Odisha news

ଲକ ଡାଉନ ସମୟକୁ ଉପଯୋଗ କରି ପୂର୍ବତଟ ରେଳପଥ ବହୁ ସୁରକ୍ଷା ସମ୍ବନ୍ଧୀୟ ଭିତ୍ତିଭୂମି କାର୍ଯ୍ୟ ସମ୍ପାଦନ କରିପାରିଛି

0

√● ସୁରକ୍ଷା ସମ୍ବନ୍ଧୀୟ ଭିତ୍ତିଭୂମି କାର୍ଯ୍ୟ ସମ୍ପାଦନ ପାଇଁ ପ୍ରାୟ ୪୯୧ ଘଣ୍ଟା ବିନିଯୋଗ ହୋଇପାରିଛି I

√● ୦୮ ଟି ସ୍ଥାନରେ ଉପାମାର୍ଗ ପାଇଁ ସିମେଣ୍ଟ କଂକ୍ରିଟ ବକ୍ସ ସ୍ଥାପନ କରାଯାଇଛି I

√● ୧୬ ଟି ପୋଲର ନବୀକରଣ କରାଯାଇ ପାରିଛି I

√● ଫୁଟ ଓଭର ବ୍ରିଜରେ ୪ ଟି ଗାର୍ଡ଼ର ସ୍ଥାପନ କରାଯାଇଛି I

√● ୧୮.୫୪ ଟ୍ରାକ କିଲୋମିଟର ରେଲ ନବୀକରଣ କରାଯାଇଅଛି I

√● ୨୩ଟି ସେଟ ଥିକ ୱେଭ ସୁଇଜର ନବୀକରଣ କରାଯାଇଛି I

√● ୬୦ଟି ରେଲ ପ୍ୟାନେଲ କାର୍ଯ୍ୟ କରାଯାଇପାରିଛି I

√● ୨୧ ଟ୍ରାକ କିଲୋମିଟର ବାଲାଷ୍ଟ ସଫାଈ କାର୍ଯ୍ୟ ସମ୍ପାଦନ କରାଯାଇଛି I

√● ୬୮.୫ ଟ୍ରାକ କିଲୋମିଟର ବାଲାଷ୍ଟ ଟାମ୍ପିଙ୍ଗ କାର୍ଯ୍ୟ ସମ୍ପାଦନ କରାଯାଇଛି I

ଲକ ଡାଉନ ସମୟକୁ ବୁଦ୍ଧିମତାର ପରିଚୟ ଦେଇ ସମୟକୁ ସଦୁପଯୋଗ ଭାବେ ବ୍ୟବହାରକରି ପୂର୍ବତଟ ରେଳପଥ ବହୁ ସୁରକ୍ଷା ସମ୍ବନ୍ଧୀୟ ଭିତ୍ତିଭୂମି କାର୍ଯ୍ୟ ସମ୍ପାଦନ କରିପାରିଛି ଯାହାକି ସ୍ୱାଭାବିକ ସମୟରେ ଟ୍ରେନ ଚଳାଚଳର ସେବାକୁ ଅନେକ ଦିନ ପର୍ଯ୍ୟନ୍ତ ଗୁରୁତର ଭାବେ ପ୍ରଭାବିତ କରିଥାନ୍ତା I

ରେଳସେବାକୁ ପ୍ରଭାବିତ ନକରି ପୂର୍ବତଟ ରେଳପଥ ବହୁ ଗୁରୁତ୍ୱପୂର୍ଣ୍ଣ ସୁରକ୍ଷା ସମ୍ବନ୍ଧୀୟ ଭତ୍ତିଭୂମି କାର୍ଯ୍ୟକୁ ସୁଚାରୁ ଭାବେ ସମ୍ପାଦନ କରିପାରିଛି I  ସ୍ୱାଭାବିକ ସମୟରେ ଏହିସବୁ କାର୍ଯ୍ୟପାଇଁ ଟ୍ରେନ ସେବା ପ୍ରଭାବିତ ହୋଇଥାନ୍ତା ଯାହାକି ସମୁଦାୟ ୪୯୧ ଘଣ୍ଟା ବିନିଯୋଗ ହୋଇଥାନ୍ତା I

