Odisha news

ସୂଚନା ଫଳକରେ ସୀମିତ ବିଦ୍ୟୁତ କରଣ।୧୫୦୦ ଟଙ୍କା ଲାଞ୍ଚ ଦେଇ ମଧ୍ୟ ବିଦ୍ୟୁତ ସଂଯୋଗ ପାଇ ପାରିଲେନି ବିପିଏଲ ପରିବାର

0

ତେଲକୋଇ-ସମସ୍ତ ବିପିଏଲ ହିତାଧିକାରୀ କୁ ମାଗଣା ବିଦ୍ୟୁତ ସଂଯୋଗ  ନିମନ୍ତେ କେନ୍ଦ୍ରସରକାର ଙ୍କ ଦିନଦୟାଲ ଉପାଧ୍ୟାୟ ଗ୍ରାମ ଜ୍ୟୋତି ଯୋଜନା ମାଧ୍ୟମରେ କେନ୍ଦ୍ର ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ତେବେ ଏହି ଯୋଜନା ର ସୁଫଳ ଲୋକଙ୍କ ପାଖରେ ଅପହଁଞ୍ଚ ହୋଇ ପଡିଛି । କାର୍ଯ୍ୟ ନକରି ବିଲ ଉଠାଇ ନେଇଛି ଠିକାସଂସ୍ଥା ।ସେପଟେ ସରକାର ମାଗଣା ବିଦ୍ୟୁତ ସଂଯୋଗ ଦେବାକଥା କହୁଥିବା ବେଳେ ବିଦ୍ୟୁତ ସଂଯୋଗ ଦେବାପାଇଁ ପରିବାର ପିଛା ଠିକାସଂସ୍ଥା ୧୫୦୦ ଟଙ୍କା ନେଇ ଥିବା ଅଭିଯୋଗ କରିଛନ୍ତି ହିତାଧିକାରୀ । ଏହି ବ୍ଲକର ବିଭିନ୍ନ ଗ୍ରାମରେ ବିପିଏଲ ପରିବାର ଘରେ ବିଜୁଳି ସଂଯୋଗ ହୋଇ ନଥିବା ବେଳେ ଗାଁ ମୁଣ୍ଡରେ ଲଗାଯାଇଛି ବ୍ୟୟ ଅଟକଳ ର ସୂଚନା ଫଳକ ।

ବ୍ଲକର ୧୯ହଜାର ରୁ ଉର୍ଦ୍ଧ୍ବ  ବିପିଏଲ ହିତାଧିକାରୀ ଥିବା ବେଳେ ୪ହଜାରରୁ ଅଧିକ ଅନ୍ତରଦୟ ଯୋଜନାରେ ରହିଛନ୍ତି।ବିଦୁତ ବିଭାଗର ଯନ୍ତ୍ରୀ ଙ୍କ କହିବା ଅନୁଯାୟୀ ମାତ୍ର ୫ହଜାର ପାଖା ପାଖି ବିପିଏଲ ହିତାଧିକାରୀ ଙ୍କ ବିଦ୍ୟୁତ ସଂଯୋଗ ଦିଆଯାଇଛି।ଏଭଳି ଅଭିଯୋଗ ଆସିଛି ତେଲକୋଇ ବ୍ଲକ ବେଣାମୂଣ୍ଡା ଗାଁ ରୁ । ଗାଁରେ ୪୦ ବିପିଏଲ ପରିବାର ଥିବାବେଳେ ସେମାନଙ୍କ ଘରକୁ ବିଦ୍ୟୁତ କନେକସନ ଦିଆ ନଯାଇ କେବଳ ଖଣ୍ଡିଏ ବଙ୍କୁଲି ବାଡି ଓ ମିଟର ଦେଇ କାମ ସାରିଦେଇଛି  ଠିକାସଂସ୍ଥା । ଗାଁର ସମସ୍ତ ବିପିଏଲ ପରିବାର କୂ ବିଦ୍ୟୁତ ସଂଯୋଗ ହୋଇସାରିଥିବା ନେଇ ଗାଁ ମୁଣ୍ଡରେ ବ୍ୟୟ ଅଟକଳ ର ବୋର୍ଡ  ମଧ୍ୟ ଲଗାଯାଇଛି ।

ଯାହାକୁ ନେଇ ଗାଁ ଲୋକଙ୍କ ମଧ୍ଯରେ ଅସନ୍ତୋଷ ଦେଖାଦେଇଛି ।ବିପିଏଲ ହିତାଧିକାରୀ ବଙ୍କୁଲି ବାଡି ଧରି ଗାଁ ଦାଣ୍ଡରେ ପ୍ରତିବାଦ କରୁଥିବା ଦୃଶ୍ୟ ଦେଖିବାକୁ ମିଳିଛି । ସୂଚନା ଅନୁଯାୟୀ କେନ୍ଦ୍ର ସରକାର ସମସ୍ତ ବିପିଏଲ ପରିବାର କୁ  ମାଗଣା ବିଦ୍ୟୁତ ଯୋଗାଇ ଦେବାପାଇଁ ଯୋଜନା ପ୍ରସ୍ତୁତ କଲେ ଏବଂ କେନ୍ଦ୍ର ସରକାରଙ୍କ ସଂସ୍ଥା ଏନଟିପିସି କାର୍ଯ୍ୟ ତୁଲାଇବାର ଦାୟୀତ୍ବ ନେଇ କେନ୍ଦୁଝର ଜିଲ୍ଲାରେ କାର୍ଯ୍ୟ ଆରମ୍ଭ କଲେ  ।ତେବେ ଏଥିପାଇଁ ଏନଟିପିସି ପକ୍ଷରୁ ବିଦ୍ୟୁତ ଯୋଗାଣ କାର୍ଯ୍ୟ  ସୁରୁଖୁରୁରେ ସଂମ୍ପାଦନ କରିବା ପାଇଁ ଗୋଦରେଜ ଓ ଫେଡକୋ କମ୍ପାନୀ କୁ ତେଲକୋଇ ବ୍ଲକ ପାଇଁ ଟେଣ୍ଡର ଦିଆଯାଇଥିଲା । ତେବେ ଦୁଇ କମ୍ପାନୀ ଠିକ ଭାବେ  କାର୍ଯ୍ୟ ନ କରି କାଗଜପତ୍ର ରେ କାର୍ଯ୍ୟ ସାରି ଦେଇଥିବା ଅଭିଯୋଗ ହୋଇଛି ।କେବଳ ତେଲକୋଇ ବ୍ଲକର ବେଣାମୂଣ୍ଡା ଗାଁ ନୁହଁ ବ୍ଲକର ଅନ୍ୟ ଗାଁ ଗୁଡିକ ରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଛି ।କେଉଁଠି ଖାଲି ଖୁଣ୍ଟ ପୋତାଯାଇଛି ତ ଆଉ କେଉଁଠି ଟ୍ରାନ୍ସଫର୍ମର ଥାଇ ମଧ୍ୟ  ଲାଇନ ଜଳୁନି । ଏନେଇ ଜିଲ୍ଲାପାଳ ଙ୍କୁ ଅଭିଯୋଗ କରାଯାଇଥିଲେ ମଧ୍ୟ କିଛି ସୁଫଳ ମିଳି ନଥିବା ଜଣାପଡିଛି । ବିପିଏଲ ପରିବାର ଙ୍କୁ ଶିଘ୍ର ବିଦ୍ୟୁତ ଯୋଗାଇ ଦେବାପାଇଁ ଦାବୀ ହୋଇଛି

Leave A Reply