Odisha news

ଅସହ୍ୟତାତି , ୪୪ଂଡ଼ିଗ୍ରୀ ତାପମାତ୍ରାରେ ଅଣନିଶ୍ୱାସ ରାୟଗଡ଼ା ଜିଲ୍ଲା : ଅଂଶୁଘାତ ଆଶଙ୍କା

0

ରାୟଗଡା : ଗତ କିଛି ଦିନଧରି ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରଭାବ ଜାରି ରହିଛି ଏଥିରୁ ବାଦ ପଡ଼ିନି ରାୟଗଡ଼ା ଜିଲ୍ଲା ସଦର ମହକୁମା ଠାରୁ  ଆରମ୍ଭ କରି ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ଅସହ୍ୟତାତି ୪୪ଂ ଡ଼ିଗ୍ରୀ ତାପମାତ୍ରା ସାଙ୍ଗକୁ ମୁଣ୍ଡଫଟା ଖରାରେ ଅଣନିଶ୍ୱାସ କରିଦେଉଛି ଜନଜୀବନକୁ ପ୍ରକୃତି ଅନ୍ୟ ପଟେ କରୋନା ଭୂତାଣୁ ପାଇଁ ସାରା ଦେଶରେ ଲକ ଡ଼ାଉନ ଚଳିତ ମାସ ୩୧ ଯାଏ ଜାରୀରହିଥିବା ବେଳେ ସକାଳ ୭ରୁ ସଂନ୍ଦ୍ୟ ୭ଯାଏ କହଳ ଥିବାବେଳେ ସମସ୍ତ ଦୋକାନ ବଜାର ଦିନ ୨ଘଣ୍ଟା ଯାଏ ଖୋଲା ରହିବା ପାଇଁ ଅନୁମତି ରହିଛି କିନ୍ତୁ ଖରାର ପ୍ରଭାବ ଯୋଗୁଁ ଦିନ ୧୨ ଘଣ୍ଟା ପରେ ରାସ୍ତା ଘାଟ ଶୁନଶାନ ହୋଇଯାଉଛି ତେଣୁ ଜିଲାଟା ସାରା ଲୋକେ ଘରୁ ପାଦ କଢ଼ିବା ପାଇଁ ଭୟ କରୁଛନ୍ତି  ସୂର୍ଯ୍ୟଙ୍କ ରଶ୍ମୀ ସକାଳ ୭ଟା ଠାରୁ ଦେହକୁ ଖୁବ କଷ୍ଟ ଦେଉଥିବା ବେଳେ ପୂର୍ବାହ୍ନ ୯ଟା ଠାରୁ ମୁଣ୍ଡଫଟା ଖରାଯୋଗୁଁ ଜିଲାଟା ସାରା ଲୋକେ ତ୍ରାହିତ୍ରାହି ଡାକୁଛନ୍ତି 

ସାମୁଦ୍ରୀକ ଝଡ ଅମ୍ପନ ପ୍ରଭାବ ଜିଲ୍ଲାରେ ନଥିଲେ ମଧ୍ୟ ଅମ୍ପନ ଝଡ଼ ପରେପରେ ସାରା ରାଜ୍ୟଭଳି ରାୟଗଡା ଜିଲାରେ ମଧ୍ୟ ଗ୍ରୀଷ୍ମ ଲହରୀ ଅତିଷ୍ଟ କରିଦେଇଛି  କ୍ରମାଗତ ଭାବେ ବଢ଼ିଚାଲିଥିବା ପାରଦ ବୌଶାଖ ମାସର ୮ଦିନ ସହ ଜ୍ୟେଷ୍ଟ ମାସଟା ସାରା ଚଳିତବର୍ଷ ଲୋକଙ୍କୁ ଖୁବ କଷ୍ଟଦାୟକ ହେବବୋଲି ପାଞ୍ଜିକାର ମାନେ ମତପ୍ରକାଶ କରିଛନ୍ତି  ଗତ କିଛିଦିନ ପର୍ଯ୍ୟନ୍ତ ରାୟଗଡା ଜିଲାରେ ୪୦ଂ ସେଲସିୟସ ତାପମାତ୍ରା ଅନୁଭବ ହୋଇଥିବା ବେଳେ ହଠାତ ଏହା ୨ଂ ବଢ଼ି ୪୨ରେ ପହଞ୍ଚିଥିଲା ବର୍ତ୍ତମାନ ଏହା ୪୪ଂରେ ଆସି ପହଞ୍ଚିଛି ଗତ ଦୁଇଦିନ ପର୍ଯ୍ୟନ୍ତ ବାୟୁମଣ୍ଡଳର ତାପମାତ୍ର ୩୨ଂ ରହିିଥିବା ବେଳେ ବିଳମ୍ବିତ ରାତିରେ ଏହା ଖସିବା ଆରମ୍ଭ ହୋଇଥିଲା କିନ୍ତୁ ଆଜି ଦିନର ତାପମାତ୍ରା ସର୍ବନିମ୍ନ ୩୦ଂରୁ ଖସିନଥିବା ପାଣିପାଗ ବିଭାଗର ୱେବସାଇଟରୁ ଜଣାପଡିଛି ତେବେ ସକାଳ ୫ଘଣ୍ଟା ୨୨ମିନଟରେ ସୂର୍ଯ୍ୟଦୟ ହୋଇଥିବା ବେଳେ ସକାଳ ୬ଘଣ୍ଟା ୩୦ ମିନଟ ବେଳକୁ ତାପମାତ୍ର ବଢ଼ି ୩୦ଂରେ ପହଞ୍ଚିଥିଲା ଦିନ ବଢ଼ିବ ସାଙ୍ଗକୁ ତାପମାତ୍ରା ବଢ଼ି ୧୧ଟା ୩୦ବେଳକୁ ୪୨ଂ ,ବଂ ୧୨ଟା ୩୦ ମିନଟ ବେଳକୁ ଏହା ୪୪ଂରେ ଆସି ପହଞ୍ଚିଥିବା ଜଣାପଡିଛି

