ବାରିପଦା : ଭାରତ ନିର୍ବାଚନ ଆୟୋଗର ପ୍ରତିଷ୍ଠା ଦିବସ ପାଳନ ଅବସରରେ ଆଜି ସମଗ୍ର ଦେଶରେ ୧୪ତମ ଜାତୀୟ ଭୋଟର ଦିବସ ପାଳିତ ହେଉଛି । ଏହି ପରିପ୍ରେକ୍ଷୀରେ ମୟୂରଭଞ୍ଜ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପ୍ରଶାସନ ପକ୍ଷରୁ ଏକ ସଭା ସହିତ ନୂତନ ଭୋଟରମାନଙ୍କୁ ନେଇ ଏକ ୱାକାଥାନ ରାଲି ଆୟୋଜନ କରାଯାଇଥିଲା । ଜିଲ୍ଲାପାଳ ବିନୀତ ଭରଦ୍ୱାଜ ସବୁଜ ପତାକା ଦେଖାଇ ଏହି ରାଲିକୁ ଉଦ୍ଘାଟନ କରିଥିଲେ । ଏଥିସହିତ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀ ଭରଦ୍ୱାଜ, ଉପସ୍ଥିତ ସମସ୍ତ ଅଧିକାରୀ, ମହାବିଦ୍ୟାଳୟ ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ ବରିଷ୍ଠ ନାଗରିକମାନଙ୍କୁ ଭୋଟର ଦିବସର ଶପଥ ପାଠ କରାଇଥିଲେ । ଜିଲ୍ଲାପ୍ରଶାସନ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୧୮ବର୍ଷ ହୋଇଥିବା ନୂତନ ଭୋଟରମାନଙ୍କୁ ଜିଲ୍ଲାପାଳ ଶ୍ରୀ ଭରଦ୍ୱାଜ ସେମାନଙ୍କ ପରିଚୟପତ୍ର ପ୍ରଦାନ କରାଯାଇଥିଲା । ଏହି ଅବସରରେ ଜିଲ୍ଲାସ୍ତରୀୟ ଅଧିକାରୀ, ବିଭିନ୍ନ ବୁଥସ୍ତରୀୟ ଅଧିକାରୀ, ଜନସାଧାରଣ ଓ ନୂତନ ଭୋଟର ଗଣତନ୍ତ୍ରର ସୁରକ୍ଷା କରିବା ଦିଗରେ ସକ୍ରିୟ ଯୋଗଦାନ କରିବା ନେଇ ଶପଥ ପାଠ କରିଥିଲେ । ବୁଥସ୍ତରରେ ଭୋଟର ତାଲିକା ପ୍ରସ୍ତୁତି ଓ ଅନ୍ୟାନ୍ୟ ମତଦାତା ସମ୍ପର୍କିତ କାର୍ଯ୍ୟରେ ଅଭୂତ ପୂର୍ବ ସଫଳତା ଆଣିଦେଇଥିବା ବିଭିନ୍ନ ଅଧିକାରୀଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଇତ୍ୟବସରରେ ଜିଲ୍ଲାପାଳ ଶ୍ରୀ ଭରଦ୍ୱାଜ ଦେଶର ଗଣତାନ୍ତ୍ରିକ ପରମ୍ପରାର ମର୍ଯ୍ୟାଦା ବଜାୟ ରଖି ମୁକ୍ତ, ଅବାଧ, ନିର୍ଭିକ ହୋଇ ପ୍ରତ୍ୟେକ ନିର୍ବାଚନରେ ନିଜ ମତାଧିକାର ପ୍ରଦାନ କରିବାକୁ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ । ଏହି ପରିପ୍ରେକ୍ଷୀରେ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଆଭାସୀ ବାର୍ତ୍ତା ମାଧ୍ୟମରେ କହିଥିଲେ ଯେ, ଏକ ଶକ୍ତିଶାଳୀ ଗଣତନ୍ତ୍ରର ମୂଳଦୁଆରେ ମତଦାତାମାନେ ବଡ଼ ଭୂମିକା ଥାଏ । ତେଣୁ ଗଣତନ୍ତ୍ରର ମହାନ ପର୍ବରେ ଯେପରି ପ୍ରତିଟି ନାଗରିକ ସାମିଲ ହେବେ ଏବଂ ନିଜ ପସନ୍ଦର ନେତା ବାଛିବେ, ସେଥିପାଇଁ ଲୋକଙ୍କୁ ସଚେତନ କରାଇବା ଉଦେ୍ଦଶ୍ୟରେ ଜାତୀୟ ମତଦାତା ଦିବସ ପାଳନ କରାଯାଏ । ଏହି ଦିବସ ପାଳନର ଉଦେ୍ଦଶ୍ୟ ଗଣତାନ୍ତ୍ରିକ ନିର୍ବାଚନ ପ୍ରକ୍ରିୟାରେ ସାଧାରଣ ନାଗରିକ ବିଶେଷ କରି ଯୁବବର୍ଗର ଭୋଟରଙ୍କୁ ଅଧିକରୁ ଅଧିକ ସଂଖ୍ୟାରେ ସକ୍ରିୟ ଅଂଶଗ୍ରହଣକୁ ଉତ୍ସାହିତ କରିବା ଆମର ଉଦେ୍ଦଶ୍ୟ । ଏହି ଅବସରରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗୀତାର କୃତ୍ତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଅକ୍ଷୟ ସୁନୀଲ ଅଗ୍ରୱାଲ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ରଜନୀକାନ୍ତ ସ୍ୱାଇଁଙ୍କ ସମେତ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ନେତ୍ରାନନ୍ଦ ମଲ୍ଲିକ, ଅତିରିକ୍ତ ଜିଲ୍ଲାପାଳ ଅଭିମନୁ୍ୟ ବେହେରା, ଅତିରିକ୍ତ ଜିଲ୍ଲାପାଳ ରାଇରଙ୍ଗପୁର ଦୌଲତ ଚନ୍ଦ୍ରକାର, ବାରିପଦା ଉପଜିଲ୍ଲାପାଳ ଈଶ୍ୱର ଚନ୍ଦ୍ର ନାୟକ, ବାରିପଦା ଡେପୁଟି କଲେକ୍ଟର (ଇଲେକ୍ସନ) ଦୁର୍ଗା ଚରଣ ମୁର୍ମୁ, ଡେପୁଟି କଲେକ୍ଟର ବିଶ୍ୱଜିତ ପଣ୍ଡା, ଡେପୁଟି କଲେକ୍ଟର ଶୁଭଙ୍କରୀ ସୁଦେସ୍ନା ଦାଶ, ଡେପୁଟି କଲେକ୍ଟର ସୁଶ୍ରୀ ଶ୍ରଦ୍ଧା ସୁମନ, ବାରିପଦା ଡେପୁଟି କଲେକ୍ଟର ଅନିଲ କୁମାର ମହାନ୍ତି, ବାରିପଦା ସହକାରୀ ଜିଲ୍ଲାପାଳ ନିହାର ରଞ୍ଜନ ଦାସଙ୍କ ସମେତ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅବିନାଶ ପାଣି, ଜିଲ୍ଲା ମୁଖ୍ୟ ନିର୍ବାଚନ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଏବଂ ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି ମାନେ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମକୁ ସଫଳ କରିଥିବା ପ୍ରକାଶିତ ।