Odisha news

ଶାସ୍ତ୍ର ଅନୁସାରେ କେଉଁ ଦିଗକୁ ମୁଖ କରି ଭୋଜନ କଲେ କେଉଁ ଫଳ ମିଳିଥାଏ

0

ଭୋଜନକୁ ନେଇ ଆମର ସ୍ୱାସ୍ଥ୍ୟ , ତେଣୁ ଯଦି ବାସ୍ତୁ ଶାସ୍ତ୍ର ଅନୁସାରେ ଯଦି ଆମେ ଠିକ ଦିଗରେ ବସି ଭୋଜନ କରି ନଥାଉ ତେବେ ସର୍ବଦା ପରିବାର ସଦସ୍ୟ ମାନେ ରୋଗରେ ଆକ୍ରାନ୍ତ ହୋଇ ଥାଆନ୍ତି l ବିଶେଷ ଭାବରେ ଦେଖିବାକୁ ଗଲେ ଭୁଲ ଦିଗରେ ବସି ଭୋଜନ କରିବା ଦ୍ୱାରା ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ବିଭିନ୍ନ ସମସ୍ୟା ଦେଖା ଦେଇଥାଏ l ତେବେ ଆସନ୍ତୁ ଜାଣିବା ଭୋଜନ ପାଇଁ ଉପଯୁକ୍ତ ଦିଗ କେଉଁଟି l

* ବାସ୍ତୁ ଶାସ୍ତ୍ର ଅନୁସାରେ ପୂର୍ବ ଓ ଉତ୍ତର ଦିଗକୁ ମୁଖ କରି ଭୋଜନ କରିବା ଶୁଭ ଅଟେ l ଏହି ଦିଗରେ ସକାରାତ୍ମକ ଶକ୍ତି ଅଧିକ ଭରିଥାଏ l ତା ସହିତ ଉତ୍ତର ଦିଗଟି କୁବେରଙ୍କ ଦିଗ ଅଟେ l

* ପୁରୁଣା ଯୋଗ ସାଧନା ଅନୁସାରେ ପୂର୍ବ ଦିଗକୁ ମୁଖକରି ଭୋଜନ କରିବା ଦ୍ୱାରା ରୋଗ ବୈରାଗ ଓ ମାନସିକ ଚାପ ଦୂର ହୋଇଥାଏ l

* ପୂର୍ବ କିମ୍ବା ଉତ୍ତର ପୂର୍ବ ଦିଗକୁ ମୁଖ କରି ଖାଇବା ଦ୍ୱାରା ଖାଦ୍ୟ ହଜମ ହୋଇଥାଏ ଓ ଆୟୁ ବୃଦ୍ଧି ହୋଇଥାଏ l

* ଯେଉଁ ମାନେ ନିଜ କ୍ୟାରିଅର ର ପ୍ରଥମ ପାହାଚ ରେ ଅଛନ୍ତି ସେମାନେ ଉତ୍ତର ଦିଗକୁ ମୁଖ କରି ଖାଇବା ଆବଶ୍ୟକ , ଏହାଦ୍ୱାରା ଜୀବନ ରେ ସଫଳତା ପ୍ରାପ୍ତି ହୋଇଥାଏ l

* ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଯେଉଁ ବ୍ୟକ୍ତି ବିଜନେସ, ଜବ, ରିସର୍ଚ୍ଚ ଓ ଏଜୁକେସନ ରେ ସଫଳତା ଲାଭ କରିବାକୁ ଚାହୁଁଛନ୍ତି ସେମାନେ ପଶ୍ଚିମ ଦିଗକୁ ମୁଖ କରି ଭୋଜନ କରିବା ଆବଶ୍ୟକ l

* ବାସ୍ତୁ ଶାସ୍ତ୍ର ଅନୁସାରେ ଦକ୍ଷିଣ ଦିଗଟି ଯମ ଙ୍କ ଦିଗ ଅଟେ, କଦାପି ଦକ୍ଷିଣ ଦିଗକୁ ମୁଖକରି ଭୋଜନ କରିବା ଉଚିତ ନୁହେଁ l ମାନ୍ୟତା ରହିଛି ଯେ ଏହି ଦିଗକୁ ମୁଖକରି ଭୋଜନ କଲେ ରୋଗରେ ପ୍ରଭାବିତ ହୁଅନ୍ତି l

* ଖାଦ୍ୟ ଖାଇବା ସମୟରେ ସର୍ବଦା ଯଦି ଆପଣ ପଶ୍ଚିମ ଦିଗକୁ ମୁଖକରି ଭୋଜନ କରିବେ ତେବେ ଭୋଜନ ସହିତ ଯୋଡି ହୋଇଥିବା ସମସ୍ତ ସମସ୍ୟା ଦୂର ହୋଇଥାଏ ଓ ସ୍ୱାସ୍ଥ୍ୟ ଠିକ ରହିଥାଏ l

Nalco
Leave A Reply