Odisha news

ଦ୍ୱାରଶୁଣୀ ଘାଟି ଦୁର୍ଘଟଣାଗ୍ରସ୍ତ ପରିବାରଙ୍କୁ ସହାୟତାର ହାତ ବଢାଇଲେ ରାଣୀ ପଣ୍ଡା : ମୃତକଙ୍କ ପରିବାରଙ୍କୁ ୧୦ହଜାର ଓ ଆହତଙ୍କ ପରିବାରଙ୍କୁ ୫ହଜାର ଟଙ୍କା ସହାୟତା

0

ବାରିପଦା : ମୟୂରଭଞ୍ଜ ଜିଲ୍ଲା ଦ୍ୱାରଶୁଣୀ ଘାଟିରେ ବୁଧୁବାର ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଧଉଳି ଗଣନାଟ୍ୟ ଯାତ୍ରାପାର୍ଟିର ସାଉଣ୍ଡ ଓ ଲାଇଟ୍ ବୋଝେଇ ଟ୍ରକଟି ଘାଟି ତଳକୁ ଖସିପଡିବାରୁ ଟ୍ରକଟି ଚୁରମାର ହୋଇଯାଇଥିଲା । ଫଳରେ ଏହି ଦୁର୍ଘଟଣାରେ ୬ଜଣଙ୍କର ମୃତୁ୍ୟ ହୋଇଥିବାବେଳେ ୯ଜଣ ଗୁରୁତର ଆହତ ହୋଇଥିଲେ । ଗୁରୁବାର ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲରେ ଆହତଙ୍କ ଚିକିସôା ଚାଲିଥିବାବେଳେ ମୃତକଙ୍କ ଶବ ବ୍ୟବଚ୍ଛେଦ ଚାଲିଥିଲା । ଏହି ଖବର ଶୁଣି ସୁଦୂର ଭୁବନେଶ୍ୱରରୁ ଧାଇଁ ଆସିଥିଲେ ଯାତ୍ରା ଜଗତର ଚର୍ଚ୍ଚିତ ଚେହେରା ତଥା ଅଭିନେତ୍ରୀ ରାଣୀ ପଣ୍ଡା । ପିଆରଏମରେ ପହଞ୍ଚି ମୃତକଙ୍କ ପରିବାରଙ୍କୁ ଭେଟି ସମବେଦନା ଜଣାଇବା ସହ ଆହତଙ୍କ ପରିବାରକୁ ଭେଟି ଆଶ୍ୱସନା ଦେଇଥିଲେ ଏବଂ ଆହତଙ୍କ ସହ ଆଲୋଚନା କରି ସେମାନଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ । ଏଥିସହ ସେ ମୃତକଙ୍କ ପରିବାରବର୍ଗଙ୍କୁ ୧୦ହଜାର ଟଙ୍କା ଲେଖାଏଁ ଓ ଆହତଙ୍କ ପରିବାରଙ୍କୁ ୫ହଜାର ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରିବା ସହ ରାଣୀ ପଣ୍ଡା ଏହି ପରିବାର ମାନଙ୍କ ଘରକୁ ଫେରିବା ପାଇଁ ଯଥାସାଧ୍ୟ ସାହାଯ୍ୟ କରିବେ ବୋଲି କହିଥିଲେ । ସେହିପରି ଏତେବଡ ଦୁର୍ଘଟଣା ଘଟିଯାଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ଯାତ୍ରାପାର୍ଟିର ମାଲିକ ପରିବାରବର୍ଗଙ୍କୁ ଭେଟିବାକୁ ଆସିନଥିବାରୁ ଦୁଃଖପ୍ରକାଶ କରିଥିଲେ । ଏହି ସମସ୍ତ ଯାତ୍ରାପାର୍ଟିର ମାଲିକ, ଅଭିନେତା ଓ ଅଭିନେତ୍ରୀ ମାନଙ୍କୁ ଆହ୍ୱାନ କରିଥିଲେ ଯେ, ଏହି ଦୁସମୟରେ ଏହି ଦୁର୍ଘଟଣାଗ୍ରସ୍ତ ପରିବାରଙ୍କୁ ଭେଟନ୍ତୁ ଅନ୍ତତଃ ଏହି ସମୟରେ ଠିଆହେଲେ ପରିବାରବର୍ଗଙ୍କର ଆତ୍ମବିଶ୍ୱାସ ବଢିପାରନ୍ତା ବୋଲି ମତ ରଖିଥିଲେ । ରାଣୀ ପଣ୍ଡାଙ୍କର ଏହିପରି ମହନୀୟ କାର୍ଯ୍ୟକୁ ସବୁରୀ ମହଲରେ ପ୍ରସଂଶା କରାଯାଇଥିଲା । ସେହିପରି ଯାତ୍ରା ଆଇଟମ୍ ଗାର୍ଲ ନିଶା ମହାରଣା ଓ ରାଣୀ ପ୍ରିୟଦର୍ଶିନୀ ମଧ୍ୟ ପିଆରଏମ ମେଡିକାଲ କଲେଜରେ ପହଞ୍ଚି ଆହତଙ୍କ ପରିବାରକୁ ଭେଟିଥିବା ଜଣାଯାଇଛି ।

Leave A Reply