Odisha news

କରୋନା ସାଜିଛି ବାଧକ : ପିଲାଙ୍କ ଟୀକାକରଣ ପ୍ରଭାବିତ

0

ଡାକ୍ତର ଜ୍ୟୋତିରଞ୍ଜନ ଚମ୍ପତିରାୟ :ସହଯୋଗୀ ପ୍ରଫେସର, ଶିଶୁ ବିଭାଗ, ଶିଶୁଭବନ, କଟକ,: କରୋନା ସଂକ୍ରମଣ ଯୋଗୁଁ ସମଗ୍ର ବିଶ୍ୱରେ ପିଲାମାନଙ୍କ ଟୀକାକରଣ କାର୍ଯ୍ୟକ୍ରମ ପ୍ରଭାବିତ ହୋଇଛି । ପୋଲିଓ, ମିଳିମିଳା ଓ ଅନ୍ୟ କେତେକ ରୋଗର ନିରାକରଣ ପାଇଁ ପିଲାମାନଙ୍କୁ ଟୀକା ଦିଆଯାଇଥାଏ । କିନ୍ତୁ ଏହି କାର୍ଯ୍ୟକ୍ରମ ବନ୍ଦ ହେବା ଯୋଗୁଁ ପିଲାମାନେ ଏଭଳି ରୋଗର ଶିକାର ହେବାର ସମ୍ଭାବନା ରହିଛି । ଚଳିତ ସପ୍ତାହକୁ ବିଶ୍ୱ ଟୀକାକରଣ ସପ୍ତାହ ଭାବେ ପାଳନ କରାଯାଉଥିବା ବେଳେ ପିଲାମାନେ କରୋନା ଦ୍ୱାରା ପ୍ରଭାବିତ ହେବା ଘଟଣା ଉଦ୍ବେଗ ସୃଷ୍ଟି କରିଛି ।

ବିଶ୍ୱର ବିଭିନ୍ନ ଦେଶରେ ଯେଉଁ ଟୀକାକରଣ କାର୍ଯ୍ୟକ୍ରମ କରାଯାଉଛି ତାହାଦ୍ୱାରା କୋଡିଏ ପ୍ରକାର ରୋଗକୁ ଅଟକାଇ ଦେବ । କିନ୍ତୁ ସମଗ୍ର ବିଶ୍ୱରେ କରୋନା ସଂକ୍ରମଣ ରୋକିବା ପାଇଁ ଟୀକା ପ୍ରସ୍ତୁତ କରିବାରେ ସମସ୍ତ ଦେଶ ଗୁରୁତ୍ୱ ଦେଉଥିବାରୁ ପିଲାଙ୍କ ଟୀକାକରଣ କାର୍ଯ୍ୟକ୍ରମ ପାଇଁ ଆବଶ୍ୟକୀୟ ଔଷଧ ପ୍ରସ୍ତୁତି ପ୍ରଭାବିତ ହେଉଛି ।

ସେହିଭଳି ଯାତାୟତ ବ୍ୟବସ୍ଥା ଉପରେ କଟକଣା ଯୋଗୁଁ ସମସ୍ତେ ଏପରି ଯୋଜନାରୁ ଉପକୃତ ବି ହୋଇପାରୁନାହାଁନ୍ତି । ସମଗ୍ର ବିଶ୍ୱରେ ପ୍ରତିବର୍ଷ ୧୧୬ନିୟୁତ ପିଲାଙ୍କୁ ଟୀକାକରଣ କାର୍ଯ୍ୟକ୍ରମରେ ସାମିଲ କରାଯାଉଛି । ଯାହାକି ପ୍ରତିବର୍ଷ ଜନ୍ମ ହେଉଥିବା ଶିଶୁଙ୍କ ସଂଖ୍ୟାର ୮୬% ଅଟେ । ତେବେ କରୋନା ସଂକ୍ରମଣ ଯୋଗୁଁ ପୂର୍ବଟୀକାରୁ ବଞ୍ଚôତ ହୋଇଥିବା ୧୩ନିୟୁତ ପିଲା ଏହି ସଂକ୍ରମଣକୁ ସାମ୍ନା କରିବାର ସମ୍ଭାବନା ରହିଛି । କେବଳ ଆଫ୍ରିକାରେ ପ୍ରତିବର୍ଷ ୧୨ ନିୟୁତ ପିଲାଙ୍କୁ ପୋଲିଓ ଦାଉରୁ ରକ୍ଷା ପାଇଁ ଟୀକା ଦିଆଯାଇଥାଏ । କରୋନା ଯୋଗୁଁ କିଛି ଦେଶରେ ଏହି କାର୍ଯ୍ୟକ୍ରମ ସ୍ଥଗିତ ରହିଛି ।

