ମୂଳଲେଖା-ଡା. ରାଜିବ ମିଶ୍ର, ଅନୁବାଦ- ଇଂ. ବିଦ୍ୟାଧର ପଣ୍ଡା , ଇତିହାସ ପରି ପ୍ରମୁଖ ଜିନିଷକୁ ଇତିହାସକାରଙ୍କ ଭରସାରେ ଛଡାଯାଇ ପାରେନା (ଦ୍ୱିତୀୟ ସଂସ୍କରଣର ଭୂମିକା )
ବିଷାକ୍ତ ବାମପନ୍ଥ ପୁସ୍ଥକ ଏକ ଠିକଣା ଲକ୍ଷ୍ୟ ନୁହେଁ, ବରଂ ଏହା ଏକ ଯାତ୍ରା ।
ଏକ ସନ୍ଧ୍ୟାରେ ମହାବିଦ୍ୟାଳୟର ଦଳେ ୨୨-୨୩ ବର୍ଷ ବୟସ୍କ ପିଲାମାନଙ୍କ ସାଙ୍ଗରେ ଦେଖା ହେଲା । ପ୍ରତିଯୋଗିତା ପରୀକ୍ଷା ପାଇଁ ପ୍ରସ୍ତୁତ କରିବାର ଅଧଘଂଟା ସମୟ ଚୋରାଇ ସେମାନଙ୍କ ସହ ମୁଁ କଥା ହେଲି । ଏହି ପୁସ୍ତକ ଦେଲି, ସେମାନଙ୍କୁ ସେମାନଙ୍କ ଭାଷାରେ ବାମପନ୍ଥ ବିଷ ବିଷୟରେ ବୁଝେଇଲି । ତନ୍ମଧ୍ୟରେ ଜଣେ ବାମପନ୍ଥିମାନଙ୍କ ପ୍ରଭାବରେ ଅନୁପ୍ରାଣିତ ଥିଲା । ସେହି ପିଲା ଅନେକ ପ୍ରାସଂଗିକ ପ୍ରଶ୍ନ କଲା, ଯାହାକୁ ଉତ୍ତର ଦେବାରେ ମୋତେ ବହୁତ ମଜା ଆସିଲା ଏବଂ ନିଜର ଚିନ୍ତନ ବି ସ୍ପଷ୍ଟ ହେଲା । ପ୍ରଥମ ଶଙ୍କା ହେଲା ଯେ ବାମପନ୍ଥୀ ତ ଅନେକ ଅଛନ୍ତି, ତେବେ ବାମପନ୍ଥ ପ୍ରକୃତରେ କଣ?
ସାମାନ୍ୟତଃ ଲୋକ ବାମପନ୍ଥର ପ୍ରଚଳିତ ଅର୍ଥ କଣ ବୁଝନ୍ତି, ଏହା କମୁ୍ୟନିଜିମ୍ କିମ୍ବା ମାର୍କ୍ସବାଦ!ଅର୍ଥାତ୍ ଧନୀ ଓ ଗରିବ ଭିତରେ, ସର୍ବହରା ଏବଂ ପୁଂଜିପତ୍ତି ଭିତରେ ଥିବା ବର୍ଗ ସଂଘର୍ଷ , ସେହି ଘୁଟି ଯାହାକି ଗତ ତିନିପୁରୁଷ ହେଲା ପିଆଯାଉଛି, ତାହା ହେଲା ଧନୀ ଲୋକଗୁଡା ସବୁ ଖରାପ ଏବଂ ସେମାନେ ଗରିବ ଲୋକମାନଙ୍କର ଶୋଷଣ କରି ବଡ ହୁଅନ୍ତି ।
ସେ କହିଲା- ବାମପନ୍ଥ ହିଁ ଏକ ସିଦ୍ଧାନ୍ତ, ଯାହା ସମାନତା ଚାହେଁ ।
ମୁଁ କହିଲି- ନା! ବାମପନ୍ଥ ହିଁ ଏକ ସିଦ୍ଧାନ୍ତ, ଯାହା ସଂଘର୍ଷ ଚାହେଁ ।
ସେ କହିଲା- ହଁ, ଧନୀ ଓ ଗରିବ ଭିତରେ ସଂଘର୍ଷ ତ ସ୍ୱାଭାବିକ ହେବ ।
