କୁହାଯାଏ ଯେ ମା ଓ ପିଲାଙ୍କ ସ୍ନେହ ଏଭଳି ହୋଇଥାଏ କି ମା ନିଜ ପୁତ୍ର ର ସମସ୍ତ ଭୁଲ କୁ କ୍ଷମା କରିଦେଇ ଥାଏ l କିନ୍ତୁ ବ୍ରହ୍ମା ଙ୍କୁ ସାମାନ୍ୟ ଭୁଲ ପାଇଁ ତାଙ୍କ ମାଙ୍କ ନିକଟରୁ ଏଭଳି ଅଭିଶାପ ମିଳି ଥିଲା ଯାହାକି ଆଜି ପର୍ଯ୍ୟନ୍ତ ଦୁନିଆରେ ବ୍ରହ୍ମା ଙ୍କୁ କୌଣସି ସ୍ଥାନରେ ପୂଜନ କରା ଯାଇ ନଥାଏ l ପୌରାଣିକ କଥା ଅନୁସାରେ ବ୍ରହ୍ମାଙ୍କ ମା ଦୁର୍ଗା ଓ ପିତା ବ୍ରହ୍ମା କାଳ ଅଟନ୍ତି l ବ୍ରହ୍ମା କାଳ ଅଦୃଶ୍ୟ ଅଟନ୍ତି ତେଣୁ କାହାକୁ ଦୃଶ୍ୟ ହୋଇ ନଥାଆନ୍ତି l ସେ ଅବ୍ୟକ୍ତ ଅଟନ୍ତି l ମା ଦୁର୍ଗା ସୂଚିତ କରିବା ସତ୍ୱେ ଠାରେ ବ୍ରହ୍ମା ନିଜ ପିତା ବ୍ରହ୍ମା କାଳ ଙ୍କୁ ଦେଖିବା ପାଇଁ ନିଷ୍ପତି ନେଲେ ଏବଂ ଚାରିଯୁଗ ପର୍ଯ୍ୟନ୍ତ ତପସ୍ୟା କରିଥିଲେ l ତଥାପି ନିଜ ପିତା ବ୍ରହ୍ମା କାଳଙ୍କୁ ଦେଖି ପାରିଲେ ନାହିଁ , ଯେତେବେଳେ ମା ଦୁର୍ଗl ତାଙ୍କୁ ପଚାରିଲେ ସେ ଲଜ୍ୟା କାରଣରୁ ମିଛ କହିଲେ ଯେ ସେ ନିଜ ଅବ୍ୟକ୍ତ ପିତାଙ୍କୁ ଦେଖିଲେ ବୋଲି l
ବ୍ରହ୍ମା ଙ୍କର ଏହି ମିଥ୍ୟା ପାପର କାରଣ ହୋଇଗଲା l ଏହାପରେ ମା ଦୁର୍ଗା କ୍ରୋଧିତ ହୋଇ ବ୍ରହ୍ମା ଙ୍କୁ ଅଭିଶାପ ଦେଇଥିଲେ ଯେ ଜଗତରେ ତାଙ୍କୁ କଦାପି ପୂଜା କରାଯିବ ନାହିଁ l ମା ଦୁର୍ଗା ବ୍ରହ୍ମା ଙ୍କୁ ଅଭିଶାପ ଦେଇ କହିଥିଲେ ଯେ କୌଣସି ମନ୍ଦିର ରେ କିମ୍ବା ପୂଜାରେ ତୁମର ମୂର୍ତ୍ତିକୁ ପୂଜା କରାଯିବ ନାହିଁ l ସେଥିପାଇଁ ବ୍ରହ୍ମା ଙ୍କୁ ପୂଜା କରାଯାଏ ନାହିଁ l