Odisha news

ବରଦେ ବୀଣାବାଦିନୀ

ଶ୍ରୀ ଗିରିଜା ଶଙ୍କର ଦାସ : ଜନ୍ମରୁ ନେଇ ମୃତୁ୍ୟ ପର୍ଯ୍ୟନ୍ତ ଯାହା ବା ଯିଏ ପାଖରେ ରହିଥାଏ, ତାହାକୁ ବିଦ୍ୟା କୁହାଯାଏ । ଏହାକୁ ସ୍ୱାହା ଓ ସ୍ୱଧା କୁହାଯାଇଛି । ଜନ୍ମ ନେବାକ୍ଷଣି ଶିଶୁର କାନ କୌଣସି ଅଚିହ୍ନା ବା ଅନମୋଲ ଶକ୍ତିର ସ୍ୱରରେ ବାନ୍ଧି ଦିଆଯଇଥାଏ । ତାକୁ ଏପରି ଜଣାପଡିଥାଏ ଯେ ଏହି ସଂସାରରେ ଯାହା ବି କିଛି ନିହିତ ରହିଛି । ତାହା ସ୍ୱର ହିଁ ହୋଇଥାଏ । ଜ୍ଞାନ ଅର୍ଥାତ୍ ବିଦ୍ୟାକୁ ମନୁଷ୍ୟର ପ୍ରାରବ୍ଧ ବୋଲି ବିଶ୍ୱାସ କରାଯାଏ । ହିନ୍ଦୁ ଧର୍ମ ଦର୍ଶନରେ ଜ୍ଞାନର ଅଧିଷ୍ଠାତ୍ରୀ ଦେବୀ ସରସ୍ୱତୀଙ୍କୁ କୁହାଯାଇଛି । ଦେବୀର ଅର୍ଥ ହେଉଛି ପ୍ରକାଶ ବା ଆଲୋକ । ଅର୍ଥାତ୍ ସେହି ଶକ୍ତି ଯାହାକି ଜୀବମାନଙ୍କୁ ବିଦ୍ୟା, ବୁଦ୍ଧି ଓ ବିବେକ ମାଧ୍ୟମରେ ଜ୍ଞାନ ପ୍ରାପ୍ତ କରାଇଥାଏ । ଜ୍ଞାନ ପ୍ରାପ୍ତି ପାଇଁ ମନୁଷ୍ୟକୁ ଯେତେକ ଶକ୍ତି ପ୍ରାପ୍ତ ଅଛି ତାହା ଅନ୍ୟ କୈାଣସି ପ୍ରାଣୀକୁ ପ୍ରାପ୍ତ ନାହିଁ । ଯେତେବେଳେ ସୃଷ୍ଟିର ଶୁଭାରମ୍ଭ ହେଲା ସେତେବେଳେ ସଂସାରରେ ମୈାନ ବା ନୀରବତା ଛାଇ ରହିଥିଲା । ଚାରିଆଡେ ସ୍ତବ୍ଧତା-ସନ୍ନାଟା ବା ନୀରବତା । ସୃଷ୍ଟିକର୍ତ୍ତା ବ୍ରହ୍ମା ଜ୍ଞାନର ଅଧିଷ୍ଠାତ୍ରୀ ଦେବୀ ସରସ୍ୱତୀଙ୍କୁ ଧ୍ୟାନ କଲେ । ଦେବୀଙ୍କର ବୀଣାର ତାର ହଲିବା କ୍ଷଣି ଜଳ, ସ୍ଥଳ ଓ ନଭ ବା ଆକାଶରେ କମ୍ପନ ହେଲା ।