ମୁଁ କହିଲି- କିଏ ଧନୀ ଓ କିଏ ଗରିବ! ପ୍ରତ୍ୟେକ କୌଣସି ନା କୌଣସି ପ୍ରକାରେ ଧନୀ ଏବଂ କୌଣସି ନା କୌଣସି ପ୍ରକାରେ ଗରିବ । ଏମାନେ ଦୁଇ ଦଳ ନୁହଁନ୍ତି, ଏହା ଏକ ତାମସା ଅଟେ । ଯେବେ ମୁଁ ଉଡାଜାହାଜର ଏକୋନୋମି ଶ୍ରେଣୀରେ ଯାତ୍ରା କରୁଛି, ସେତେବେଳେ ମୁଁ ଭାବୁଛି ନିଜକୁ ଗରିବ ଏବଂ ବ୍ୟବସାୟୀ ଶ୍ରେଣୀରେ ବସି ଯାତ୍ରା କରୁଥିବା ଯାତ୍ରୀ ସହ ସଂଘର୍ଷ କରି ତା ସିଟ୍ରେ ମୁଁ ବସିଯିବି!
ଆମକୁ କାହିଁକି ସମାନତା ଦରକାର? କିଏ କହିଛି ଆମର ଲକ୍ଷ ସମାନତା! ଆମର ଉଦେ୍ଦଶ୍ୟ ଆଦୌ ସମାନତା ନୁହେଁ, ଆମର ଉଦେ୍ଦଶ୍ୟ ସମୃଦ୍ଧି ଓ ଉନ୍ନତି ହୋଇପାରେ । ଆପଣମାନେ ଚାକିରି ଖୋଜୁଛନ୍ତି । ଆପଣ କ’ଣ ରତନ ଟାଟା ହେବାକୁ ଚାହୁଛନ୍ତି?କିମ୍ବା ତୁମେ ଟାଟା କମ୍ପାନୀରେ ଏକ ଚାକିରି ଚାହୁଁଛ, ଯେଉଁଥିରେ ତୁମକୁ ଭଲ ଦରମା ମିଳିବ!
ଜଣେ ପିଲା ମାକ୍ସିମ୍ ଗର୍କିଙ୍କର “ମା” ବହି ପଢିଥିଲା । ମୁଁ ବି ବିଶ୍ୱବିଦ୍ୟାଳୟରେ ପଢିଲା ବେଳେ ସେହି ବହି ପଢି ସାରିଥିଲି । ସେ କହିଲା, ‘ମାକ୍ସିମ୍ ଗର୍କିଙ୍କ ପରି ଲେଖକ ଯେତେବେଳେ ମାର୍କସ୍ବାଦ୍ ପ୍ରତି ଆକୃଷ୍ଠ ଏବଂ ତା ଦ୍ୱାରା ପ୍ରଭାବିତ ହୋଇଥିଲେ ତେବେ କିଛି ତ ସେମିତି ଅନୋଖା କଥା ଥିବ ସେଥିରେ! ସିଏ ବୋକାଲୋକ ତ ନଥିଲେ ।’
ମୁଁ କହିଲି, ‘ ସିଏ ସିଆଣା ଥିଲେ କିନ୍ତୁ ତାଙ୍କୁ ବୋକା କରିଦେଲେ । ତାଙ୍କପରି ଅନେକ ଲେଖକ ଏବଂ ବୁଦ୍ଧିଜୀବୀ ରଷିଆରେ ସାମ୍ୟବାଦର ସମର୍ଥନ କରୁଥିଲେ କିନ୍ତୁ ପରେ ସେଠାରୁ ତଡାଖାଇ ତାଙ୍କ ଭିତରୁ ଅଧିକାଂଶ ସାଇବେରିଆରେ ଶରଣ ନେଲେ । ଚାଇନାରେ ଶହେଫୁଲ ପ୍ରଚାର ପରେ ସେମାନଙ୍କୁ କାରାଗାରରେ ରଖାଗଲା କିମ୍ବା ମାରିଦିଆଗଲା ।’
ଏବେ କୁହ! ଲାଭ କାହାର ପରିଣାମ? ଏବଂ ଏହା ଉପରେ କାହାର ଅଧିକାର ହେବା ଉଚିତ୍? ପରିଶ୍ରମର କିମ୍ବା ପୁଂଜିର!
