Odisha news

ତିକ୍ତତା ପୂର୍ଣ୍ଣ ମତଦାନ ସମୟରେ : ପଶ୍ଚିମବଙ୍ଗରେ ମୋଦି ଓ ମମତାଙ୍କ ମିଠାର ବିଶେଷ ଚାହିଦା

ନୂଆଦିଲ୍ଲୀ : ପଶ୍ଚିମବଙ୍ଗରେ ରାଜନୈତିକ ଦଳ ମାନଙ୍କର ମତାନ୍ତର ମନାନ୍ତର ଘଟି ଚାଲିଛି l ଟି ଏମ ସି ଓ ବିଜେପି ଜିତିବା ପାଇଁ ନିଜର ସବୁ ପ୍ରଚେଷ୍ଟା ଲଗାଇ ଦେଇଛନ୍ତି l ମମତା ବାନାର୍ଜୀ ଓ ମୋଦି ଉଭୟ ଉଭୟଙ୍କୁ ଆଲୋଚନା କରିବାକୁ ଲାଗିଛନ୍ତି l କିନ୍ତୁ ଏହି ରାଜନୈତିକ ତିକ୍ତତାକୁ ମିଠା ଜରିଆରେ ଦୂର କରିବାକୁ ଚେଷ୍ଟା କରାଯାଉଛି l ପଶ୍ଚିମବଙ୍ଗରେ ମୋଦି ଓ ମମତାଙ୍କ ନାମରେ ମିଠା ପ୍ରସ୍ତୁତ କରାଯାଉଛି ଓ ଲୋକମାନେ ଏହାକୁ ଅତ୍ୟନ୍ତ ଆନନ୍ଦରେ କିଣୁଛନ୍ତି l

୧୮୮୫ ରେ ବଳରାମ ମଲ୍ଲିକ ଓ ରାଧାରମାନ ମଲ୍ଲିକ କଳିକତାରେ ମିଠା ବ୍ୟବସାୟ ଆରମ୍ଭ କରିଥିଲେ l ସେମାନଙ୍କ ମିଠା ପଶ୍ଚିମବଙ୍ଗ ପ୍ରସିଦ୍ଧ ଅଟେ ,କିନ୍ତୁ ଏହି ମତଦାନ ସମୟରେ ସେମାନଙ୍କ ମିଠାର ବିଶେଷ ଚାହିଦା ରହିଛି l ବର୍ତ୍ତମାନ ଏହି ମିଠା ଦୋକାନର ଦେଖା ଚାହାଁ ସୁଦିପ ମଲ୍ଲିକ କରୁଛନ୍ତି l ସୁଦିପ ମଲ୍ଲିକ କହିଛନ୍ତି ବର୍ତ୍ତମାନ ପଶ୍ଚିମବଙ୍ଗ ମତଦାନ ସାମାଜିକ ଗଣମାଧ୍ୟମରେ ମୁଖ୍ୟ ଆକର୍ଷଣ ହୋଇଛି l

ତେଣୁ ଆମେ ରାଜନୈତିକ ଦଳ ମାନଙ୍କର ଚିହ୍ନ ଥିବା ମିଠା ପ୍ରସ୍ତୁତ କଲୁ l ତାଙ୍କ ଦୋକାନରେ ମଧ୍ୟ ଜୟ ଶ୍ରୀରାମ ସନ୍ଦେଶ ପ୍ରସ୍ତୁତ କରାଯାଉଛି l ସୁଦିପ ହେଉଛନ୍ତି ମିଠା ଡିଜାଇନ କରିବାର ମୁଖ୍ୟ ବ୍ୟକ୍ତି l ବର୍ତ୍ତମାନ ପଶ୍ଚିମବଙ୍ଗରେ ମୋଦି ଓ ମମତାଙ୍କ ନାମର ମିଠାର ଚାହିଦାକୁ ଦେଖି ଆଗକୁ ସେ ଏଭଳି ଅନ୍ୟ କୌଣସି ମିଠା ପ୍ରସ୍ତୁତ କରିବେ ବୋଲି କହିଛନ୍ତି l

Comments are closed.