ସମସ୍ତଙ୍କୁ ବାଣୀ ଶ୍ରବଣ ଶକ୍ତି, ପୁସ୍ତକ ରୂପରେ ଜ୍ଞାନ ଓ ସ୍ପଟିକ ରୂପରେ ଗତି ମଳିଗଲା । ଦେବୀ ଶାସ୍ତ୍ରରେ ଉଲ୍ଲେଖ ରହିଛି ଯେ ମାଘମାସ ଶୁକ୍ଳପକ୍ଷର ପଞ୍ଚମୀତିଥି ଅର୍ଥାତ ବସନ୍ତ ପଞ୍ଚମୀକୁ ହିଁ ସଂଗୀତ, ସ୍ୱର, କାବ୍ୟ, କଳା, ଶିଳ୍ପ, ରସ, ଛନ୍ଦ, ଅଳଙ୍କାର ଓ ଶଦ୍ଦାତ୍ମକ ବେଦାନ୍ତ ଶକ୍ତି ଜୀବମାନଙ୍କୁ ପ୍ରାପ୍ତ ହେଲା । ଏହ ପର୍ବ ଉପବାସର ନୁହେଁ ବରଂ ଅଭିବ୍ୟକ୍ତିର ପର୍ବ ଅଟେ । ମନୁଷ୍ୟର ସୃଜନର ମଧ୍ୟ ପାଞ୍ଚଟି ତତ୍ତ୍ୱ ରହିଛି । ପାର୍ବତୀ, ରାଧା, ଲକ୍ଷ୍ମୀ, ସରସ୍ୱତୀ ଓ ଗାୟତ୍ରୀ ପାଞ୍ଚଟି ଶକ୍ତି ସୃଷ୍ଟିର ଶକ୍ତି ଅଟେ । ଋଷି ଯାଜ୍ଞବଲ୍ଲ୍ୟଙ୍କର ସ୍ମରଣ ଶକ୍ତି ମଧ୍ୟ ସରସ୍ୱତୀଙ୍କ ବରଦାନରେ ଫେରିଆସିଛି । ଗୁରୁ ବୃହସ୍ପତିଙ୍କୁ ମଧ୍ୟ ଏହି ଶକ୍ତି ଦ୍ୱାରା ବିଦ୍ୟା ପ୍ରାପ୍ତି ହୋଇଛି । ଅନ୍ୟ ଏକ ମତରେ ଭଗବାନ ଶ୍ରୀରାମ ରାମରାଜ୍ୟର ଆଧାରଶିଳା ରଖିବା ପୂର୍ବରୁ ଦେବୀ ସରସ୍ୱତୀଙ୍କ ଆରାଧନା କରିଥିଲେ । ଦେବୀ ସରସ୍ୱତୀଙ୍କୁ ହିଁ ଅପରାଜିତା କୁହାଯାଇଛି । ସୂର୍ଯ୍ୟବଂଶୀ ରାମଙ୍କର ଇକ୍ଷ୍ୟାକୁ କୁଳର ସେ ଅଧିଷ୍ଠାତ୍ରୀ ଦେବୀ ଅଟନ୍ତି । ଏହି ସମସ୍ତ ରୂପରେ ଚନ୍ଦ୍ରମାକୁ ପୂଜା କରାଯାଇଥାଏ । ଚନ୍ଦ୍ରମା ଶୀତଳତାର ପତୀକ ଅଟନ୍ତି । ଶରତ ଋତୁ ମଧ୍ୟ ଏହାର ପ୍ରତୀକ ଅଟେ । ଚନ୍ଦ୍ରମା ଆଧାରିତ ସମସ୍ତ ପର୍ବ ଏହି ଶରତ ଋତୁରେ ହୋଇଥାଏ ।

ଏହାପଛରେ ମନ୍ତବ୍ୟ ଏପରି ରହିଥିବ ଯେ ଭଗବାନଙ୍କୁ ପ୍ରାର୍ଥନା କରବା ଯେ ଶୀତର ପ୍ରକୋପ ଏପରି ନ ହେଉ ଯେ ତାକୁ ସହ୍ୟ କରି ନ ହେଉ । କିନ୍ତୁ ଏ ସମସ୍ତ ପତ୍ରରେ ଆଉ ଏକ କଥା ଦେବୀ ଭାଗବତରେ ରହିଛି । ଦେବୀ ଭାଗବତ ଅନୁସାରେ ସରସ୍ୱତୀ ଦେବୀଙ୍କର ପ୍ରକଟ ଭଗବାନ ଶ୍ରୀକୃଷ୍ଣଙ୍କର ଜିହ୍ୱାର ଅଗ୍ରଭାଗରୁ ହୋଇଛି । ସେ ସରସ୍ୱତୀଙ୍କୁ ଭଗବାନ ନାରାୟଣଙ୍କୁ ସମର୍ପିତ କରିଦେଲେ । ସର୍ବପ୍ରଥମେ ଶ୍ରୀକୃଷ୍ଣ ହିଁ ସଂସାରରେ ଦେବୀ ସରସ୍ୱତୀଙ୍କର ପୂଜା ପ୍ରଚାରିତ କଲେ । ଦେବୀ ପୁରାଣରେ କୁହାଯଇଛି ଯେ ଭଗବାନ ଶ୍ରୀ ନାରାୟଣଙ୍କର ତିନୋଟି ପତ୍ନୀ ଥିଲେ-ଲକ୍ଷ୍ମୀ, ଗଙ୍ଗା ଓ ସରସ୍ୱତୀ । ତିନିହେଁ ଅତି ପ୍ରେମରେ ନିବାସ କରୁଥିଲେ । କିନ୍ତୁ କୋ÷ଣସିି କାରଣବଶତଃ ଗଙ୍ଗା ଓ ସରସ୍ୱତୀଙ୍କୁ ଭଗବାନଙ୍କ ଅରବିନ୍ଦ କମଳରୁ କିଛି କାଳ ପାଇଁ ଦୂରକୁ ଯିବାକୁ ପଡିଲା । ଅନେକ ସମୟ ପରେ ତିନିଜଣ ଯାକ ଦେବୀ ଶ୍ରୀନାରାୟଣଙ୍କୁ ମିଶିଲେ କିନ୍ତୁ ସେମାନଙ୍କ ମଧ୍ୟରେ ବିବାଦ ହୋଇଗଲା । ସେତେବେଳେ ଭଗବାନ କହିଲେ ତୁମେମାନେ ଗୋଟିଏ ଅଂଶର ନଦୀ ହୋଇଯିବ । ଶେଷ ଅଂଶରୁ ତୁମର ନିବାସ ମୋ ପାଖରେ ରହିବ ।

