√■ ପଞ୍ଚମାସରେ ଦୈନିକ ପ୍ରାୟ ୭୧୩୫ ୱାଗନ ବ୍ୟବହାର କରୁଥିବା ବେଳେ କେବଳ ଅଗଷ୍ଟ ମାସରେ ଦୈନିକ ୭୩୭୮ ୱାଗନ ବ୍ୟବହାର କରିଛି –
ଚଳିତ ଆର୍ଥିକ ବର୍ଷର ପ୍ରଥମ ପଞ୍ଚମାସ ତଥା ଏପ୍ରିଲ ରୁ ଅଗଷ୍ଟ ୨୦୨୦ ମଧ୍ୟରେ ପୂର୍ବତଟ ରେଳପଥ ପ୍ରାୟ ୭୨.୨ ନିୟୁତ ଟନ ପଣ୍ୟ ବୋଝେଇ ଓ ପରିବହନ କରିପାରିଛି I ଏହି ସମୟ ମଧ୍ୟରେ ଲକ ଡାଉନ ପ୍ରଭାବ ଯୋଗୁଁ ବିଭିନ୍ନ କଳ କାରଖାନା ବନ୍ଦ ଓ ସ୍ୱଳ୍ପ କର୍ମଚାରୀ ନେଇ କାର୍ଯ୍ୟ କରିବା ସତ୍ୱେ ପୂର୍ବତଟ ରେଳପଥ ଏହାର ପଣ୍ୟ ବୋଝେଇ ଓ ପରିବହନ କାର୍ଯ୍ୟ ଜାରି ରଖିଛି ଏବଂ ଜରୁରୀ ଦ୍ରବ୍ୟ କୁ ଗନ୍ତବ୍ୟ ସ୍ଥଳରେ ପହଁଚାଇ ପାରିଛି I
କେବଳ ଅଗଷ୍ଟ ମାସରେ, ପୂର୍ବତଟ ରେଳପଥ ୧୫.୧୧ ନିୟୁତ ଟନ ପଣ୍ୟ ପରିବହନ କରି ପାରିଛି ଯାହାକି ୨୦୧୯ ଅଗଷ୍ଟ ମାସ ତୁଳନାରେ ୧.୭୬ ନିୟୁତ ଟନ ଓ ହାରାହାରି ୫.୩ ଶତକଡା ଅଧିକ ପରିବହନ ହାସଲ କରିଛି I
ଚଳିତ ଆର୍ଥିକ ବର୍ଷର ଏହି ପଞ୍ଚମାସ ମଧ୍ୟରେ ପୂର୍ବତଟ ରେଳପଥ ଦୈନିକ ପ୍ରାୟ ୭୧୩୫ ଟି ୱାଗନ ର ବ୍ୟବହୃତ କରୁଥିବା ବେଳେ କେବଳ ଅଗଷ୍ଟ ମାସରେ ଦୈନିକ ପ୍ରାୟ ୭୩୭୮ ବ୍ୟବହୃତ କରିଛି ଯାହାକି ୨୦୧୯ ଅଗଷ୍ଟ ମାସ ତୁଳନାରେ ୩୬୩ ଟି ଏବଂ ୫.୨ ଶତକଡା ଅଧିକ ଅଟେ I
ଏହି ସଫଳତା ପାଇଁ ପୂର୍ବତଟ ରେଳପଥ ଏହାର ସମସ୍ତ ରେଳମଣ୍ଡଳ ର ପରିଚାଳନା ଓ ଯାନ୍ତ୍ରିକ ବିଭାଗ ର ସମସ୍ତ ନିଷ୍ଠାପର ଓ କଠିନ ପରିଶ୍ରମ କରୁଥିବା କର୍ମଚାରୀ ଯୋଗୁଁ ସମ୍ଭବ ହୋଇ ପାରିଛି I ଏହା ସହିତ ରେଳପଥର ଭାଗିଦାରୀ ଯଥା କୋଲିଆରି, ପୋର୍ଟ, ଷ୍ଟିଲ ପ୍ଲାଣ୍ଟ, ସିମେଣ୍ଟ, ଆଲୁମିନା ପ୍ଲାଣ୍ଟ, ପେଟ୍ରୋଲିୟମ କମ୍ପାନୀ ଓ ଫୁଡ କର୍ପୋରେସନ ଅଫ ଇଣ୍ଡିଆ ର ସହଯୋଗ ପଣ୍ୟ ପରିବହନ ବୃଦ୍ଧି ପାଇଁ ସହାୟକ ହୋଇପାରିଛି I
—