Odisha news

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ଶଙ୍କରାଚାର୍ଯ୍ୟଙ୍କ ସହ ଗଜପତି, ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳଙ୍କ ଆଲୋଚନା

0
ପୁରୀ :ଶ୍ରୀମନ୍ଦିର ଯାତ୍ରୀ ପରିକ୍ରମା ପ୍ରକଳ୍ପ ନେଇ ଆଜି ସନ୍ଧ୍ୟାରେ ଦୁଇ ଘଣ୍ଟା ଧରି ଶଙ୍କରାଚାର୍ଯ୍ୟଙ୍କ ସହ ଆଲୋଚନା କରିଛନ୍ତି ଗଜପତି ଦିବ୍ୟସିଂହ ଦେବ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ, ଜିଲ୍ଲାପାଳ ସମର୍ଥ ବର୍ମା, ଶ୍ରୀମନ୍ଦିର ପରିଚାଳନା କମିଟିର ସମସ୍ତ ସଦସ୍ୟ। ଗତକାଲି ଜଗଦଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀ ଶ୍ରୀମନ୍ଦିର ଚତୁଃପାର୍ଶ୍ଵ ଚାଲିଥିବା ଐତିହ୍ୟ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ବୁଲି ଦେଖିବା ସହ ପ୍ରତିକ୍ରିୟା ରଖିଥିଲେ।ବୈଠକ ପରେ ଶଙ୍କରାଚାର୍ଯ୍ୟଙ୍କ ପ୍ରତିକ୍ରିୟା ଦେଇ କହିଛନ୍ତି ଏଏସଆଇର କୌଣସି ଅଧିକାରୀ ମୋ ସହ ଆଲୋଚନା କରିନାହାନ୍ତି।ଯାତ୍ରୀ ପରିକ୍ରମା ସମ୍ପର୍କରେ ଗଜପତି ଓ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ବିସ୍ତୃତ ଭାବେ ପ୍ରକଳ୍ପ ସଂପର୍କରେ ବୁଝାଇଛନ୍ତି। କାମ ଯାରୀ ରହିବା ଆବଶ୍ୟକ। ବିଶେଷଜ୍ଞଙ୍କ ଦ୍ବାରା କାମ ଚାଲିଛି। ବିକାଶ କାର୍ଯ୍ୟରେ କେହି ବାଧା ସୃଷ୍ଟି କରିବା ଉଚିତ୍ ନୁହେଁ। ପ୍ରକଳ୍ପକୁ ନେଇ କୌଣସି ରାଜନୀତି ହେବା ଉଚିତ୍ ନୁହେଁ ପ୍ରକଳ୍ପ ସପକ୍ଷବାଦୀ ଓ ବିପକ୍ଷବାଦୀ ମିଶି  ଆଲୋଚନା ମାଧ୍ୟମରେ ସହଜରେ ସମାଧାନ କରାଯାଇପାରିବ। କେହି ବିକାଶ କାର୍ଯ୍ୟ ବିରୋଧୀ ହେବା ଉଚିତ୍ ନୁହେଁ।ବିବାଦ ସମାଧାନ ହୋଇଗଲେ ହାଇକୋର୍ଟରେ ମଧ୍ୟ ହସ୍ତକ୍ଷେପ କରିପାରିବେ ନାହିଁ। ଶାସ୍ତ୍ର ଆଧାରରେ ଶ୍ରୀମନ୍ଦିର ଚତୁଃପାର୍ଶ୍ଵରେ ବିକାଶ କାର୍ଯ୍ୟ କରାଯାଉ। ଆଜି ପ୍ରୋଜେକ୍ଟର ମାଧ୍ୟମରେ ଯାତ୍ରୀ ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଓ ଡିଜାଇନ୍ ସମ୍ପର୍କରେ ବୁଝାଯାଇଛି। ଆଲୋଚନା ପରେ ଗଜପତିଙ୍କ ପ୍ରତିକ୍ରିୟା ଦେଇ କହିଛନ୍ତି ଯାତ୍ରୀ ପରିକ୍ରମା ପ୍ରକଳ୍ପରେ ହୋଇଥିବା ପରିବର୍ତନ ସମ୍ପର୍କରେ ଶଙ୍କରାଚାର୍ଯ୍ୟଙ୍କ ସହ ବିସ୍ତୃତ ଆଲୋଚନା କରି ଅବଗତ କରାଯାଇଛି।
Ad2
Leave A Reply