ସରସ୍ୱତୀ ଦେବୀ ଗୋଟିଏ ଅଂଶରୁ ନଦୀ ହୋଇଯିବେ ଏବଂ ଅନ୍ୟ ଅଂଶଟି ବ୍ରହ୍ମାଙ୍କ ପାଖରେ ରହିବେ । ଭଗବାନଙ୍କ ଆଦେଶ ଅନୁସାରେ ସରସ୍ୱତୀ ଦେବୀ ଭାରତର ଭାରତୀ ବୋଲାଇଲେ ଏବଂ ଦ୍ୱିତୀୟ ଅଂଶଟି ବ୍ରହ୍ମାଙ୍କର ଶକ୍ତି ହୋଇଥିବା ହେତୁ ବ୍ରାହୀ୍ମ ବୋଲାଇଲେ । ଥରେ ବ୍ରହ୍ମା ଦେବୀ ସରସ୍ୱତୀଙ୍କୁ କହିଲେ ଦେବୀ ତୁମେ କୋ÷ଣସି ଯୋଗ୍ୟ ବ୍ୟକ୍ତିଙ୍କର ମୁଖରେ କବିତ୍ୱ ଶକ୍ତି ହୋଇ ନିବାସ କର । ବ୍ରହ୍ମାଙ୍କର ଆଜ୍ଞା ମାନି ଦେବୀ ଯୋଗ୍ୟପୁତ୍ର ଖୋଜିବା ଆରମ୍ଭ କଲେ । ଖୋଜିଖୋଜି ସତ୍ୟଯୁଗ ବିତିଗଲା । ତ୍ରେତୟା ଯୁଗରେ ସେ ମହା ତପସ୍ୱୀ ବାଲ୍ମିକୀଙ୍କ ଆଶ୍ରମରେ ପହଞ୍ଚିଲେ । ସେ ସମୟରେ ତାଙ୍କର ଦୃଷ୍ଟି ଗୋଟିଏ କ୍ରୋଞ୍ଚ ପକ୍ଷୀ ଉପରେ ପଡିଲା ସେ ବ୍ୟାଧର ବାଣରେ ଆହତ ହୋଇ ଛଟପଟ ହେଉଥିଲା । ଦୟାଳୁ ମହର୍ଷି ବାଲ୍ମିକୀଙ୍କ ମୁହଁରୁ ଅନାୟାସରେ ଗୋଟିଏ ଶ୍ଳୋକ ବାହାରି ଆସିଲା ତାହା ସରସ୍ୱତୀ ଦେବୀଙ୍କର ପ୍ରସାଦ ଥିଲା ସରସ୍ୱତୀ ଦେବୀଙ୍କ କୃପାରୁ ବାଲ୍ମିକୀ ରାମାୟଣର ରଚନା କଲେ ଯାହାର କେବଳ ଭାରତ ନୁହେଁ ସାରା ବିଶ୍ୱ ଋଣୀ ରହିଛି ।

Comments are closed.