ଆଜିକାଲି ଅଧିକାଂଶ ଲୋକ ହାଇ ବ୍ଲଡ଼ ପ୍ରେସର ହାର୍ଟ ରୋଗରେ ପ୍ରଭାବିତ ହେଉଛନ୍ତି l ହୃଦଘାତ ସମ୍ବନ୍ଧୀୟ ସମସ୍ୟା ସବୁଠୁ ଅଧିକ ଯୁବକ ମାନଙ୍କର ଜୀବନକୁ ପ୍ରଭାବିତ କରୁଛି l ଆଜିକାଲିର ଜୀବନ ଚର୍ଯ୍ୟା ହେଉଛି ଏହାର ବଡ କାରଣ l ଆଜିକାଲି ଅଧିକାଂଶ ଲୋକଙ୍କର ହାର୍ଟ ବିଟ ଦ୍ରୁତ କିମ୍ବା ଧୀର ହେବାର ଶୁଣିବାକୁ ମିଳୁଛି l ଏହାଦ୍ୱାରା ହାଇ ବ୍ଲଡ଼ ପ୍ରେସର ଓ ହାଇ କୋଲେଷ୍ଟ୍ରଲ ସମସ୍ୟା ବିଶେଷ ଭାବରେ ଦେଖିବାକୁ ମିଳିଥାଏ l ଗବେଷକ ମାନଙ୍କ ମତରେ ଆପଣ ନିଜ ଖାଦ୍ୟ ରୁ ଏପରି ସବୁ ଜିନିଷକୁ ଦୂର କରିବା ଆବଶ୍ୟକ ଯାହା ଆପଣଙ୍କ ହୃତ୍ପିଣ୍ଡ ପାଇଁ ସମସ୍ୟା ସୃଷ୍ଟି କରିଥାଏ l
ଆସନ୍ତୁ ଜାଣିବା ସେହି ଜିନିଷ ଗୁଡିକ କଣ –
– ଲୁଣ :
ଲୁଣ ଖାଦ୍ୟର ସ୍ବାଦକୁ ବୃଦ୍ଧି କରିଥାଏ l କିନ୍ତୁ ହାର୍ଟ ରୋଗୀ ମାନଙ୍କ ପାଇଁ ଲୁଣ ଜହର ସମାନ ଅଟେ l ହାର୍ଟ ଓ ଉଚ୍ଚ ରକ୍ତଚାପ ରୋଗୀ ଲୁଣ ସୀମିତ ମାତ୍ରାରେ ସେବନ କରିବା ଆବଶ୍ୟକ l ଅଧିକ ଲୁଣ ଖାଇବା ଦ୍ୱାରା ରକ୍ତଚାପ ଉଚ୍ଚ ହୋଇ ହାର୍ଟ ପ୍ରଭାବିତ ହୋଇଥାଏ l
– ମିଠା :
ଯଦି ଆପଣ ଅଧିକ ମିଠା ଖାଇ ଥାଆନ୍ତି ତେବେ ଶରୀରରେ ଇନ୍ସୁଲିନ ବୃଦ୍ଧି ପାଇଥାଏ ଓ ମଧୁମେହ ର ଆଶଙ୍କା ମଧ୍ୟ ବୃଦ୍ଧି ପାଇଥାଏ l ଅଧିକ ଚିନି ଖାଇବା ଶରୀର ପାଇଁ କ୍ଷତିକାରକ ହୋଇଥାଏ l
– ମଇଦା :
ହୃଦ ରୋଗୀ ମାନଙ୍କ ପାଇଁ ମୈଦା ଖୁବ କ୍ଷତିକରକ ହୋଇଥାଏ l ଅଧିକ ମାତ୍ରାରେ ମଇଦା ଖାଇବା ଦ୍ୱାରା ଶରୀରରେ କୋଲେଷ୍ଟ୍ରଲ ସ୍ତର ବୃଦ୍ଧି ପାଇଥାଏ l କୋଲେଷ୍ଟ୍ରଲ ଗୋଟିଏ ପ୍ରକାରର ଫ୍ୟାଟ ହୋଇଥାଏ ଯାହା କି ଶରୀରର ଯେ କୌଣସି ଅଙ୍ଗରେ ରକ୍ତ ସଂଚାଳନ ରେ ବାଧା ସୃଷ୍ଟି କରିଥାଏ l
– ଅଣ୍ଡା ର ଧଳା ଅଂଶ :
ଅଣ୍ଡାର ଧଳା ଅଂଶ ରେ ସାଚୁରେଟେଡ଼ ଫ୍ୟାଟ ରହିଥାଏ l ତେଣୁ ହାର୍ଟ ରୋଗୀ ମାନେ ତୁରନ୍ତ ଅଣ୍ଡା ଖାଇବା ବନ୍ଦ ନକରି ଧୀରେ ଧୀରେ କମ ଖାଇବା ଆବଶ୍ୟକ l କାରଣ ଅଣ୍ଡା ରେ ଭରପୁର ମାତ୍ରା ରେ ଭିଟାମିନ ଏ ଓ ବି ରହିଥାଏ l ଏଣୁ ଯଦି ହାର୍ଟକୁ ସୁସ୍ଥ ରଖିବାକୁ ଚାହୁଁଛନ୍ତି ତେବେ ସ୍ୱଳ୍ପ ମାତ୍ରା ରେ ଅଣ୍ଡା ସେବନ କରିବା ଆବଶ୍ୟକ l
