Odisha news

ସମ୍ଭାବ୍ୟ ବାତ୍ୟା “ଅମ୍ଫନ୍‍’ର ମୁକାବିଲା ପାଇଁ ଶକ୍ତି ବିଭାଗର ପ୍ରସ୍ତୁତି ସମୀକ୍ଷା

0

ଭୁବନେଶ୍ୱର : ୧୬ ମଇ,୨୦୨୦ : ଆଜି ପୂର୍ବାହ୍ନରେ ଏକ ଭିଡ଼ିଓ କନ୍‍ଫରେନ୍ସ ଜରିଆରେ ଶକ୍ତି ମନ୍ତ୍ରୀ କ୍ୟାପ୍‍ଟେନ୍‍ ଦିବ୍ୟ ଶଙ୍କର
ମିଶ୍ର ସମ୍ଭାବ୍ୟ ସାମୁଦି୍ରକ ବାତ୍ୟା “ଅମ୍ଫନ୍‍’ର ମୁକାବିଲା ପାଇଁ ଶକ୍ତି ବିଭାଗର ପ୍ରସ୍ତୁତି ସମ୍ବନ୍ଧରେ ବିଭାଗୀୟ ପ୍ରମୁଖ ଶାସନ ସଚିବ, ଗ୍ରୀଡ଼କୋ ତଥା ଓପିଟିସିଏଲ୍‍ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ, ସେସୁର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନଙ୍କ ସହ ଏକ ସମୀକ୍ଷା ବୈଠକ କରିଥିଲୋ ସମ୍ଭାବ୍ୟ ବାତ୍ୟା ସମୟରେ ବିଭିନ୍ନ କୋଭିଡ୍‍-୧୯ ହସ୍‍ପିଟାଲ୍‍ ତଥା ପାନୀୟ ଜଳ ପ୍ରକଳ୍ପଗୁଡ଼ିକୁ ନିରବଚ୍ଛିନ୍ନ ବିଦୁ୍ୟତ ଯୋଗାଣ ଉପରେ ସେ ଗୁରୁତ୍ୱାରୋପ କରିଥିଲୋ କୋଭିଡ୍‍-୧୯ ଯୋଗୁଁ ଲାଗୁ ହୋଇଥିବା ଲକ୍‍ ଡାଉନ୍‍ ପରିସ୍ଥିତିରେ ସମ୍ଭାବ୍ୟ ବାତ୍ୟା ପରବର୍ତ୍ତୀ ସମୟରେ ବିଦୁ୍ୟତ ଯୋଗାଣ ପୂର୍ବ ସ୍ଥିତିକୁ ଫେରାଇବା ପାଇଁ ନିୟୋଜିତ ହେବାକୁ ଥିବା କର୍ମଚାରୀ ତଥା ଯନ୍ତ୍ରପାତିର ସ୍ୱଚ୍ଛନ୍ଦ
ପରିବହନ ସୁନିଶ୍ଚିତ କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେବାକୁ ବିଭାଗକୁ ଆଦେଶ ଦେଇଥିଲୋ ସମ୍ଭାବ୍ୟ ବାତ୍ୟା ପରବର୍ତ୍ତୀ ସ୍ଥିତିର ସଫଳ ମୁକାବିଲା କରିବା ନିମନ୍ତେ ଗ୍ରୀଡ଼୍‍କୋ/ ଓପିଟିସିଏଲ୍‍ ଠାରେ ଏକ ୨୪ ଘଣ୍ଟିଆ ମନିଟରିଂ ସେଲ୍‍ କାର୍ଯ୍ୟ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲୋ ବାତ୍ୟା ପରବର୍ତ୍ତୀ ସମୟରେ ବିଜୁଳି ଯୋଗାଣ ସ୍ୱାଭାବିକ କରିବାକୁ ଆବଶ୍ୟକ ହେଉଥିବା ଗଛକଟା ତଥା ରାସ୍ତା ଅବରୋଧ ହଟାଇବା ନିମନ୍ତେ ବିଦୁ୍ୟତ ବିତରଣ କମ୍ପାନୀମାନଙ୍କୁ ଏନ୍‍ଡିଆର୍‍ଏଫ୍‍/ଓଡ୍ରାଫ୍‍/ଅଗ୍ନିଶମ ସେବା/ଓଏଫ୍‍ଡିସି ସଂସ୍ଥାମାନଙ୍କର ଆବଶ୍ୟକ ସହଯୋଗ ଯଥାଶୀଘ୍ର ଯୋଗାଇବାକୁ ସ୍ୱତନ୍ତ୍ର ରିଲିଫ୍‍ କମିଶନରଙ୍କୁ ଅନୁରୋଧ କରିବା ପାଇଁ ମନ୍ତ୍ରୀ କ୍ୟାପ୍‍ଟେନ୍‍ ମିଶ୍ର ନିର୍ଦ୍ଦେଶ ଦେଇଥିଲୋ ଏହା ସହ
ବିଦୁ୍ୟତ ବିତରଣ କମ୍ପାନୀମାନେ ସେମାନଙ୍କ ମୁଖ୍ୟ କାର୍ଯ୍ୟାଳୟ ତଥା ଡିଭିଜନ୍‍ କାର୍ଯ୍ୟାଳୟଗୁଡ଼ିକରେ ବାତ୍ୟା ପରବର୍ତ୍ତୀ ସ୍ଥିତିର ମୁକାବିଲା ନିମନ୍ତେ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ କାର୍ଯ୍ୟକାରୀ କରିବାକୁ ପରାମର୍ଶ ଦିଆଯାଇଥିଲାା ବିତରଣ କମ୍ପାନୀମାନେ ସେମାନଙ୍କ ଡିପୋ/ଷ୍ଟୋରରେ ଉପଲବ୍ଧ ଥିବା ଯନ୍ତ୍ରପାତି ତଥା ବିଭିନ୍ନ କଣ୍ଟ୍ରାକଫରଙ୍କ ଅଧୀନରେ ଥିବା ମାନବସମ୍ବଳ ସମ୍ବନ୍ଧରେ ଆବଶ୍ୟକୀୟ ଆଗୁଆ ସୂଚନା ଶକ୍ତି ବିଭାଗକୁ ପ୍ରଦାନ କରିବାକୁ କୁହାଯାଇଥିଲାା ବିଗତ ଫନୀ ବାତ୍ୟା ସମୟରେ ଶକ୍ତି ବିଭାଗ ଦ୍ୱାରା କରାଯାଇଥିବା କାର୍ଯ୍ୟର ଉଚ୍ଚ ପ୍ରଶଂସା କରିବା ସହ ସେହି ଅଭିଜ୍ଞତା ଆଧାରରେ ବାତ୍ୟା “ଅମ୍ଫନ୍‍’ର ସଫଳ ମୁକାବିଲା କରିବାକୁ ମନ୍ତ୍ରୀ ଆହ୍ୱାନ ଦେଇଥିଲୋ ଏ ସମ୍ବନ୍ଧରେ ପରବର୍ତ୍ତୀ ସମୀକ୍ଷା ବୈଠକ ମଇ ୧୭ ତାରିଖ ଦିନ ସନ୍ଧ୍ୟା ୫.୩୦ ସମୟରେ କରିବା ପାଇଁ ଧାର୍ଯ୍ୟ କରାଯାଇଛିା

Leave A Reply