Odisha news

ଡାକ୍ତର ହେବ ଏମିତି : ନିଜ ଜୀବନକୁ ବାଜି ଲଗାଇ ବଞ୍ଚାଇଲେ ରୋଗୀର ଜୀବନ

ନୂଆଦିଲ୍ଲୀ : ଡାକ୍ତର ମାନଙ୍କୁ ଈଶ୍ୱରଙ୍କ ସ୍ଥାନ ଦିଆଯାଇଥାଏ l ଏହାକୁ ସଠିକ କରି ଦେଖାଇଛନ୍ତି ରୁଷର ଡାକ୍ତର ମାନେ ,ସେମାନେ ନିଜର ଜୀବନକୁ ବାଜି ଲଗାଇ ରୋଗୀର ଅପରେସନ କରି ଜୀବନ ବଞ୍ଚାଇଛନ୍ତି l ରୁଷର ସୁଦୂର ପୂର୍ବ ସହରରେ ଏହି ଘଟଣାଟି ଘଟିଛି l ଗୋଟିଏ ଡାକ୍ତରୀ ଦଳ ଜଣେ ରୋଗୀଙ୍କର ଓପନ ହାର୍ଟ ସର୍ଜରୀ କରୁଥିଲେ ଏହି ସମୟରେ ଡାକ୍ତର ଖାନରେ ଭୟଙ୍କର ନିଆଁ ଲାଗିଯାଇଥିଲା l

ଏହା ସତ୍ୱେ ମଧ୍ୟ ଡାକ୍ତର ମାନେ ଅପରେସନ କାର୍ଯ୍ୟ ଜାରି ରଖି ରୋଗୀଟିର ଜୀବନ ବଞ୍ଚାଇ ପାରିଛନ୍ତି l ଡାକ୍ତର କତୃପକ୍ଷଙ୍କ ନିକଟରୁ ମିଳିଥିବା ସୂଚନା ଅନୁସାରେ ୮ ଜଣ ଡାକ୍ତର ଓ ନର୍ସଙ୍କର ଗୋଟିଏ ଦଳ ନିଆଁ ଲାଗିବ ସମୟରେ ରୋଗୀ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ନେଇ ଯାଇଥିଲେ ଓ ୨ ଘଣ୍ଟା ପରିଶ୍ରମ କରି ଅପରେସନକୁ ପୁରା କରିଥିଲେ l ଡାକ୍ତରମାନେ ଚାହିଁଥିଲେ ମଧ୍ୟ ରୋଗୀ ଜଣଙ୍କୁ ସେଭଳି ଅବସ୍ଥାରେ ଛାଡି ପଳାଇ ଅସିଥାନ୍ତେ ,କିନ୍ତୁ ସେମାନେ ରୋଗୀର ଜୀବନ ବଞ୍ଚାଇବା ସହିତ ମାନବିକତାର ପରିଚୟ ଦେଇଛନ୍ତି l

ଡାକ୍ତରମାନେ କହିଛନ୍ତି ଆମ ପାଖରେ କୌଣସି ଅନ୍ୟ ବାଟ ନଥିଲା ଯେମିତି ହେଲେ ମଧ୍ୟ ଆମକୁ ରୋଗୀଟିର ଜୀବନ ବଞ୍ଚାଇବାର ଥିଲା l ସଫଳ ସର୍ଜରୀ ପରେ ରୋଗୀ ଜଣଙ୍କୁ ଅନ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି l ଠିକ ଏହି ସମୟରେ ଦମକଳ ବାହିନୀଙ୍କର କଠିନ ପରିଶ୍ରମ ଦ୍ୱାରା ନିଆଁ ଉପରେ କାବୁ କରାଯାଇଥିଲା l

Comments are closed.