ଏହି ତାପମାତ୍ର ସନ୍ଧ୍ୟା ପର୍ଯ୍ୟନ୍ତ ଲୋକେ ଅନୁଭବ କରିଛନ୍ତି ତେବେ ପ୍ରତିବର୍ଷ ବଢ଼ିଚାଲିଥିବା ଉତ୍ତାପ ଜୀବଜଗତ ପାଇଁ ଶୁଭଙ୍କର ନୁହେଁ ବୋଲି ପରିବେଷବିତ୍ତ ଗୌରାଙ୍ଗ ଚରଣ ରାଉତ ମତବ୍ୟକ୍ତ କରିଛନ୍ତି କାଶୀପୁରକୁ ଜିଲାର ସବୁଠାରୁ ଆମୋଦ ଦାୟକ ସ୍ତାନରୂପେ ଜଣାଯାଉଥିବା ବେଳେ ଏଠାର ତାପମାତ୍ରା ମଧ୍୍ର ଖୁବବଢ଼ି ୪୦ଂକୁ ଛଇଁଥିବା ଜଣାପଡିଛି ଯାହାକି ଏଭଳି ଗ୍ରୀଷ୍ମ ପ୍ରବାହ ଆଗରୁ କେବେମଧ୍ୟ ଅନୁଭବ କରିନାହୁ ବୋଲି ଜଣେ ବରିଷ୍ଟୁ ନାଗରିକ ଗାଇଲୁ ଶବର କହିଛନ୍ତି ସୂର୍ଯ୍ୟ ଉଦୟ କିଛି ଘଣ୍ଟା ପରେ ସହରର ରାସ୍ତାଘାଟ ଜନଶୂନ୍ୟ ହୋଇଯାଉଛି ଦିନ ତମାମର ଖରାରେ ଘରେରହି ଲୋକେ ତାତିରେ ଆଉଟୁ ପାଉଟୁ ହୋଇପଡିଥିବା ପରିଲିଖିତ ହୋଇଛି ଗାଡି ଚଳାଚଳ ଖୁବ ପ୍ରଭାବିତ ହୋଇଥିବା ବେଳେ ମଧ୍ୟାନ ଠାରୁ ସହରର ଦୋକାନ ବଜାର ବନ୍ଦ ରହିଥିବା ଦେଖିବାକୁ ମିଳିଛି

ରାସ୍ତା କଡର ଦୋକାନ ବଜାରରେ ତାଟି କବାଟ ପଡିଯାଇଥିବା ବେଳେ କାଭାଁ ଗାଡି ଚଳାଚଳ କରୁଥିବା ପରିଲିଖିତ ହୋଇଛି ଘଣ୍ଟାକୁ ୧୨କିଲୋମିଟର ବେଗରେ ଲୁ ପ୍ରବାହ ଉତ୍ତାପକୁ ଆହୁରି ଦୁଇଗୁଣ କରିଦେଇଛି ଅସହ୍ୟ ଗୁଳୁଗୁଳି ଯୋଗୁଁ ଲୋକେ ଅତିଷ୍ଟୁ ହୋଇପଡିଥିବା ଜଣାପଡିଛି ଅପରପକ୍ଷରେ ପଥଚାରୀ ଏବଂ ରାସ୍ତକଡରେ ଜୀବନ ବିତାଉଥିବା ଲୋକଙ୍କ ପାଇଁ ସମସ୍ୟା ଆଣିଦେଇଛି ରାସ୍ତାପାଶ୍ୱରେ ଥିବା ଗଛତଳେ ବସି ସମୟ କଟାଉଥିବା ବେଳେ ଜୀବନମରଣ ସମସ୍ୟା ଏହି ଗ୍ରୀଷ୍ମ ପ୍ରବାହ ଆଣିଦେଇଛି  କିନ୍ତୁ ଚଳିତ ବର୍ଷ କେଉଁଠି ମଧ୍ୟ ସରକାରଙ୍କ ଜଳଛତ୍ର କରାଯାଇ ନାହିଁ ତେଣୁ ରାସ୍ତାରେ ଯିବା ବହୁ କଷ୍ଟସାଧ୍ୟ ହେଉଛି ବୋଲି ଜଣେ ବୁଲା ବିକାଳି ଠାରୁ ପ୍ରକାଶ ଗାଡିରେ ଯିବା ଆସିବା କରିବା ବେଳେ ରାସ୍ତାଉପରେ ପଡିଥିବା ପିଚୁ ପାଣିର ଏକ ସ୍ତର ପଡିରହିଥିବା ଭ୍ରମ ସୃଷ୍ଟି କରୁଛି ଯାହାକି ଦୁର୍ଘଟଣାର ଆଉଏକ କାରଣ ବୋଲି ପୁଲିସ ବିଭାଗ ରସ୍ତାଉପରେ ରହି ସଚେତନ କରାଉଥିବା ପରିଲିଖିତ ହୋଇଛି

Leave A Reply