ସିଏ କହିଲା, ‘ପରିଶ୍ରମର, ପୁଂଜି ତ ପୁରା ସମାଜର କୋଠ ସମ୍ପତ୍ତି ।’
ମୁଁ କହିଲି, ‘ଏଇଟା ମାର୍କସ୍ଙ୍କର ଗୋଟିଏ ସାଧାମିଛ କଥା । ଲାଭ ପରିଶ୍ରମର ନୁହେଁ କି ପୁଂଜିର ନୁହେଁ, ପରିଶ୍ରମର ପୁରଷ୍କାର ପାରିଶ୍ରମିକ, ପୁଂଜିର ପୁରଷ୍କାର ସୁଧ । ଲାଭ ସାହସର ପରିଣାମ, ଉଦ୍ୟମ ଏବଂ ଫୁର୍ତ୍ତିର , ଏଇଟା ଗୋଟିଏ ଦକ୍ଷତା ଏବଂ ଜ୍ଞାନ କୌଶଳର ମାପକାଠି ହୋଇପାରେ । ଦୁନିଆରେ ବହୁତ କଳକାରଖାନା ଅଛି ଯେଉଁଥିରେ କ୍ଷତି ହୁଏ ଏବଂ ମାଲିକମାନେ କ୍ଷତି ସହୁଛନ୍ତି, ଦେବାଳିଆ ହୋଇ ଫେରାର ହୋଇଯାଉଛନ୍ତି । କେତେ ମାଲିକ କାରାଗାରରେ ଷଢୁଛନ୍ତି ତ କିଛି କଳକାରଖାନା ଅଳ୍ପଦିନରେ ଏମିତି କିଛି କାରଣରୁ ବନ୍ଦ ହୋଇଯାଉଛି । ତେଣୁ ଯାହା ପାଖରେ ଲାଭ କରିବାର କୌଶଳ ସହ ଦକ୍ଷତା ଅଛି ତାର ଲାଭ ଉପରେ ଅଧିକାର ଅଛି ।’
ସେ ପିଲା ପଚାରିଲା, ‘ ତେବେ ଆପଣ ଏହାର ସମାଧାନ କେମିତି ଭାବୁଛନ୍ତି? ମଣିଷକୁ ଗୋଟିଏ ବିଚାରଧାରା ତ ଦରକାର!’