ଗୁରୁତ୍ୱପୂର୍ଣ୍ଣ ସୁରକ୍ଷା ସମ୍ବନ୍ଧୀୟ ଭିତ୍ତିଭୂମି କାର୍ଯ୍ୟ ଯଥା __

ସ୍ୱଳ୍ପ ଉଚ୍ଚ ବିଶିଷ୍ଟ ଉପାମାର୍ଗ :

ବିଭିନ୍ନ ସ୍ଥାନରେ ୦୮ ଟି ଉପାମାର୍ଗ ପାଇଁ ସିମେଣ୍ଟ କଂକ୍ରିଟ ବକ୍ସ ସ୍ଥାପନ କରାଯାଇଛି ଯାହାପାଇଁ ସ୍ୱାଭାବିକ ସମୟରେ ଟ୍ରେନ ସେବା ପ୍ରଭାବିତ ସହିତ ଟ୍ରାଫିକ ମଧ୍ୟ ପ୍ରଭାବିତ ହୋଇଥାନ୍ତା ଏବଂ ଏଥିପାଇଁ ପ୍ରାୟ ୭୪ ଘଣ୍ଟା ସମୟ ବିନିଯୋଗ ହୋଇଥାନ୍ତା I  ଏହି ସମୟ ମଧ୍ୟରେ ୩ଟି ଲେଭଲ କ୍ରସିଂ ନିର୍ମାଣ କରାଯାଇ ବିକଳ୍ପ ପଥ ସୁବିଧା ପ୍ରଦାନ କରାଯାଇଛି I

୧୬ ଟି ପୋଲର ନବୀକରଣ :

ଲକ ଡାଉନ ସମୟରେ ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ୧୬ ଟି ପୋଲର ନବୀକରଣ କରାଯାଇଛି ଯାହାକି ସ୍ୱାଭାବିକ ସମୟରେ ୬୯ ଘଣ୍ଟା ଟ୍ରେନ ସେବା ପ୍ରଭାବିତ କରିଥାନ୍ତା I  1

ଫୁଟ ଓଭର ବ୍ରିଜ ର ୪ଟି ଗାର୍ଡ଼ର ସ୍ଥାପନ :

ଲକ ଡାଉନ ସମୟରେ ଭୁବନେଶ୍ୱର ଷ୍ଟେସନ ଠାରେ ଫୁଟ ଓଭର ବ୍ରିଜ ନିର୍ମାଣ ସମ୍ବନ୍ଧୀୟ କାର୍ଯ୍ୟରେ ୪ଟି ଗାର୍ଡ଼ର ସ୍ଥାପନ କରାଯାଇଛି ଯାହାକି ସ୍ୱାଭାବିକ ସମୟରେ ତିନି ଘଣ୍ଟା ବିନିଯୋଗ ହୋଇଥାନ୍ତା I

ଥିକ ୱେଭ ସୁଇଚ ନବୀକରଣ :

ଏହି ସମୟ ମଧ୍ୟରେ ସୁରକ୍ଷା ସମ୍ବନ୍ଧୀୟ ୨୩ ସେଟ ଥିକ ୱେଭ ସୁଇଚର ନବୀକରଣ କରାଯାଇଛି ଯାହାକି ସ୍ୱାଭାବିକ ସମୟରେ ୭୦ ଘଣ୍ଟା ସମୟ ଲାଗିଥାନ୍ତା ଏବଂ ଟ୍ରେନ ସେବା ପ୍ରଭାବିତ ହୋଇଥାନ୍ତା I

ରେଲ ପ୍ୟାନେଲ କାର୍ଯ୍ୟ :

୬୦ଟି ରେଲ ପ୍ୟାନେଲ କାର୍ଯ୍ୟକୁ ପୂର୍ବତଟ ରେଳପଥ ଲକ ଡାଉନ ସମୟରେ ସମ୍ପାଦନ କରିପାରିଛି ଯାହାକି ୧୨ ଘଣ୍ଟା ସମୟ ଖର୍ଚ କରିବାକୁ ପଡିଥାନ୍ତା I

ବାଲାଷ୍ଟ ସଫାଈ କାର୍ଯ୍ୟ :

