ଅକ୍ଟୋବର ୩ତାରିଖ ଠାରୁ ଆଶ୍ୱିନ ମାସର ନବରାତ୍ରି ଆରମ୍ଭ ହେବ, ମା ଦୁର୍ଗା ଙ୍କ ଏହି ପୂଜା ଅକ୍ଟୋବର ୧୧ ତାରିଖ ଦିନ ସମାପ୍ତ ହେବ l ଚଳିତଥର ତିଥି ମାନଙ୍କର କମ ବେଶୀ କାରଣରୁ ନବରାତ୍ରି ନଅଦିନ ବଦଳରେ ୧୦ ଦିନ ପାଳିତ ହେବ l ନବରାତ୍ରି ରେ ଦୁଇଟି ମହତ୍ଵପୁର୍ଣ ଦିନ ଦୁର୍ଗାଷ୍ଟମୀ ଓ ଦୁର୍ଗା ନବମୀ ଗୋଟିଏ ଦିନରେ ପାଳିତ ହେବ l ମାନ୍ୟତା ଅନୁସାରେ ଏହି ନଅଦିନ ମା ଦୁର୍ଗା ଧରାପୃଷ୍ଟ କୁ ଅବତରଣ କରି ଥାଆନ୍ତି ଏବଂ ଏହି ପୃଥିବୀ ପୃଷ୍ଠକୁ ତାଙ୍କ ବାପଘର କୁହାଯାଇ ଥାଏ l
ଶାରଦୀୟ ନବରାତ୍ରି କୁ ସିଦ୍ଧି ଓ ସାଧନାର ପର୍ବ କୁହାଯାଇ ଥାଏ l ଏହି ନବରାତ୍ରି ସମୟ ରେ ଲୋକେ ନିଜର ଆଧ୍ୟାତ୍ମିକ ଓ ମାନସିକ ଶକ୍ତିର ସଂଚୟ ପାଇଁ ପୂଜା କରି ଥାଆନ୍ତି l ଶାରଦୀୟ ନବରାତ୍ରି କୁ ମହା ନବରାତ୍ରି ବୋଲି କୁହାଯାଇ ଥାଏ l ନବରାତ୍ରି ରେ ୯ ଦେବୀ ଙ୍କୁ ପୂଜା କରାଯାଇ ଥାଏ l
ନାବରାତ୍ରୀର ନଅଦିନ ର ବିଶେଷତା –
– ନବରାତ୍ରି ର ୯ ଦିନ ଅନୁସାରେ ନାରୀ ମାନେ ଅଲଗା ଅଲଗା ରଙ୍ଗର ବସ୍ତ୍ର ଧାରଣ କରି ଥାଆନ୍ତି, ଏହି ରଙ୍ଗ ର ବିଶେଷ ମହତ୍ୱ ରହିଛି, ସେହିଭଳି ନବରାତ୍ରି ର ନଅଦିନ ମା ଙ୍କର ୯ଟି ସ୍ୱରୂପ ପୂଜା କରାଯାଏ l ପ୍ରତ୍ୟେକ ସ୍ୱରୂପ ର ବିଶେଷ ମହତ୍ୱ ରହିଛି l
– ସେହିଭଳି ୯ ଦିନ ମାଙ୍କର ୯ ଟି ସ୍ୱରୂପ ନିକଟରେ ଅଲଗା ଅଲଗା ପ୍ରସାଦ ଅର୍ପଣ କରାଯାଇ ଥାଏ , ପ୍ରତ୍ୟେକ ଦିନ ଗୋଟିଏ ଗ୍ରହ ପାଇଁ ଉଦ୍ଧିଷ୍ଟ ଥାଏ l ଯାହାଦ୍ୱାରା ଗ୍ରହ ମାନଙ୍କର ପ୍ରଭାବ ମଧ୍ୟ ଶୁଭ ପ୍ରଦ ହୋଇଥାଏ l
– ଚଳିତ ଥର ଶାରଦୀୟ ନବରାତ୍ରି ପୂଜା ର ଘଟ ସ୍ଥାପନା ସମୟ ୩ତାରିଖ ସକାଳ ୬ଟା ୨୪ ମିନିଟ ରୁ ଆରମ୍ଭ ହୋଇ ସକାଳ ୮ଟା ୪୫ ମିନିଟ ପର୍ଯ୍ୟନ୍ତ ରହିବ l ମାନ୍ୟତା ଅନୁସାରେ ନବରାତ୍ରି ପୂଜାରେ କଳସ ସ୍ଥାପନାର ବିଶେଷ ମହତ୍ୱ ରହିଛି, ଏହି କଳସ ସ୍ଥାପନା ସମୟ ରେ ଆପଣ ନିଜ ମନରେ କୌଣସି ପ୍ରକାର ଖରାପ ଚିନ୍ତା ରଖିବା ଉଚିତ ନୁହେଁ, ଏବଂ ଗୋଟିଏ ପବିତ୍ର ମନରେ ଓ ସତ ଚିନ୍ତାରେ କଳସ ସ୍ଥାପନା କରିବା ଆବଶ୍ୟକ l
– ନବରାତ୍ରି ର ପ୍ରଥମ ଦିନ ମା ଶୈଳ ପୁତ୍ରୀ ଙ୍କ ନିକଟରେ ପୂଜାର୍ଚ୍ଚନା କରାଯାଇ ଥାଏ , ପର୍ବତରାଜ ହିମାଳୟଙ୍କ କନ୍ୟା ଶୈଳପୁତ୍ରୀ ଙ୍କୁ ପୂଜାର୍ଚନା କରିବା ଦ୍ୱାରା ସମସ୍ତ ସିଦ୍ଧି ପ୍ରାପ୍ତି ହୋଇଥାଏ l ଏହିଦିନ ମାଙ୍କ ନିକଟରେ ଗାଈ ଘିଅରେ ପ୍ରସ୍ତୁତ ପଦାର୍ଥ ମାଙ୍କ ନିକଟରେ ପ୍ରସାଦ ଭାବରେ ଅର୍ପଣ କରାଯାଇ ଥାଏ ଏପରି କରିବା ଦ୍ୱାରା ଆରୋଗ୍ୟ ପ୍ରାପ୍ତି ହୋଇଥାଏ l