Odisha news

ଡାକ୍ତର ଲୋକମାନଙ୍କୁ ଟୀକ୍କା ଦେବାରୁ ତାଙ୍କୁ ଚାକିରୀ ହରାଇବାକୁ ପଡିଲା

ନୂଆଦିଲ୍ଲୀ : ପାକିସ୍ତାନ ମୂଳ ଜଣେ ଡାକ୍ତରଙ୍କୁ ଆମେରିକାରେ କରୋନା ଟୀକ୍କାର ୧୦ ଟି ଡୋଜ ଚୋରି କରିବା ଆରୋପରେ ଚାକିରିରୁ ବାହାର କରି ଦିଆ ଯାଇଛି l ଡାକ୍ତରଙ୍କ ଉପରେ ଆରୋପ ଲାଗିଛି ଯେ ସେ ନିୟମକୁ ଭାଙ୍ଗି ପତ୍ନୀଙ୍କ ସହିତ ନିଜର ସମ୍ପର୍କୀୟ ମାନଙ୍କ ମଧ୍ୟରୁ କିଛି ଲୋକଙ୍କୁ ୧୦ ଟି କରୋନା ଟୀକ୍କା ଦେଇଛନ୍ତି l କିନ୍ତୁ ଏହି ଡାକ୍ତର ଜଣଙ୍କ କହିଛନ୍ତି ଯେ ଟୀକ୍କା ଗୁଡିକ କିଛି ଘଣ୍ଟା ପରେ ଏକ୍ସପାୟର ହୋଇଯାଇଥାନ୍ତା ସେଥିପାଇଁ ସେ କିଛି ନିଜ ଲୋକଙ୍କୁ ଏହି ଟୀକ୍କା ଦେବାପାଇଁ ଇଛା କଲେ l ମିଳିଥିବା ସୂଚନା ଅନୁସାରେ ଆମେରିକା ଅଧିକାରୀ ମାନେ ଡାକ୍ତର ହାସନ ଗୋକଲଙ୍କ ଉପରେ ଟୀକ୍କା ଚୋରିର କେଶ ଦରଜ କରିଛନ୍ତି l

କ୍ରିମିନାଲ କୋର୍ଟର ଜଣେ ଜେଜେ ସରକାରଙ୍କର ଆଲୋଚନା କରି ଏହି ମକଦମାକୁ ଆଧାର ହୀନ କହି ଖାରଜ କରି ଦେଇଥିଲେ l କିନ୍ତୁ ସରକାରୀ ଓକିଲ କହିଛନ୍ତି ଯେ ଡାକ୍ତରଙ୍କ ବିରୁଦ୍ଧରେ ବଡ଼ ବେଞ୍ଚରେ ମକଦମା ଦାୟର କରିବେ l ଡାକ୍ତର ଜଣଙ୍କ ନିଜ ସଫେଇରେ କହିଛନ୍ତି ବିନା କୌଣସି କାରଣ ଜାଣି ତାଙ୍କ ଉପରେ ଏହି ଆରୋପ ଲାଗ ଯାଇଛି l ଯେଉଁ କମ୍ପାନୀର ଟିକକଟି ଚୋରି ହୋଇଛି ତାହାର ଗୋଟିଏ ଶିଶିରେ ୧୦ ଟି ଡୋଜ ଥାଏ l ଏହା ଥରେ ଖୋଲା ହେବା ପରେ ୬ ଘଣ୍ଟା ମଧ୍ୟରେ ସାରିବା ଦରକାର l ଡାକ୍ତର ଆହୁରି ମଧ୍ୟ କହିଛନ୍ତି ସେ ଜଣେ ୮୦ ବର୍ଷୀୟ ବୃଦ୍ଧଙ୍କୁ ଦେବା ସହିତ ଆଉ କିଛି ଲୋକଙ୍କୁ ମଧ୍ୟ ସାହାଯ୍ୟ କରିଛନ୍ତି l

Comments are closed.