Odisha news

ବ୍ଲକ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କ ଅକାଳ ବିୟୋଗରେ ଶୋକ

0

ତିହିଡି, ୦୨/୧୦: ତିହିଡି ବ୍ଲକରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଭାବେ କାର୍ଯ୍ୟରତ ଟେକଚାନ୍ଦ କାଲଙ୍କର ୫୮ ବର୍ଷ ବୟସରେ ଅକାଳ ବିଯୋଗ ଘଟିଛି । ତାଙ୍କର ଏହି ଅକାଳ ବିଯୋଗରେ ବ୍ଲକର ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କ ପକ୍ଷରୁ ଗଭୀର ଶୋକବ୍ୟକ୍ତ କରାଯାଇଛି । ଏହି ମର୍ମରେ ବ୍ଳକ ପକ୍ଷରୁ ଏକ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଥିଲା । ବିଡିଓ ଜ୍ୟୋର୍ତିମୟ କରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭାରେ ଅତିରିକ୍ତ ବିଡିଓ ମାନସ କୁମାର ଜେନା, ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ସୁକାନ୍ତ ମିଶ. କନିଷ୍ଠ ଯନ୍ତ୍ରୀ ସମୀର ରଞ୍ଜନ ରାଉତ, ଭୀଷ୍ମଦେବ ଶତପଥି, ଲଲାଟେନ୍ଦୁ ପାଲ, ତନୁଜା ମିଶ୍ର, ଭରତ ବିଶ୍ୱାଳ, ସମୀର ମାନ୍ନା, ଦେବସ୍ମିତା ବସନ୍ତିଆ, ସାମାଜିକ ସୁରକ୍ଷା ଅଧିକାରୀ ନିହାର ରଞ୍ଜନ ରାଉତ, ଜିପିଓ ପ୍ଲାବନ ପଣ୍ଡା, ସେକ୍ସନ ଅଫିସର ରୁନା ସୁନା, ଜଳ ପରିମଳ ବିଭାଗ କନିଷ୍ଠ ଯନ୍ତ୍ରୀ ମାନସୀ ମହାପାତ୍ର, ମାନଗୋବିନ୍ଦ ଦାସ, ବାସୁଦେବ ବେହେରା, ସୁକାନ୍ତ ମଲ୍ଲିକ, ଇତିଶ୍ରୀ ଦାସ, କମଳାକାନ୍ତ ଦାସ, କାମିନିରାଣୀ ଓଝା, କୌଶିକ ଗିରି ପ୍ରମୁଖ ଯୋଗଦେଇ ସ୍ୱର୍ଗତ କାଲଙ୍କର ସ୍ମୃତିଚାରଣ କରିଥିଲେ । ପ୍ରକାଶ ଯେ, ଟେକଚାନ୍ଦ ଗାଧୁଆ ଘରେ ପଡିଯାଇ ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱରସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପରେ ସେଠାରେ ତାଙ୍କର ମୃତୁ୍ୟ ଘଟିଥିଲା । ସ୍ୱର୍ଗତ କାଲଙ୍କର ଘର ଝରସୁଗୁଡା ଜିଲ୍ଲା ଲୋଇକେରି ବ୍ଲକ ଅଧିନ ଭେଙ୍ଗୁରଜୋର ଗାଁରେ ବୋଲି ଜଣାଯାଇଛି ।

Nalco
Leave A Reply