Odisha news

ସ୍ତନ କର୍କଟ : ଆସନ୍ତୁ ଜାଣିବା ରୋଗ ବିଷୟରେ

0

ଡାକ୍ତର ପ୍ରଶାନ୍ତ କୁମାର ପରିଡ଼ା , ମେଡ଼ିକାଲ ଅଙ୍କୋଲୋଜିଷ୍ଟି : ପ୍ରତିବର୍ଷ ଅକ୍ଟୋବର ମାସକୁ ସ୍ତନ କର୍କଟ ସଚେତନତା ମାସ ଭାବେ ପାଳନ କରାଯାଏ ।ଏହି ମାସରେ ସ୍ତନ କର୍କଟ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଇଥାଏ । ଏଥିରେ ସ୍ତନ କର୍କଟର ଶୀଘ୍ର ଚିହ୍ନଟର ଆବଶ୍ୟକତା, ଏହାର ଚିକିତ୍ସା ବିକଳ୍ପ ଓ ପ୍ରତିରୋଧ ପଦ୍ଧତି ଆଦି ଲୋକ ମାନଙ୍କୁ ସଚେତନ କରାଯାଇଥାଏ । ଏ ବର୍ଷର ସ୍ଳୋଗାନ ହେଲା ଶୀଘ୍ର ଚିହ୍ନଟ କରିବାର ଗୁରୁତ୍ୱ .ଅଧ୍ୟୟନ ଅନୁଯାୟୀ ସ୍ତନ କର୍କଟ ଶୀଘ୍ର ଚିହ୍ନଟ ହେଲେ ଏଥିରୁ ସଂପୂର୍ଣ୍ଣ ଭଲ ହେବା ଏବଂ ବଂଚିବାର ହାର ବହୁତ ଅଧିକ ହୋଇଥାଏ ।

ସ୍ତନ କର୍କଟ ଆମ ଦେଶ ତଥା ରାଜ୍ୟରେ ମୁଖ୍ୟ କର୍କଟ ଅଟେ ।ଗତ ବର୍ଷ ଭାରତରେ ପ୍ରାୟ ୧.୬୫ ଲକ୍ଷ ନୂଆ ସ୍ତନ କର୍କଟ ଚିହ୍ନଟ ହୋଇଛନ୍ତି, ଯାହାକି ସମସ୍ତ କର୍କଟର ୧୪% ଅଟେ । ଆମ ଦେଶରେ ପ୍ରତି ୪ ମିନିଟରେ ଜଣେ ନୂଆ ସ୍ତନ କର୍କଟ ରୋଗୀ ଚିହ୍ନଟ ହୋଇଥାନ୍ତି ।ଏବଂ ପ୍ରତି ୨୨ ଜଣ ମହିଳାଙ୍କ ମଧ୍ୟରେ ଜଣଙ୍କୁ ତାଙ୍କ ଜୀବନ କାଳ ମଧ୍ୟରେଏହି କର୍କଟ ହୋଇଥାଏl
ଏହି କର୍କଟ କେବଳ ନାରୀ ମାନଙ୍କୁ ନୁହେଁ, ପୁରୁଷ ମାନଙ୍କୁ ମଧ୍ୟ ହୋଇଥାଏ । ପ୍ରତ୍ୟେକ ୧୦୦ ସ୍ତନ କର୍କଟ ରୋଗୀଙ୍କ ମଧ୍ୟରେ ଜଣେ ପୁରୁଷ ରୋଗୀ ଥାଏ । ଆମ ଦେଶରେ ଏହି କର୍କଟ ୪୦ରୁ ୫୦ ବର୍ଷ ମହିଳାଙ୍କ ଠାରେ ମୁଖ୍ୟତଃ ଦେଖା ଯାଇଥାଏ । ଯାହାକି ପାଶ୍ଚାତ୍ୟ ଦେଶ ମାନଙ୍କ ତୁଳନାରେ ୧୦ ବର୍ଷ କମ୍ । ପାଶ୍ଚାତ୍ୟ ଦେଶ ମାନଙ୍କରେ ୮୦ରୁ ୯୦ ଶତକଡ଼ା ରୋଗୀ ପ୍ରାଥମିକ ଅବସ୍ଥାରେ ଚିହ୍ନଟ ହୋଇଥାନ୍ତି ।କିନ୍ତୁ ଆମ ଦେଶରେ ୫୦% ରୁ ଅଧିକ ରୋଗୀ ତୃତୀୟ କିମ୍ବା ଚତୁର୍ଥ ଅବସ୍ଥାରେ ଚିହ୍ନଟ ହୋଇଥାନ୍ତି, ଯେଉଁ ଅବସ୍ଥାରେ ସଂପୂର୍ଣ୍ଣ ଭଲ ହେବାର ସମ୍ଭାବନା କମ୍ ଥାଏ ।

