Odisha news

ଭଦ୍ରକ ବିଧାନସଭା ନିର୍ବାଚନ ମଣ୍ଡଳୀ କଂଗ୍ରେସ ପକ୍ଷରୁ ରନ୍ଧାଖାଦ୍ୟ ବିତରଣ

0

ଭଦ୍ରକ :ଆଜି ଭଦ୍ରକ ବିଧାନସଭା ନିର୍ବାଚନ ମଣ୍ଡଳୀ କଂଗ୍ରେସ ପକ୍ଷରୁ ଭଦ୍ରକ ନୂଆ ବସ୍ଷ୍ଟାଣ୍ଡ ଠାରେ ରାଜପଥରେ ଯାଉଥିବା ପ୍ରବାସୀଙ୍କୁ ରନ୍ଧାଖାଦ୍ୟ ବିତରଣ କରାଯାଇଛି । ବିଧାନସଭା ନେତା ତଥା ଜିଲ୍ଲା କଂଗ୍ରେସ କାର୍ଯ୍ୟକାରୀ ସଭାପତି ନଳନୀ ମହାନ୍ତିଙ୍କ ନେତୃତ୍ୱରେ ଏହି କାର୍ଯ୍ୟ ସମ୍ପନ୍ନ କରାଯାଇଥିଲା । ୧୬ନମ୍ବର ଜାତୀୟ ରାଜପଥରେ  ବିଭିନ୍ନ ବସ୍, ଟ୍ରକ ଏବଂ ଚାଲିଚାଲି ପ୍ରବାସୀ ଶ୍ରମିକମାନେ ନିଜନିଜ ଘରକୁ ବହୁ କଷ୍ଟରେ ଯାଉଛନ୍ତି ।

ସେମାନେ ଭୋକ ଓପାସରେ ଯାତ୍ରା କରୁଥିବାରୁ ଶ୍ରୀ ମହାନ୍ତି ନିଜସ୍ୱ ପ୍ରଚେଷ୍ଟାରେ ପ୍ରବାସୀଙ୍କୁ ରନ୍ଧାଖାଦ୍ୟ ଓ ପାଣିବୋତଲ ବିତରଣ କରି ସେମାନଙ୍କ କ୍ଷୁଧା ନିବାରଣ କରିଛନ୍ତି । ଏହି କାର୍ଯ୍ୟରେ ଶ୍ରୀ ମହାନ୍ତିଙ୍କୁ ଭଦ୍ରକ ଟାଉନ କଂଗ୍ରେସ ସଭାପତି ଅବଦୁଲ ମୁକିତ ଖାଁ, ସେକ ସମ୍ଦାନୀ, ସେକ ଜମିର, ପୀତବାସ ଧଳ, ବିଜୟ ବାରିକ, ଇଲିୟାସ ଖାଁ, ସେକ୍ ଜିକୁ, ଲାଲୁ ଭାଇ, ସାବର ଖାଁ, ସେକ ତାହେରୁଦ୍ଦିନ, ନଜରୁଲ ହୁଦା, ମନୋଜ ବେହେରା ପ୍ରମୁଖ ସହଯୋଗ କରିଥିଲେ । ଏହି କାର୍ଯ୍ୟକୁ ନିୟମିତ ବଳବତ୍ତର ରଖାଯିବ ବୋଲି ଶ୍ରୀ ମହାନ୍ତି କହିଛନ୍ତି

Nalco
Leave A Reply