ମୁଁ କହିଲି, ‘ଏଇ ବହି ମୁଁ ଗୋଟିଏ ବିଚାରଧାରାକୁ ବିରୋଦ୍ଧ କରି ଅନ୍ୟ ଏକ ବିରଧାରା ସ୍ଠାପିତ କରିବା ଲକ୍ଷରେ ଲେଖିନି । ଏହା ଏକ ବିଷୟ ନୁହେଁ । କିନ୍ତୁ ଏଥିରେ ମୁଁ ଦୁଇଜଣଙ୍କ ବିଷୟରେ ଅନେକ କିଛି ଲେଖିଛି, ଯେଉଁମାନେ ଏହାର ସମାଧାନର ଅନେକ ସରଳ ସୂତ୍ର ଦେଇଛନ୍ତି । ଜଣେ ହେଲେ ଚାଇନାର ଦେଙ୍ଗ୍ ସିୟାଓ ଏବଂ ଅନ୍ୟ ଜଣକ ସିଙ୍ଗାପୁରର ଲି କୁୟାନ ୟୁ । ଜଣେ ବାମପନ୍ଥୀ ଏବଂ ଅନ୍ୟ ଜଣକ ଏହାର ପୁରା ଓଲଟା, ବାମପନ୍ଥୀର ଘୋର ବିରୋଧି । ଦୁଇଜଣ ଯାକ ନିଜନିଜ ଦେଶକୁ ସମୃଦ୍ଧ କରିଛନ୍ତି, କାରଣ ଏମାନେ କୌଣସି ବିରଧାର ଚକରରେ କେବେ ବି ଆସି ସ୍ଥାଣୁ ହୋଇ ଯାଇନାହାନ୍ତି । ଦିଜଣଯାକ ପ୍ରତ୍ୟେକ ସମସ୍ୟାର ଭିନ୍ନଭିନ୍ନ ସମାଧାନ ବାଛିଛନ୍ତି, କାରଣ ସବୁରୋଗର ଔଷଧ ଏକ ହୁଏନି । ଆମେ ବିରଧାରାର କବଳରେ ପଡି ସମସ୍ୟାର ଅସଲି ସମାଧାନକୁ ଭୁଲିଯାଉଛେ । କେବେକେବେ ସମସ୍ୟାର ସମାଧାନକୁ ଛାଡି ଅନ୍ୟତ୍ର ପଳାଇ ଯାଉଛେ ।
ସେ ପିଲା କହିଲା, ‘ଆଜ୍ଞା! ଏତେ ବର୍ଷ ହେଲାଣି ମୁଁ ବାମପନ୍ଥୀମାନଙ୍କ ସାଙ୍ଗରେ ଅଛି । ଗୋଟିଏ ଦିନରେ ଛାଡି ହେବନି, ହେଲେ ଏ ବହିକୁ ପଢିବି ନିଶ୍ଚିତ ।’
ଏହା ଏକ ଛୋଟ କଥା, ତଥାପି ସଫଳତାର ପ୍ରାରମ୍ଭ । ବାମପନ୍ଥର ଛାଲ କଣାକରି ମୁଁ ତାର ହୃଦୟ ପର୍ଯ୍ୟନ୍ତ ପହଁଚିବାରେ ସମର୍ଥ ହୋଇଥିଲି । କେବଳ ଏଇଥିପାଇଁ ଯେ ସେ ପିଲା ଏବେ ବି ସାମାଜିକ ଏବଂ ଆର୍ଥôକରୂପରେ ଆହତ ଥିଲା ଏବଂ ଏ ସମସ୍ୟାର ସମାଧାନ ଚାହୁଁଥିଲା । ତା ମନରେ ଅସୁମାରୀ ଅଭିଯୋଗ ଥିଲା ଯେ ଶିକ୍ଷା ମାଗଣା କାହିଁକି ନୁହେଁ? ତାକୁ ଜେଏନ୍ୟୁ ଗୁଣ୍ଡାମାନଙ୍କୁ ସହାନୁଭୂତି ନଥିଲା ଯେଉଁମାନେ ଭାରତର ଟୁକୁଡାଟୁକୁଡା କରିବାକୁ ସ୍ଲୋଗାନ ଦେଉଥିଲେ । ସେ ନିଜଦେଶ ଏବଂ ସମାଜକୁ ଘୃଣା କରିବା ଆରମ୍ଭ କରିନଥିଲା । ସିଏ କ୍ଲାସିକାଲ୍ ମାର୍କସିଜ୍ମର ଶିକାର ଥିଲା ସତ କିନ୍ତୁ ପରଂପରାଗତ ମାର୍କସିଜ୍ମର ନୁହେଁ ।
