ତିହିଡି, ୦୨/୧୦: ଜାତିର ଜନକ ମହାତ୍ମାଗାନ୍ଧୀ ଓ ପ୍ରାକ୍ତନ ପ୍ରଧାନମନ୍ତ୍ରୀ ଶାନ୍ତିର ଦୂତ ଲାଲବାହାଦୁର ଶାସ୍ତ୍ରୀଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇପାରିଲେ ତାହା ଉଭୟ ବରପୁତ୍ରଙ୍କ ପ୍ରତି ଯଥାର୍ଥ ଶ୍ରଦ୍ଧାଞ୍ଜଳି ହେବ ବୋଲି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି । ଆଜି ପବିତ୍ର ଗାନ୍ଧୀ ଓ ଶାସ୍ତ୍ରୀଜୀଙ୍କ ଜୟନ୍ତୀ ଅବସରରେ ପୀରହାଟ କାଳୀପଡିଆ ଠାରେ ଉପସ୍ଥିତ ହୋଇ ସେ ଏହା କହିବା ସହ ସମସ୍ତଙ୍କୁ ସ୍ୱଚ୍ଛତା ପାଳନ କରିବାକୁ ଆହ୍ୱାନ ଦେଇଥିଲେ । ବିଜେପି ପକ୍ଷରୁ ପାଳିତ ହେଉଥିବା ସେବା ପକ୍ଷ ଅବସରରେ ଶ୍ରୀ ସାମଲ ପଦଯାତ୍ରାରେ ଯାଇ ସେଠାରେ ଥିବା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ପରେ ପ୍ରାକ୍ତନ ସରପଞ୍ଚ ପ୍ରଫୁଲ୍ଲ ପାଢୀଙ୍କ ସଞ୍ଚାଳନରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଶ୍ରୀ ସାମଲ ଉପରୋକ୍ତ ବକ୍ତବ୍ୟ ପ୍ରଦାନ କରିଥିଲେ । ସେହିପରି ସରପଞ୍ଚ ମଧୁସ୍ମିତା ସେଠୀ ସମସ୍ତଙ୍କୁ ସ୍ୱଚ୍ଛତା ପାଳନ ନେଇ ଶପଥ ପାଠ କରାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଜେପି ନେତା ଅଜୟ ନାୟକ, ରାଜାରାମ ମହାକୁଡ, ସଂଗ୍ରାମ ମହାନ୍ତି, ଦେବେନ୍ଦ୍ର ପୁହାଣ, ସରପଞ୍ଚପ୍ରଦୀପ ବଳ, ସରପଞ୍ଚ ଶୁଭ୍ରନାରାୟଣ ସେଠୀ, ଜଗନ୍ନାଥ ନାୟକ, କମଳାକାନ୍ତ ସୂତାର, ସୁବାସ ମୁଦୁଲି, ମଙ୍ଗରାଜ ନାୟକ, ପ୍ରମୋଦ ଦାସ, ଅଜୟ ରାଉତ, ଜୟରାମ ମୁଦୁଲି, ଓ ରଘୁନାଥ ପାତ୍ର ପ୍ରମୁଖଙ୍କ ସମେତ ସ୍କୁଲ ଛାତ୍ରଛାତ୍ରୀ ଓ ମହିଳାଗୋଷ୍ଠୀର କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ ।