ସେହିପରି ଅନେକ ଅଭିଭାବକ ପିଲାମାନଙ୍କୁ ଟୀକା ଦେବାକୁ ଡାକ୍ତରଖାନାକୁ ନେଇକି ଗଲାବେଳେ କରୋନା ସଂକ୍ରମଣର ଭୟ ରଖି ତାଙ୍କୁ ଟୀକା ଦେଉନାହାନ୍ତି । ତେଣୁ କରୋନା ସଂକ୍ରମଣ ପରେ ପୋଲିଓ, ମିଳିମିଳା ଓ ଅନ୍ୟ ରୋଗ ବ୍ୟାପକ ବ୍ୟାପିବାର ସମ୍ଭାବନା ରହିଛି । ୪୧ ଆଫ୍ରିକୀୟ ଦେଶରେ କରୋନା ସଂକ୍ରମଣ ଯୋଗୁଁ ମ୍ୟାଲେରିଆ ନିରାକରଣ ପାଇଁ କରାଯାଉଥିବା କାର୍ଯ୍ୟକ୍ରମକୁ ରୋକି ଦିଆଯାଇଛି । ସେ ମହାଦେଶରେ ଅଧିକ ସଂଖ୍ୟାରେ ପିଲାମାନେ ମ୍ୟାଲେରିଆରେ ମୃତୁ୍ୟବରଣ କରିଥାନ୍ତି । ସମଗ୍ର ବିଶ୍ୱର ଅଧିକାଂଶ ଓ ପ୍ରମୁଖ ଦେଶରେ କେବଳ କରୋନା ଟୀକା ପାଇଁ ସରକାର ସମସ୍ତ କଳ ଓ ବଳ ଲଗାଇ ଦେଇଥିବାରୁ ପିଲାଙ୍କ ଟୀକାକରଣ ପ୍ରସ୍ତୁତି ଗୁରୁତର ଭାବେ ବାଧାପ୍ରାପ୍ତ ହୋଇଛି ।

ଆଜିକାଲି ଶିଶୁମାନଙ୍କ କ୍ଷେତ୍ରରେ ଦେଖାଯାଉଥିବା ବହୁ ଅସାଧ୍ୟ ରୋଗର ପ୍ରତିଷେଧକ ଟୀକା ବାହାରିଲାଣି ଓ ଅନେକ ନୂଆ ନୂଆ ଟୀକା ଉଦ୍ଭାବନ ପାଇଁ ମଧ୍ୟ ନିରନ୍ତର ଗବେଷଣା ଚାଲୁ ରହିଛି । ତେବେ ଯେଉଁ ପ୍ରତିଷେଧକ ବ୍ୟବସ୍ଥା ରୋଗ ମୂଳୋତ୍ପାଟନରେ ସାହାଯ୍ୟ କରେ ସେଗୁଡ଼ିକ ହେଲା – ପୋଲିଓବୁନ୍ଦା, ବିସିଜି, ଡିପିଟି, ମିଳିମିଳା – ମମ୍ପସ୍ରୁ ବେଲା, ହେପାଟଇଟିସ-ବି, ରାବିସ ଭାକ୍ସିନ (କୁକୁର କାମୁଡ଼ା ଟୀକା), ଟିଟାନସ୍ ଟକ୍ସଏଡ଼, ଡିପ୍ଥେରିଆ- ଟିଟାନାସ୍ ଟୀକା (ଡି.ଟି), ରୁବେଲା ହୋଇଥିବା ଟୀକାଗୁଡ଼ିକ ହେଲା – ଏହା ଏକ ଜୀବାଣୁ ଜନିତ ରୋଗ ଯଥା କାନପାଚିବା, ନିମୋନିଆ, ମସ୍ତିଷ୍କ ମେନିନ୍ଜାଇଟସ୍ ଯାହା ଏହି ଜୀବାଣୁ ଦ୍ୱାରା ସାଧାରଣତଃ ହୋଇଥାଏ ତାକୁ ପ୍ରତିରୋଧ କରିଥାଏ । ଏହାର ତିନିମାତ୍ରା ଇଞ୍ଜେକ୍ସନ ୧ ମାସ ବା ୨ମାସ ବ୍ୟବଧାନରେ ଅଲଗା ବା ଅନ୍ୟ ଟୀକା ସାଙ୍ଗରେ ଯଥା ଡିପିଟି ଯୁକ୍ତ ହେପାଟାଇଟିସ-ସି ସାଙ୍ଗରେ ମିଶାଇ ନେଇ ହେବ । ଏହି ଟୀକା ଦେଢ଼ ମାସ ବୟସରୁ ଆରମ୍ଭ ହେଲା । ଏହା ଏକ ଭୂତାଣୁଜନିତ ଯକୃତର ଜଣ୍ଡିସ ସୃଷ୍ଟିକାରୀ ରୋଗ ବର୍ଷାଦିନେ ବହୁଳ ଭାବରେ ଦୂଷିତ ପାଣି ଦ୍ୱାରା ବ୍ୟାପେ ।