ପୂର୍ବତଟ ରେଳପଥ ଲକ ଡାଉନ ସମୟରେ ପ୍ରାୟ ୨୧ ଟ୍ରାକ କିଲୋମିଟର  ର  ବାଲାଷ୍ଟ ସଫାଈ କାର୍ଯ୍ୟ ସମ୍ପାଦନ କରିପାରିଛି ଯାହାକି ସ୍ୱାଭାବିକ ସମୟରେ ୧୯୪ ଘଣ୍ଟା ସମୟ ବିନିଯୋଗ ହୋଇଥାନ୍ତା I  ଏହି କାର୍ଯ୍ୟରେ ବାଲାଷ୍ଟ ରୁ ମାଟି କୁ ସଫା କରାଯାଇଥାଏ ଏବଂ ଟ୍ରେନ ଚଳାଚଳ ପାଇଁ ଏହା ଅତ୍ୟନ୍ତ ଗୁରୁତ୍ବରପୂର୍ଣ୍ଣ ହୋଇଥାଏ I

ବାଲାଷ୍ଟ ଟାମ୍ପିଙ୍ଗ କାର୍ଯ୍ୟ ସମ୍ପାଦନ :

ଏହି ସମୟ ମଧ୍ୟରେ 68.5 ଟ୍ରାକ କିଲୋମିଟର ବାଲାଷ୍ଟ ଟାମ୍ପିଙ୍ଗ କାର୍ଯ୍ୟ ସମ୍ପାଦନ କରାଯାଇ ପାରିଛି ଯାହାକି ସ୍ୱାଭାବିକ ଟ୍ରେନ ଚଳାଚଳ ସମୟରେ ୪୩ ଘଣ୍ଟା ଲାଗିଥାନ୍ତା I ଏହି କାର୍ଯ୍ୟ ଦ୍ୱାରା ରେଲ ସ୍ଲିପର କୁ ଵାଲାଷ୍ଟ ଦ୍ୱାରା ପୁର୍ଣ କରାଯାଇ ଟ୍ରାକ କୁ ସୁଦୃଢ କରାଯାଇଥାଏ I

ଏହା ବ୍ୟତୀତ ଚରବାଟିଆ, ଗୁରୁଡ଼ିଝଟିଆ ଓ କପିଳାସ ରୋଡ଼ ଷ୍ଟେସନ ଠାରେ ଫୁଟ ଓଭର ବ୍ରିଜ ନିର୍ମାଣ କାର୍ଯ୍ୟ, କରାଯାଇଛି I  ଏହି ସବୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ ଦ୍ୱାରା ଟ୍ରେନ ଚଳାଚଳ କ୍ଷେତ୍ରରେ ବେଗ ବୃଦ୍ଧି ପାଇପାରିବ ଏବଂ ଅଧିକ ଟ୍ରେନ ଯାତାୟାତ କରିପାରିବ I  ଏହା ସହିତ ବହୁ ଷ୍ଟେସନ ଠାରେ ଆଧୁନିକୀ କାରଣ କାର୍ଯ୍ୟ ଯଥା ପ୍ଲାଟଫର୍ମ ଗୁଡିକର ଉଚ୍ଚତା କରିବା, ଲମ୍ବା ବୃଦ୍ଧି କରିବା, ପ୍ଲାଟଫର୍ମ ସେଡ ଯୋଗାଇଦେବା, ବିସ୍ତୃତ ଅଂଚଳ ଗୁଡିକର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ସମ୍ପାଦନ କରିବା ସହିତ ଯାତ୍ରୀ ପରିଷେବା କାର୍ଯ୍ୟ ଯଥା କିଛି ଷ୍ଟେସନ ଠାରେ ଲିଫ୍ଟ ବ୍ୟବସ୍ଥା, ସହିତ ଅନେକ କାର୍ଯ୍ୟ ମଧ୍ୟ କରାଯାଇପାରିଛି I

ଏହା ସହିତ ଗୁରୁତ୍ୱପୂର୍ଣ୍ଣ ଇଲେକ୍ଟ୍ରିକାଲ, ମେକାନିକାଲ, ଦୂରସଂଚାର ଓ ସାଙ୍କେତିକ କାର୍ଯ୍ୟ ମଧ୍ୟ ସମ୍ପାଦନ କରାଯାଇଛି ଏହି ଲକ ଡାଉନ ସମୟରେ ଯାହାକି ବହୁ ସମୟ ସ୍ୱାଭାବିକ ସମୟରେ ବିନିଯୋଗ ହୋଇଥାନ୍ତା ଏବଂ ଟ୍ରେନ ସେବା ମଧ୍ୟ ପ୍ରଭାବିତ ହୋଇଥାନ୍ତା I

Leave A Reply