପଦରୁ ସୁରକ୍ଷା ପ୍ରଦାନ କରିବା,ଆବଶ୍ୟକ ସାମଗ୍ରୀ ର୍ ଗୁଣ ପରିମାନ୍ ବିସୁଦ୍ଧତା ମା ନ୍ ମୂଲ୍ୟ ସମ୍ବନ୍ଧରେ ସଚେତନା କରାଇବା ,ଅସାଧୁ ବ୍ୟବସାୟୀ ଙ୍କ କବଳରୁ ସୁରକ୍ଷା ପ୍ରଦାନ କରିବା ,ଯେତେ ଦୂର ସମ୍ଭବ ପର ବିଭିନ୍ନ ସାମଗ୍ରୀ ର୍ ପ୍ରତିଯୋଗିତା ମୂଲ୍ୟ ନିର୍ଧାରଣ କରିବା ର୍ ଅଧିକାର ,ଉପଯୁକ୍ତ ସଂସ୍ଥା ନିକଟରେ ନିଜର ଆପତ୍ତି ଅଭିଯୋଗ ଉପସ୍ଥାପନ କରି ବିହିତ ବିଚାର୍ ଦାବି କରିବାର୍ ଅଧିକାର , ଅସାଧୁ ବ୍ୟବସାୟି ଓ ନ୍ୟସ୍ତ୍ ସ୍ୱାର୍ଥ ବ୍ୟବସାୟୀ ମାନଙ୍କ ଶୋଷଣ ରୁ ମୁକ୍ତ ରଖିବା ନିମନ୍ତେ ନ୍ୟାୟ ଓ ପ୍ରତିକାର୍ ଲୋଡ଼ ଇବା ର୍ ଅଧିକାର ଆଦି ଅନ୍ତର୍ଗତ।
ଖାଉଟି ସୁରକ୍ଷା ଆନ୍ଦୋଳନ କୁ ଅଧିକ କ୍ରିୟାସିଲ୍ ତଥା ଫଲପ୍ରଦ୍ କରିବା ନିମନ୍ତେ କେନ୍ଦ୍ର ସ୍ତରରେ “କେନ୍ଦ୍ରୀୟ ଖାଉଟି ସୁରକ୍ଷା ପରିଷଦ ” ଗଠନ କରାଯାଇଛି।ରାଜ୍ୟ ସ୍ତରରେ ଖାଉଟି ଓ ଯୋଗାଣ ମନ୍ତ୍ରୀ ଙ୍କ ଅଧ୍ୟଖ୍ୟତା ରେ ଖାଉଟି ପରିଷଦ ଗଠନ କରାଯାଇଛି।ଖାଉଟି ସୁରକ୍ଷା ଆନ୍ଦୋଳନ କୁ ସ୍ୱୀକୃତି ମିଳିଥିଲେ ବି ଏହାକୁ ସାମାଜିକ ଆନ୍ଦୋଳନ ରେ ପରିଣତ କରିବାର୍ ଆବଶ୍ୟକତା ରହିଛି।ଆଜି ଅର୍ଥାତ ଡିସେମ୍ବର ୨୪ ତାରିଖ କୁ ଖାଉଟି ଦିବସ ରୂପେ ପାଳନ କରାଯାଇ ଆସୁଛି।ଏହାକୁ ମଜ୍ ବୁତ୍ତ୍ କରିବା ପାଇଁ ସଂଶୋଧନ ର ଆବଶ୍ୟକତା ଦେଖଦେଇଛି।କେବଳ ଆଇନ ଉପରେ ଆମେ ଭରସା କରି ରହିବା ଠିକ ହେବ ନାହିଁ ।ଏଣୁ ପ୍ରତ୍ୟେକ ସ୍ତରରେ ଆମକୁ ସଚେତନ୍ ହେବାକୁ ପଡିବ।