ଏହା ଜଣକୁ ହେଲେ ସହଜରେ ସଂକ୍ରାମକ ରୂପ ଧାରଣ କରେ । ରୋଗୀ ଶରୀର ଆଖି, ପରିସ୍ରା ହଳଦିଆ ଦିଶିବା ସହ ବାନ୍ତି ଓ କାଶ ପେଟବ୍ୟଥା ଏବଂ ଭୋକ ମରିଯାଏ । ଦେଢ଼ମାସ ଶର୍ଯ୍ୟାଶାୟୀ ରହିବାକୁ ପଡ଼େ । ଏହାର ଟୀକା ୧ବର୍ଷ ବୟସ ପରେ ନେଇ ହୁଏ । ୨ମାତ୍ରା ଇଞ୍ଜେକ୍ସନ ୬ମାସରୁ ୧ ବର୍ଷ ବ୍ୟବଧାନରେ ଦିଆହୁଏ ।

ଏହା ଶୀତ ଋତୁରେ ଅଧିକ ହୁଏ । ବଡ଼ ବଡ଼ ଶିଶିର ଟୋପା ଭଳି ଫୋଟକା ବାହାରି ଅତ୍ୟଧିକ ଜ୍ୱର ହୁଏ – ବୟସ୍କ ଲୋକମାନଙ୍କୁ ଏହା ଅଧିକ ତୀବ୍ରତର ହୋଇଥାଏ, ପାଟିରେ ଘା ହୋଇ, ଭୋକ ମରିଯାଏ, ଶରୀର ପୀଡ଼ା ହୁଏ, କାଶ ହୁଏ, ଅଳ୍ପ କେତେକ କ୍ଷେତ୍ରରେ ଘା’ଗୁଡ଼ିକ ପାଚିଯାଏ ଓ ମସ୍ତିଷ୍କକୁ ସଂକ୍ରମଣ କରିବାର ଆଶଙ୍କା ଥାଏ । ପିଲାମାନଙ୍କର ପରୀକ୍ଷା ସମୟରେ ଏହା ହେଉଥିବାରୁ ସେମାନେ ପରୀକ୍ଷାରୁ ବି ବଞ୍ଚôତ ହୁଅନ୍ତି । ଏକମାସ ପର୍ଯ୍ୟନ୍ତ ସ୍କୁଲରୁ ଅନୁପସ୍ଥିତି ରହିବାକୁ ପଡ଼ିଥାଏ ।

ଏହାର ଟୀକା ୧ବର୍ଷ ବା ୨ ବର୍ଷ ବୟସ ପରେ ଦେଇହେବ । ଏହି ଟୀକା ଯଦିଓ ପୁରୁଣା ସେଗୁଡ଼ିକ ଅଧିକ ଜ୍ୱର କରୁଥିବାର ଏବେ ନୂତନ ଶୈଳୀରେ କମ୍ ସାଇଡ଼ ଇଫେକ୍ଟ ଥିବା ଟୀକା ବାହାରିଛି, ଏଡାକୁ ନେଲେ ତିନିରୁ ପାଞ୍ଚବର୍ଷ ପର୍ଯ୍ୟନ୍ତ ପ୍ରୋଟେକ୍ସନ ମିଳିଥାଏ । ଆମ ରାଜ୍ୟରେ ଟାଇଫଏଡ଼ ଏକ ଅଧିକ ଦିନ ଜ୍ୱର, ଝାଡ଼ା, କାଶର ମୁଖ୍ୟ ସମ୍ମାନନୀୟ ସମ୍ପାଦକ ମହାଶୟ ନମସ୍କାର ଏହି ଲେଖାଟି କେବଳ ସର୍ବାଧିକ ଲୋକପ୍ରିୟ “‘ ପାଇଁ ପ୍ରସ୍ତୁତ ହୋଇଛି । ଏହି ଲେଖା ଅନ୍ୟ କୌଣସି ଖବରକାଗଜକୁ ପ୍ରକାଶ ପାଇଁ ଦିଆଯାଇନାହିଁ ।ସମ୍ମାନନୀୟ ସମ୍ପାଦକ ମହାଶୟ ନମସ୍କାର ଏହି ଲେଖାଟି ଲୋକପ୍ରିୟ ଦୈନିକ “ସର୍ବସାଧାରଣ’ ପାଇଁ ପ୍ରସ୍ତୁତ ହୋଇଛି ଏହା ଅନ୍ୟତ୍ର କାହାରିକୁ ଦିଆଯାଇନାହିଁ ।
କାରଣ । ବାହାରେ ଖାଇବା ଦ୍ୱାରା ଏହା ହୋଇଥାଏ ।

