ଢ଼େଙ୍କିକୋଟ : ସମୟର ତାଳେ ତାଳେ ସବୁକିଛି ପରିବର୍ତ୍ତନ ହେବାରେ ଲାଗିଛି l ଆମ ମାନଙ୍କର ଜୀବନଶୈଳୀ ଠାରୁ ଆରମ୍ଭ କରି ସବୁକିଛିରେ ପରିବର୍ତ୍ତନ l ଆଧୁନିକତା କୁ, ସହରୀ ସଭ୍ୟତାକୁ ଆଜି ଆମେ ଆପଣେଇ ନେଇଛନ୍ତି l ଅନେକ କ୍ଷେତ୍ରରେ ଆଜି ଆମେ ଭୁଲିଯାଇଛନ୍ତି ବର୍ଷ ବର୍ଷର ସେହି ପୁରୁଣା ପ୍ରଥା ଓ ପରମ୍ପରା କୁ l ତଥାପି କିଛି ପ୍ରଥା ପରମ୍ପରା ଆଜିବି ବଞ୍ଚିରହିଛି l ଯେମିତି ଧରା ପୃଷ୍ଠକୁ ମାଆ ର ଆଗମନ ହେଲେ ଆଦିବାସି ଜନଜାତି ଲୋକମାନଂକର ସେବେରେ ସେବେରେ ଘୁଁ ଗିତ ଓ ନାଚ ଦେଖିବାକୁ ମିଳେ l ମୁଣ୍ଡା ସମ୍ପ୍ରଦାୟ ର ପୁରୁଷ ଲୋକମାନେ ଉଭୟ ପୁରୁଷ ଓ ନାରୀ ବେଶରେ ସଜ୍ଜିତ ହୋଇ ହାତରେ କଂସା ଥାଳି କୁ ବାଡେଇବା ସହିତ ତୁମ୍ବା ବାଜା ବଜାଇ ଘୁମୁରା ନୃତ୍ୟ ପରିବେଷଣ କରନ୍ତି l ବଜାର. ସାହି. ବସ୍ତି କୁ ଯାଇ ମାଜଣା କରନ୍ତି l ଯିଏ ଯାହାଦେଲେ ସେ ସବୁକୁ ସଞ୍ଚି କାଳୀପୂଜା ରେ ଗ୍ରାମଦେବୀ ପାଖରେ ପୁଜାଚର୍ନା କରନ୍ତି l ତା ପରେ ହାଣ୍ଡିଆ. ମହୁଲି ସହିତ ଅନ୍ୟାନ୍ୟ ସ୍ୱାଦିଷ୍ଟ ଖାଦ୍ୟଖାଈ ନାଚଗୀତ ରେ ମସଗୁଲ ରୁହନ୍ତି l ଯେଉଁମାନେ ମାନସିକ କରିଥାଆନ୍ତି ସେମାନେ ଗ୍ରାମଦେବୀ ପାଖରେ ପୁଜାଚର୍ନା କରି ମାନସିକ ପୁରଣ କରନ୍ତି l ମନରେ ରାଗ ରୁଷା,ମାନ ଅଭିମାନ କୁ ଭୁଲି ସମସ୍ତେ ମିଳିମିଶି ପର୍ବରେ ଖୁସୀ ମନାନ୍ତି l ପୁରୁଣା ପ୍ରଥା ଓ ପରମ୍ପରା କୁ ବଞ୍ଚାଇରଖି ସହର ବଜାରରେ. ଗାଁ,ସାହିରେ ଗିତଗାଇ,ନୃତ୍ୟକରି ମାଜଣା କରନ୍ତି l ସେମାନଙ୍କ ନୃତ୍ୟ ଓ ଗିତ କୁ ଲୋକମାନେ ଉପଭୋଗ କରନ୍ତି l ତେବେ ଗୋଟିଏ କଥା ଏହି ସରଳ ନିରୀହ ଲୋକ ମାନଂକୁ ଦେଖିଲେ ଅତିତର ସେହି ପୁରୁଣା ପ୍ରଥା ଓ ପରମ୍ପରା କଥାକୁ ଆଜିବି ମନେପଡ଼େ l