Odisha news

ଆପଣଙ୍କୁ ସୌଭାଗ୍ୟଶାଳୀ କରିପାରେ ଏହି ୫ଟି ସ୍ବପ୍ନ : କଣ ଆପଣ ନିଦରେ ଦେଖୁଛନ୍ତି ଏହି ଜିନିଷ

0

ଶୋଇବା ସମୟରେ ସ୍ବପ୍ନ ଦେଖିବା ଏକ ସାଧାରଣ କଥା l ସ୍ବପ୍ନ ଶାସ୍ତ୍ର ଅନୁସାରେ ପ୍ରତେକ ସ୍ୱପ୍ନର ଗୋଟିଏ ଉଦେଶ୍ୟ ଥାଏ l ସ୍ବପ୍ନ ଭବିଷ୍ୟତରେ ଘଟିବାକୁ ଥିବା ଘଟଣାର ସଂକେତ ଦେଇଥାଏ l ସ୍ବପ୍ନ ରେ ଦେଖୁଥିବା ଏପରି କିଛି ଜିନିଷ ବିଷୟରେ ଯାହା ଆପଣଙ୍କ ଜୀବନରେ ସୌଭାଗ୍ୟ ଆଣିଦେବ l

* ସ୍ୱପ୍ନରେ ଖାଲି ବାସନ ଦେଖିବାସ୍ୱପ୍ନରେ ଖାଲି ବାସନ ଦେଖିବା ଅତ୍ୟନ୍ତ ଶୁଭ ଅଟେ l ସ୍ବପ୍ନ ଶାସ୍ତ୍ର ଅନୁସାରେ ଖାଲି ବାସନ ଏହା ସଂକେତ ଦେଇଥାଏ ଯେ ଭବିଷ୍ୟତରେ ଆପଣ ଧନ ଲାଭ କରିପାରନ୍ତି l

* ସ୍ୱପ୍ନରେ ମୂଷା ଦେଖାଯିବାଯଦି ଆପଣଙ୍କୁ ସ୍ୱପ୍ନରେ ମୂଷା ଦେଖା ଗଲା ତେବେ ଆପଣଙ୍କ ନିକଟକୁ ଅଚାନକ ଧନ ଆସିପାରେ l କୁହାଯାଏ ଯେ ମୂଷା ଦେଖିବା ଦ୍ୱାରା ଦରିଦ୍ରତା ଦୂର ହୋଇଥାଏ ,ସ୍ୱପ୍ନରେ ଯଦି ମୂଷା ଦେଖୁଛନ୍ତି ତେବେ ନିଜ ଘରେ ଥିବା ଛୋଟ ପିଲ୍ଲାଙ୍କୁ କୁହନ୍ତୁ l

* ସ୍ୱପ୍ନରେ ଝାଡୁ ଦେଖିବାଝାଡୁକୁ ସୁଖ ସମୃଦ୍ଧିର ପ୍ରତୀକ ବୋଲି କୁହାଯାଏ l ଯଦି ଆପଣ ସ୍ୱପ୍ନରେ ଝାଡୁ ଦେଖିଛନ୍ତି ତେବେ ଭାବି ନିଅନ୍ତୁ ଯଥା ଶୀଘ୍ର ଆପଣଙ୍କୁ ଧନଲାଭ ହେବାର ସମ୍ଭାବନା ରହିଛି l

* ଗାଈ ଗୋବର ଲିପିବାଯଦି ଆପଣ ସ୍ୱପ୍ନରେ ନିଜକୁ ଗୋବର ଲିପୁଥିବାର ଦେଖୁଛନ୍ତି ତେବେ ଆପଣଙ୍କ ଭାଗ୍ୟ ଚମକି ପାରେ l ସ୍ଵପ୍ଣଶାସ୍ତ୍ର ଅନୁସାରେ ଏପରି ସ୍ବପ୍ନ ଦେଖୁଥିବା ବ୍ୟକ୍ତି ଖୁବ ଉନ୍ନତି କରିଥାଏ l କିନ୍ତୁ ଏହି ସ୍ବପ୍ନ ଯେବେବି ଦେଖିବେ କାହାକୁ କହିବେ ନାହିଁ l

* ଭଙ୍ଗା ବିଜୁଳି ଜିନିଷ ଦେଖିବାସ୍ୱପ୍ନରେ କୌଣସି ଇଲେକ୍ଟ୍ରୋନିକ ଜିନିଷ ଭାଙ୍ଗିବା ସ୍ବପ୍ନ ଦେଖିବା ଶୁଭ ଅଟେ l ସ୍ବପ୍ନଶାସ୍ତ୍ର ଅନୁସାରେ ସ୍ୱପ୍ନରେ ବିଜୁଳି ଉପକରଣ ସ୍ୱପ୍ନରେ ଦେଖିବା ଅଶୁଭ ଅଟେ କିନ୍ତୁ ତାହା ଭାଙ୍ଗିବା ଶୁଭ ସଂକେତ ଦେଇଥାଏ l ଯାହାଦ୍ୱାରା ଦରିଦ୍ରତା ଦୂର ହୋଇଥାଏ l   

Leave A Reply