ଏହାର ଟୀକା ଦୁଇବର୍ଷ ପରେ ଇଞ୍ଜେକ୍ସନର ଗୋଟିଏ ମାତ୍ର ଦିଆଯାଏ – ୬ ବର୍ଷରୁ ଅଧିକ ପିଲା ପାଟିବାଟେ କ୍ୟାପସୁଲ ଆକାରରେ ଟୀକା ଖାଇପାରିବେ । ଏହା ପ୍ରତିବର୍ଷ ନେବାକୁ ପଡ଼େ । କେତେକ ଗୋଷ୍ଠୀର ରୋଗୀ ଯଥା ଏଡ଼ସ୍, ସିକିଲ୍ସେଲ, ଥାଲସିମିଆ, କ୍ୟାନସର ରୋଗୀଙ୍କୁ ଟୀକା ଦିଆଯାଇଥାଏ । ଅନ୍ୟ ପିଲା ମଧ୍ୟ ଏହି ଟୀକା ନେଇପାରିବେ । ଏହା ପ୍ଲୀହା କାଢ଼ି ଦିଆ ଯାଇଥିବା (ସିକିଲସେଲ ରୋଗୀ) ଶିଶୁମାନଙ୍କୁ, ଏଡ଼ସ୍ ରୋଗୀ, ଥାଲାସେମିଆ ରୋଗୀ ଏମାନଙ୍କୁ ଦିଆଯାଇଥାଏ । ଏହାଛଡ଼ା ମେନିଙ୍ଗୋକୋକାଲ ମେନିନ୍ଜାଇଟିସ୍ ଓ ଜାପାନିଜ୍ ଏନସେଫାଲାଇଟିସ୍ ଟୀକା ମଧ୍ୟ ବାହାରିଛି । ଏଗୁଡ଼ିକ ଏପିଡ଼େମିକ ସମୟରେ ଯଥା – ଦିଲ୍ଲୀ ଓ ଆଖପାଖ ଅଞ୍ଚଳରେ ଖରାଦିନେ ଏବଂ ଆମ ଓଡ଼ିଶାରେ କଳାହାଣ୍ଡିରେ ମେନିଙ୍ଗୋକୋକାଲ ମେନିନାଇଟିସର ଏପମଡ଼େମିକ ହୁଏ ।

ତେଣୁ ଏହି ରୋଗ ଦେଖାଦେଲା ମାତ୍ରେ ଉପରୋକ୍ତ ଟୀକା ସମସ୍ତେ ନେବା ଆବଶ୍ୟକ । ଜାପାନିଜ୍ ଏନ୍ସେଫାଲାଇଟିସ ଏକ ମାରାତ୍ମକ ରୋଗ – ଏହା ଅଧିକ ଦକ୍ଷିଣ ଭାରତରେ ଦେଖାଯାଏ – ଘୁଷୁରୀ ଓ ଘୁଷୁରୀ ଚରାଇବା ଲୋକଙ୍କ ଠାରେ ଏହାର ଟୀକା ଏପିଡ଼େମିକ ସମୟରୁ ଦିଆଯାଏ । ମ୍ୟାଲେରିଆ, ଲେପ୍ରୋସି, ଏଡ଼୍ସ ବିଭିନ୍ନ ପ୍ରକାର କ୍ୟାନସର ଇତ୍ୟାଦି ଟୀକା ପାଇଁ ଗବେଷଣା ଚାଲୁ ରହିଛି । କରୋନାର ପ୍ରକୋପ ସମଗ୍ର ବିଶ୍ୱକୁ କବଳିତ କରୁଥିବାବେଳେ ଛୋଟ ପିଲାମାନେ ଏଥିରୁ ନିସ୍ତାର ପାଉନାହାଁନ୍ତି ତେଣୁ କରୋନା ଟୀକା ପରି ପିଲାମାନଙ୍କର ଅନ୍ୟାନ୍ୟ ଟୀକା ମଧ୍ୟ ପ୍ରସ୍ତୁତି କରିବା ଜରୁରୀ ନଚେତ ଆଗାମୀ ସମୟରେ ଏହା ସମଗ୍ର ବିଶ୍ୱ ପାଇଁ ବଡ଼ ସ୍ୱାସ୍ଥ୍ୟଗତ ଚିନ୍ତାର କାରଣ ପାଲଟିବ ।

Leave A Reply