Odisha news

ଅସ୍ତରଙ୍ଗ ଛୁଇଁଲା କରୋନ , କୋଲକତାରୁ ଆସିଥିବା ବୃଦ୍ଧ ଦମ୍ପତ୍ତି ପଜିଟିଭ୍ ଚହ୍ନଟ

0

ଅସ୍ତରଙ୍ଗ ୧୬ /୦୫ : ଅସ୍ତରଙ୍ଗ ବ୍ଲକ ଅଧିନ ମାଣ୍ଡୁକି ଗ୍ରାମ ପଂଚାୟତର ଓଲରା ଗ୍ରାମରେ ଜଣେ ମହିଳା ଓ ଜଣେ ପୁରୁଷଙ୍କ ଠାରେ କରୋନ ଭୂତାଣୁ ଚିହ୍ନଟ ହୋଇଛନ୍ତି । ସେମାନେ ହେଲେ ଅର୍ଜୁନ ପାଲ (୬୭) ଓ ତାଙ୍କ ପତ୍ନୀ ସୁନ୍ଦରୀ ପାଲ (୬୦) ଉଭୟ ଦମ୍ପତି କୋଲକାତାରେ ରହିଥିବା ବେଳେ କରୋନା ଜନିତ ସମସ୍ୟା ଉପଯିବାରୁ ଘରକୁ ଆସିଥିଲେ । ହେଲେ ସରକାରଙ୍କ ନିୟମ ଅନୁଯାଇ ସ୍ଥାନୀୟ ପ୍ରଶାସନ ତାଙ୍କ ଗ୍ରାମ ନିକଟସ୍ଥ ମାଣ୍ଡୁକି ଗ୍ରାମର ସୋପ୍ନେଶ୍ୱର ନୋଡାଲରେ ହୋଇଥିବା ଅସ୍ଥାୟୀ କ୍ୱାରେଣ୍ଟାଇନ ଶିବିରରେ ରଖିଥିଲେ ।

ହେଲେ ସୋପ୍ନେଶ୍ୱର ନୋଡାଲରେ ଥିବା ୫୬ ଜଣ ପ୍ରବାସୀ ମାନଙ୍କର ସ୍ୱାର୍ବ ଟେଷ୍ଟ କରାଯିବା ପରେ ଉକ୍ତ ଦମ୍ପତିଙ୍କୁ କରୋନା ପଜିଟିଭ ଥିବା ଜଣାପଡିଅଛି । ଅପର ପକ୍ଷରେ ଉକ୍ତ ଦମ୍ପତି ଯେଉଁ ଗାଡିରେ ଆସିଥିଲେ ସେ ଗାଡିର ଡା୍ରଇଭର ଓ ସେ ଗାଡିରେ କେତେ ଜଣ ଥିଲେ, ସେମାନେ କାହା କାହା ସଂସ୍ପର୍ଶରେ ଅସିଛନ୍ତି ଓ ଉକ୍ତ ବୃଦ୍ଧ ଦମ୍ପତି କେଉଁ କେଉଁ ସ୍ଥାନକୁ ଯାଇଛନ୍ତି ସେ ସବୁର କଣ୍ଟ୍ରାକ୍ଟ ଟ୍ରେସିଙ୍ଗ କରାଯାଉଅଛି ଓ ଉଭୟ ଦମ୍ପତିଙ୍କୁ ଜିଲ୍ଲା ମୂଖ୍ୟ ଚିକିସôାଳୟକୁ ପଠାଯିବା ପରେ ସେଠାରୁ ଭୂବନେଶ୍ୱର ସ୍ଥିତ କିମ୍ସ୍ସି କୋଭିଡ ଡାକ୍ତରଖାନାକୁ ପଠାଯାଇଅଛିକ ବୋଲି ଅସ୍ତରଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ର କେନ୍ଦ୍ରର ଭାରାପ୍ରାପ୍ତ ଚିକିସôା ଅଧିକାରୀ ଡ. ସଂଜୟ କୁମାର ପ୍ରଧାନ ପ୍ରକାଶ କରିଛନ୍ତି ।

Leave A Reply