ବାସ୍ତୁଶାସ୍ତ୍ରରେ କୁହାଯାଇଛି ଯେ ଘରେ ପକ୍ଷୀ ମାନଙ୍କ ଚିତ୍ର ଲଗାଇବା କିମ୍ବା ପାଳିବା ଏକ ପ୍ରକାରର ସକାରତ୍ମକ ଶକ୍ତି ଯୋଗାଇଥାଏ l କାରଣ ପକ୍ଷୀ ମାନେ ଯେଉଁ ବାତାବରଣରେ ରୁହନ୍ତି ସେହି ବାତାବରଣ ଅତ୍ୟନ୍ତ ସୁନ୍ଦର ହେବା ସହିତ ମନକୁ ଆନନ୍ଦିତ କରିଥାଏ l ଯଦି ଆମେ ନିଜ ଘରେ ପକ୍ଷୀଙ୍କୁ ରଖିବା ସମ୍ଭବ ହେଉନାହିଁ ତେବେ ସେମାନଙ୍କ ଚିତ୍ର ମଧ୍ୟ ଲଗାଇ ପାରିବl l ତେଣୁ ଆସନ୍ତୁ ଜାଣିବା କେଉଁ ପକ୍ଷୀ ମାନଙ୍କ ଦ୍ୱାରା ସକାରତ୍ମକ ଉର୍ଜା ମିଳିଥାଏ l
* କୁହାଯାଏ ଯେ ଫିନିକ୍ସ ପକ୍ଷୀଙ୍କର ଚିତ୍ର ଘରେ ଲଗାଇବା ଦ୍ୱାରା ସଫଳତାର ରାସ୍ତା ଖୋଲି ଯାଇଥାଏ l ବାସ୍ତବରେ ଏହି ପକ୍ଷୀ ପାଇବା ସହଜ ନୁହେଁ ତେଣୁ ଘରେ ରଖିବା ମଧ୍ୟ ଅସମ୍ଭବ l ଏହି ଭଳି ପକ୍ଷୀମାନେ ଥଣ୍ଡା ଜାଗାରେ ରହିବ ପାଇଁ ଅଧିକ ପସନ୍ଦ କରି ଥାନ୍ତି l ତେଣୁ ଏମାନଙ୍କ ଚିତ୍ର ଲଗାଇବା ଦ୍ୱାରା ଘରକୁ ସକାରାତ୍ମକ ଉର୍ଜା ଆସିଥାଏ l
* ବାସ୍ତୁ ଅନୁସାରେ ପକ୍ଷୀ ଘରପାଇଁ ଅତ୍ୟନ୍ତ ଶୁଭ ଅଟନ୍ତି l ଘରର ଉତର ଦିଗରେ ଯଦି ଲଭ ବର୍ଡ଼ର ଚିତ୍ର ଲଗାଯାଏ ତେବେ ଆପଣଙ୍କ ଜୀବନରେ ସୁଖ ସମୃଦ୍ଧି ବଢିବାର ସୂଚନା ମିଳିଥାଏ l ବିଶେଷ କରି ଏହି ଚିତ୍ରକୁ ରବିବାର ଦିନ କିମ୍ବା ଶୁକ୍ରବାର ଦିନ ଘରେ ଲଗାଇବା ଦ୍ୱାରା ସଫଳତାର ରାସ୍ତା ଖୋଲିଯାଏ l
* ବାସ୍ତୁ ଓ ଜ୍ୟୋତିଷ ଶାସ୍ତ୍ର ଉଭୟରେ ଶୁଆକୁ ଶୁଭ ବୋଲି କୁହାଯାଏ l ଶୁଆର ରଙ୍ଗ ସବୁଜ ହୋଇଥିବା କାରଣରୁ ତାକୁ ବୁଧ ଗ୍ରହ ସହିତ ଯୋଡ଼ା ହୋଇ ଦେଖାଯାଏ l ଅଧିକାଂଶ ଲୋକ ନିଜ ଘରେ ଶୁଆ ପାଳିଥାନ୍ତି l ଯଦି ଆପଣ ପାଳି ପାରୁନାହାନ୍ତି ତେବେ ଶୁଆର ଗୋଟିଏ ଚିତ୍ର ପୂର୍ବ ଦିଗରେ ଲଗାଇବା ଦ୍ୱାରା ସଫଳତାର ବାଟ ଖୋଲିଯିବ l
* କାଉକୁ ଅଧିକାଂଶ ସମୟ ଲୋକମାନେ ଅଶୁଭ ବୋଲି କହିଥାନ୍ତି ,କିନ୍ତୁ ଏହା ଠିକ ନୁହେଁ l କାଉ ଯଦି ଆପଣଙ୍କ ଘରର ଉତରେ ଦିଗରେ ରବି ଦିଏ ମାତା ଲକ୍ଷ୍ମୀଙ୍କର ଆଗମନ ହୋଇଥାଏ l ଯଦି ପଶ୍ଚିମ ଦିଗରେ ରାବ ଦିଏ ତେବେ ବନ୍ଧୁ ବାନ୍ଧବ ମାନେ ଆସିବାର ସମ୍ଭାବନା ଥାଏ l ପୂର୍ବ ଦିଗରେ ଯଦି କାଉ ରାବ ଦିଅ ତେବେ ଶୁଭ ସମ୍ବାଦ ମିଳିବାର ସଂଭବନ ଥାଏ l ଯଦି ଢାଙ୍କହୀନ ଦିଗରେ କାଉ ରାବ ଦିଏ ତେବେ ତାହାକୁ ଅଶୁଭ ସଂକେତ ଭବରେ ଗ୍ରହଣ କରାଯାଏ l
Comments are closed.