“ବିଷୈଲା ବାମପନ୍ଥ” କି “ବିଷାକ୍ତ ବାମପନ୍ଥ” ମାର୍କସିଷ୍ଟ କିମ୍ବା ବାମପନ୍ଥ ବିଷୟରେ ଆଦୌ ନୁହେଁ ବରଂ ଏକ ପରଂପରାଗତ ବିରଧାରା ବିଷୟ ଉପରେ ବୋଲି କୁହାଯାଇପାରେ । ଏହାକୁ କଲ୍ଚରାଲ୍ ମାର୍କିସ୍ଜ୍ମ କହିଲେ ଚଳିବ, କିନ୍ତୁ କ୍ଲାସିକାଲ୍ ମାର୍କିସ୍ିଜ୍ମ ଏକ ସର୍ବହରା କ୍ରାନ୍ତି କଥା କହେ । ଏହା ଆପଣଙ୍କ ଜୀବନକୁ ସେ ପର୍ଯ୍ୟନ୍ତ ପ୍ରଭାବିତ କରିଥାଏ ଯେପର୍ଯ୍ୟନ୍ତ ସମାଜରେ ସଂଘର୍ଷ ମାଧ୍ୟମରେ ସତ୍ତା ହାସଲ ନକରି ନିଜକୁ ସ୍ଥାପିତ କରି ନଦେଇଛି । କିନ୍ତୁ କଲ୍ଚରାଲ୍ ମାର୍କିସ୍ଜ୍ମ ସେ ପର୍ଯ୍ୟନ୍ତ ଆପଣଙ୍କୁ ପ୍ରଭାବିତ କରେ ଯେ ପର୍ଯ୍ୟନ୍ତ ଆପଣ ତା ପଞ୍ଝାରେ ଫଶି ତାକୁ ନିୟମିତ ମନନ କରିବାକୁ ପ୍ରାରମ୍ଭ କରିନାହାନ୍ତି, କାରଣ କଲ୍ଚରାଲ୍ ମାର୍କିସ୍ଜ୍ମ କେବଳ ଆର୍ଥôକ ଅବସ୍ଥା ପର୍ଯ୍ୟନ୍ତ ସିମିତ ଥିଲା । ଏହା ସାଧାରଣତଃ ଐଦ୍ୟୋଗିକ କ୍ଷେତ୍ରରେ ବେଶୀ ଥିଲା । ଏହା ସଂଗଠନ, ପରିବାର ଏବଂ ସମାଜ ଭିତରେ ବିରୋଧାଭାଷର ବିଜ ବପନ କରୁଥିଲା । ଏପରିକି ବ୍ୟକ୍ତି ନିଜେ ନିଜ ଭିତରେ ସଂଘର୍ଷ ଭରି ସତ୍ଥାର ସୁଖ ଭୋଗିବାକୁ ପ୍ରୟାସ ଜାରି ରଖୁଥିଲା । ଏହାର ମୂଳମନ୍ତ୍ର ହେଲା ସଂଘର୍ଷକୁ ପୋ୍ରସôାହନ ଦେବା, ଏହା ଯେ କୌଣସି ରୂପରେ ହେଉନା କାହିଁକି । ଏହା ମାଓବାଦୀଙ୍କ ପରି ବନ୍ଧୁକ ନଳିରୁ ଜନ୍ମହେବା ଜରୁରି ନୁହେଁ । ଏହା ବାମପନ୍ଥୀ ଲୋକଙ୍କୁ ଲୋକ ସାଙ୍ଗରେ, ପୁଅକୁ ବାପା ସାଙ୍ଗରେ, ସ୍ତ୍ରୀକୁ ସ୍ୱାମୀ ସାଥିରେ ଏବଂ ଏପରିକି ଲୋକଙ୍କୁ ସେମାନଙ୍କ ସଂସ୍କାର ଏବଂ ଇତିହାସ ସାଙ୍ଗରେ ଲଢେଇ ମଜା ନିଅନ୍ତି…
ଭୂମିକା ସମାପ୍ତ
ପରବର୍ତ୍ତି ତିନୋଟି ପ୍ରମୁଖ ବିଷୟ
୧. ବାମପନ୍ଥ ; ଅନ୍ଧାରରେ ଶତ୍ରୁ
୨. ପ୍ରଥମେ ପରିକ୍ଷା, ପରେ ଚିକିସôା
୩. ବାମପନ୍ଥର ଗଡ ; ଆମେରିକା
Comments are closed.