ରାୟଗଡା : କରୋନା ମହାମାରୀ ଯୋଗୁଁ ସାରା ଦେଶରେ ଛାତ୍ର ଛାତ୍ରୀଙ୍କ ଶିକ୍ଷା ବିପର୍ଯ୍ୟୟ ହୋଇ ପଡ଼ିଥିବା ବେଳେ ସାଧାରଣ ଜନଜୀବନ ମଧ୍ୟ ଅସ୍ତବ୍ୟସ୍ତ ହୋଇଛି ବିଶେଷ କରି ଶିକ୍ଷାଦାନ କ୍ଷେତ୍ରରେ ସମସ୍ୟା ସୃଷ୍ଟି କରିଛି । ବିଦ୍ୟାଳୟର ଛୁଟି ପୂର୍ବର ହିଁ ସରକାର ସମସ୍ତ ବିଦ୍ୟାଳୟ ଗୁଡିକୁ ବନ୍ଦ ରଖିବା ପାଇଁ ନିଷ୍ପତି ନେଇଥିଲେ । ତେବେ ଛାତ୍ର ଛାତ୍ରୀ ଶିକ୍ଷାଦାନୁର ଯେପରି ବଂଚିତ ନ ରୁହନ୍ତି ସେଥି ନିମନ୍ତେ ସରକାରଙ୍କ ତରଫରୁ ଇ–ସୁବିଦ୍ୟା ଯୋଜନାର ଶୁଭରାମ୍ଭ କରାଯାଇଥିଲେ । ରାୟଗଡା ଜିଲ୍ଲାରେ ମେ ୧୫ ତାରିଖ ଦିନ ଇ–ସୁବିଦ୍ୟା କାର୍ଯ୍ୟକ୍ରମର ଶୁଭରାମ୍ଭ ହୋଇଥିଲା । ତେବେ ରାୟଗଡା ଜିଲ୍ଲାରେ ଇ–ସୁବିଦ୍ୟା ଯୋଜନା କିପରି କାର୍ଯ୍ୟକାରୀ ହେଉଛି ଆଜି ତାହାର ସମୀକ୍ଷା କରିଛନ୍ତି ବିଭାଗୀୟ ଅନୁସୂଚିତ ଜାତି ଓ ଜନଜାତି ବିକାଶ, ପଛୁଆ ବର୍ଗ ଓ ସଂଖ୍ୟାଲଘୁ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା ।
ମାନ୍ୟବର ମନ୍ତ୍ରୀ କୋଲନରା ଅଙ୍କାବାଡି ପ୍ରାଥମିକ ବିଦ୍ୟାଳୟ, ରାୟଗଡ ବ୍ଲକ ଅନ୍ତର୍ଗତ ବୀରନାରାୟଣପୁର ଉଚ୍ଚ ପ୍ରଥାମିକ ବିଦ୍ୟାଳୟ ଓ ଉତକାପାଡୁ ପ୍ରାଥମିକ ବିଦ୍ୟାଳୟ ପରିଦର୍ଶନ କରିଥିଲେ । ମନ୍ତ୍ରୀ ଶ୍ରୀସାରକା ଗ୍ରାମର ଗ୍ରାମବସୀ ମାନଙ୍କୁ ନିଜ ନିଜ ପିଲା ମାନଙ୍କୁ ଏହି ଇ–ସୁବିଦ୍ୟା ଯୋଜନାର ସୁବିଧା ନେଇ ପାଇଁ କେନ୍ଦ୍ରକୁ ପଠାଇବା ପାଇଁ ଅନୁରୋଧ କରିଥିଲେ । ବୀରନାରାୟଣପୁର ସ୍ୱୁଲର ପରିବେଷ, କମ୍ପୁଟର , ଲାଇବେରୀ ଏବଂ ଶୌଚାଳୟ ଦେଖି ମନ୍ତ୍ରୀ ବେସରକାରୀ ବିଦ୍ୟାଳୟ ଠାରୁ ବହୁତ ଆଗରେ ଓ ସରକାରଙ୍କ ଏତିକି ଅନୁଦାନରେ ଏପରି ହେବା ସମ୍ଭବ ନୁହେଁ ବୋଳି ଗ୍ରାମବାସୀଙ୍କୁ କହିଥିଲେ ସେ ଗାଁ ଲୋକେ କହିଛନ୍ତି କେବଳ ଶିକ୍ଷକଙ୍କ ଜଗଦିଶ ଚନ୍ଦ୍ର ଦୋରାଙ୍କ ଇଛାଶକ୍ତି ଏହି ସ୍କୁଲର ବିକାଶ ହୋଇଥିବା ପ୍ରକାଶ କରିଥିଲେ ।
ଏହି ସମୀକ୍ଷା ସମୟରେ ମନ୍ତ୍ରୀଙ୍କ ସହ ରାୟଗଡା ବିଧାୟକ ମକରନ୍ଦ ମୁଦୁଲି, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଗଙ୍ଗାଧର ପୁଆଲା, ଜିଲ୍ଲା ମଙ୍ଗଳ ଅଧିକାରୀ ଅଶୋକ କୁମାର ଶତପଥି, ରାୟଗଡା ବ୍ଲକ ଅଧ୍ୟକ୍ଷ ରାମୁଲୁ ପେଦେଂଟି ପ୍ରମୁଖ ଉପସ୍ଥିତ ଥିଲେ । ଗତ ମାର୍ଚ୍ଚ ମାସରେ ସମସ୍ତ ବିଦ୍ୟାଳୟ ଓ ମଙ୍ଗଳ ବିଭାଗ ଦ୍ୱାରା ପରିଚାଳିତ ହେଷ୍ଟଲ ଗୁଡିକୁ ବନ୍ଦ ରଖାଯାଇଥିଲା । ପରବର୍ତୀ ସମୟରେ ରାଜ୍ୟ ସରକାରଙ୍କ ମଙ୍ଗଳ ବିଭାଗ ତରଫରୁ ଏକ ସ୍ୱତନ୍ତ୍ର ଆପ ଇ–ସୁବିଦ୍ୟା ମାଧ୍ୟମରେ ଛାତ୍ର ଛାତ୍ରୀ ମାନଙ୍କୁ ଶିକ୍ଷାଦାନ କରିବାର ବ୍ୟବସ୍ଥା କରାଯାଇଥିଲା । ବର୍ତମାନ ରାୟଗଡା ଜିଲ୍ଲାରେ ୪୨୦ଟି କେନ୍ଦ୍ରରେ ବିକଳ୍ପ ଶିକ୍ଷା ବ୍ୟବସ୍ଥା ବା ଆଲଟ୍ରାନେଟ୍ ଲେର୍ନିଙ୍ଗ ମେଂଟରସିପ ପୋଗ୍ରାମ ଆରମ୍ଭ ହୋଇଛି । ଏଠାେରେ ଶିକ୍ଷକ ମାନେ ପାଠ ସାଙ୍ଗକୁ କରୋନା ଉପରେ ସଚେତନତା, ହାତ ଧୁଆ, ମାସ୍କ ପିନ୍ଧିବା ଇତ୍ୟାଦିର ଉପଦେୟତା ଉପରେ ମଧ୍ୟ ପାଠ ପଢାଇବେ ।