ଡେରାବିଶ : ଡେରାବିଶ ବ୍ଳକର ଇନ୍ଦାଳୋ ପଂଚାୟତ ଓ ଖମୋଳ ପଂଚାୟତ ସଙ୍ଗରୋଧ କେନ୍ଦ୍ରରୁ ସମୁଦାୟ ୭୧ ଜଣ ପ୍ରବାସୀ ଘରକୁ େ‘ରିଛନ୍ତି । ଗତ ୧୧ ତାରିଖ ଦିନ ଇନ୍ଦଳୋ ପଂଚାୟତର ଶାରଦା ଏକାଡେମୀ ସ୍ଥିତ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିରରେ ସଙ୍ଗରୋଧରେ ରହିଥିବା ୨୩ ଜଣ ପ୍ରବାସୀ ଗତକାଲି ସେମାନଙ୍କର ୧୪ ଦିନ ପୁରଣ ହୋଇଯାଇଥିବାରୁ ଘରକୁ େ‘ରିଛନ୍ତି ।
ସେହିପରି ଖମୋଳ ପଂଚାୟତ ଅନ୍ତର୍ଗତ ବାଗ୍ଦେବୀ ବିଦ୍ୟାପୀଠରେ ହୋଇଥିବା ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିରରେ ସଙ୍ଗରୋଧରେ ରହୁଥିବା ୪୮ ଜଣ ପ୍ରବାସୀ ଆଜି ସେମାନଙ୍କର ୧୪ ଦିନିଆ ସଙ୍ଗରୋଧ ଅବଧି ଶେଷ ହେବା ପରେ ନିଜ ନିଜର ଘରକୁ େ‘ରିଛନ୍ତି । ପ୍ରବାସୀମାନଙ୍କୁ ଉଭୟ ପଂଚାୟତର ସରପଂଚ ରଶ୍ମିତା ଜେନା ଓ ଲିଲିମା ପରିଡ଼ା ସଙ୍ଗରୋଧରେ ରହିଥିବା ପ୍ରମାଣପତ୍ର ପ୍ରଦାନ କରିବା ସହ ସେମାନଙ୍କର ନିରାମୟ ଜୀବନ କାମନା କରିଥିଲେ