Odisha news

ଇରାନ ଆକ୍ରମଣ ରୁ ଇସ୍ରାଏଲ ବାସୀ ଙ୍କୁ ରକ୍ଷା କରୁଛନ୍ତି ଭାରତୀୟ

0

ଇରାନ ର ଆକ୍ରମଣ ପରେ ଯେଉଁ ସବୁ ବଙ୍କର ରେ ଲୁଚି ଇସ୍ରାଏଲ ନାଗରିକ ନିଜର ଜୀବନ ରକ୍ଷା କରୁଛନ୍ତି, ତାହାକୁ କେହି ଆଉ ନୁହେଁ ଭାରତୀୟ ମାନେ ତିଆରି କରିଛନ୍ତି l ଭାରତରୁ ଯାଇଥିବା ଟ୍ରେଣ୍ଡ ୱାରକର୍ସ ମାନଙ୍କୁ ଏଠାରେ ଅଲଗା ଅଲଗା କାମରେ ନିୟୋଜିତ କରାଯାଇଥିଲା l ସେଥିମଧ୍ୟରୁ କିଛି ବ୍ୟକ୍ତିଙ୍କ କାମ ବଙ୍କର ନିର୍ମାଣ କରିବା ଥିଲା l ଇସ୍ରାଏଲ ରେ କାର୍ଯ୍ୟରତ ଜଣେ ଯୁବକ , ଯାହାଙ୍କ ନାମ ଜୟ ପ୍ରକାଶ ଅଟେ , ସେ କହିଛନ୍ତି ଯେ ‘ ଆମେ ଯେବେଠୁଁ ଏଠାକୁ ଅଶିଚୁ ବଙ୍କର ନିର୍ମାଣ କାର୍ଯ୍ୟ ହିଁ କରୁଚୁ l ଆମେ ନିର୍ମାଣ କରିଥିବା ବଙ୍କର ଏଠାକାର ଆର୍ମି ଓ ସାଧାରଣ ନାଗରିକ ଙ୍କୁ ସୁରକ୍ଷା ଦଉଚି l ଏହି ବଙ୍କର ଗୁଡିକ ସିମେଣ୍ଟ ରେ ନିର୍ମାଣ ହୋଇଥାଏ କିନ୍ତୁ ଖୁବ ମଜବୁତ ଅଟେ l ଏହି ବଙ୍କର ଗୁଡିକ ଭିତର ପାର୍ଶ୍ୱରେ ଷ୍ଟିଲ ପ୍ଲେଟ ରହିଛି l ଏବଂ ଏହାକୁ ବଡ ବଡ କ୍ରେନ ରେ ଉଠାଇ ମାଲ ବାହକ ବଡ଼ ବଡ଼ ଗାଡ଼ିରେ ବିଭିନ୍ନ ସ୍ଥାନକୁ ନିଆଯାଇ ଥାଏ l ସାର୍ବଜନିକ ସ୍ଥାନରେ ଆଶ୍ରୟ ନେବା ପାଇଁ ବଙ୍କର ନିର୍ମାଣ ହୋଇଛି, ଯାହାଦ୍ୱାରା କୌଣସି ବିପଦ ଆସିଲେ ଲୁଚି ଆଶ୍ରୟ ନେଇହେବ l ଏହାଛଡା ପ୍ରତ୍ୟେକ ଘର ତଳେ ୩ ମିଟର ତଳେ ବଙ୍କର ନିର୍ମାଣ ହୋଇଛି l ‘

ଇସ୍ରାଏଲ ଓ ହମାସ ମଧ୍ୟରେ ହୋଇଥିବା ଯୁଦ୍ଧ ସମୟରେ କ୍ଷତିଗ୍ରସ୍ତ ହୋଇଥିବା ବିଲଡିଂ ଗୁଡିକୁ ଠିକ ଭାବରେ ରିପେରିଙ୍ଗ କରିବା ପାଇଁ ଇସ୍ରାଏଲ ଭାରତକୁ ୧ ଲକ୍ଷ ଶ୍ରମିକ ସହଯୋଗ ମାଗିଥିଲେ l ଆପଣ ମନେ ପକାନ୍ତୁ କିଛି ଦିନ ପୁର୍ଣ୍ବାରୁ ଭାରତ ଇସ୍ରାଏଲ ମଧ୍ୟରେ ଗୋଟିଏ ଚୁକ୍ତି ହୋଇଥିଲା ଯେଉଁଥିରେ ସମସ୍ତ ଭାରତୀୟ ଙ୍କୁ ଚାକିରୀ ପାଇଁ ଇସ୍ରାଏଲ ପଠା ଯିବାର ନିର୍ଣ୍ଣୟ ନିଆଯାଇ ଥିଲା l ଏଥିରେ ସବୁଠୁ ଆଗରେ ଉତ୍ତରପ୍ରଦେଶ ଥିଲା, ଉତ୍ତରପ୍ରଦେଶ ର ପ୍ରତ୍ୟେକ ଜିଲ୍ଲାରୁ ଇସ୍ରାଏଲ ଯିବା ପାଇଁ ଟ୍ରେଣ୍ଡ ୱାର୍କରସ ଙ୍କ ପାଇଁ ଭାକାଂଶୀ ବାହାର କରାଯାଇ ଥିଲା l ସେମାନେ ଥିଲେ କରପଏଣ୍ଟର, ଷଟରିଂ କାମ କରୁଥିବା ଯୁବକ, ଟାଇଲ କାମ ଜାଣିଥିବା ଯୁବକ, ଙ୍କୁ ଇସ୍ରାଏଲ ପଠା ଯାଇଥିଲା l ଦିଲ୍ଲୀ ଏୟାରପୋର୍ଟ ରୁ ଗୋଟିଏ ବିଶେଷ ଫ୍ଲାଇଟ ଯୋଗେ ଏହି ଶ୍ରମିକ ମାନଙ୍କୁ ଇସ୍ରାଏଲ ପଠାଯାଇ ଥିଲା l  ଏହାପରେ ଏହି ଶ୍ରମିକ ମାନଙ୍କୁ ଇସ୍ରାଏଲ ର ବିଭିନ୍ନ କ୍ଷେତ୍ରରେ ବଙ୍କର କାର୍ଯ୍ୟରେ ନିୟୋଜିତ କରାଯାଇ ଥିଲା l ବର୍ତମାନ ମଧ୍ୟ ଏହି ଶ୍ରମିକ ମାନେ ମଧ୍ୟ ଇସ୍ରାଏଲ ରେ କାର୍ଯ୍ୟରତ l

Nalco
Leave A Reply