ଇଷ୍ଟୋଜେନ ବାସ୍ତ୍ରୀ ହର ମୋନର ଅତ୍ୟଧିକ କ୍ଷରଣ ବା ଅଧିକ ସମୟ ପ୍ରବାହିତ ହେଲେ, ସ୍ତନ କର୍କଟର ଆଶଙ୍କା ବଢ଼ିଥାଏ ।କମ୍ବ ୟସରେ ଋତୁସ୍ରାବ ଚାଲି ରହିବା, ସନ୍ତାନ ହୀନତା ବିଳମ୍ବରେ ଗର୍ଭଧାରଣ, ଶିଶୁକୁ ସ୍ତନ୍ୟପାନ ନକରାଇବା, ହରମୋନ ଥେରାପି ଓ ବିକିରଣ ଚିକିତ୍ସା ଆଦି ଯୋଗୁଏହି କର୍କଟ ହେବାର ସମ୍ଭାବନା ବଢ଼ିଥାଏ । ଏତଦ୍ବ୍ୟତୀତମେଦ ବହୁଳତା, ମଦ୍ୟପାନ, ଧୂମ୍ରପାନ, କମ୍ଶାରୀରିକ ପରିଶ୍ରମ, ଅତ୍ୟଧିକ ଚର୍ବି ଜାତୀୟ ଖାଦ୍ୟ ଆଦି ଅଭ୍ୟାସ ଗତ କାରଣ ଗୁଡ଼ିକ ଯୋଗୁ ମଧ୍ୟ ଏହି କର୍କଟ ହେବାର ଆଶଙ୍କା ବଢ଼ିଥାଏ । ପ୍ରାୟ ୫ରୁ ୧୦% ସ୍ତନ କର୍କଟ ବଂଶାନୁ କ୍ରମିକ ହୋଇଥାଏ ।ଏବଂଏହା ପ୍ରାୟତଃ ୨୦ ରୁ ୪୦ ବର୍ଷ ମହିଳl ମାନଙ୍କ ଠାରେ ବୋୀ ଦେଖାଯାଏ ।
ସ୍ତନରେ ଆବୁ ବା ଗେଟା, ସ୍ତନାଗ୍ରରୁ ରକ୍ତ କ୍ଷରଣ, ସ୍ତନର ଆକୃତି ଓ ଆକାରରେ ପରିବର୍ତନ, ସ୍ତନା ଗ୍ରଭିତରକୁ ପଶିଯିବା, ସ୍ତର ଚର୍ମରେ ପରିବର୍ତନ ଓ କାଖରେଲସିକାଗ୍ରନ୍ଥି ବୃଦ୍ଧିହେବା ଆଦି ଏହି ରୋଗର ମୁଖ୍ୟ ଲକ୍ଷଣ ।ରୋଗ ନିରୂପଣ ପାଇଁ ମାମୋଗ୍ରାଫି, ସୋନୋଗ୍ରାଫି ଓ ମାଂସ ପରୀକ୍ଷା ଆଦି କରାଯାଇଥାଏ ।ରୋଗରଷ୍ଟେଜିଙ୍ଗ ପାଇଁ ସିଟି ସ୍କାନ୍, ବୋନ୍ସ୍କାନ ଓ ପେଟ୍ସ୍କାନ ) ଆଦି ପରୀକ୍ଷା କରା ଯାଇଥାଏ ।
ଏହି କର୍କଟରେ ଶଲ୍ୟଚିକିତ୍ସା କେମୋଥେରାପି ଓ ବିକିରଣଚିକିତ୍ସା ହରମୋନ୍ ଥେରାପି ଓ ଟାର୍ଗେଟେଡ଼ ଥେରାପି ଆଦି ପଦ୍ଧତି ବ୍ୟବହୃତ ହୋଇଥାଏ ।

ପାଶ୍ଚାତ୍ୟ ଦେଶ ମାନଙ୍କରେ ସ୍କ୍ରିନିଙ୍ଗ ପ୍ରଣାଳୀର ବ୍ୟବହାର ଯୋଗୁ ଅଧିକାଂଶ ରୋଗୀ ପ୍ରାଥମିକ ଅବସ୍ଥାରେ ଚିହ୍ନଟ ହୋଇଥାନ୍ତି ।ଏହି ସ୍କ୍ରିନିଙ୍ଗ ପ୍ରଣାଳୀ ଗୁଡ଼ିକ ହେଲା ମାମୋଗ୍ରାଫି, ସ୍ୱାସ୍ଥ୍ୟକର୍ମୀଙ୍କ ଦ୍ୱାରା ସ୍ତନ ପରୀକ୍ଷାଏବଂ ନିଜ ଦ୍ୱାରା ନିଜ ସ୍ତନ ପରୀକ୍ଷା ସ୍କ୍ରିନଂ ମାମୋଗ୍ରାଫି ୪୦ ବର୍ଷରୁ ଅଧିକ ମହିଳାଙ୍କ ପାଇଁ ବର୍ଷେରୁ ୨ ବର୍ଷରେ ଥରେ କରାଯାଇଥାଏ । ନିଜ ଦ୍ୱାରା ସ୍ତନ ପରୀକ୍ଷା ଏକ ସହଜ ଓ ବ୍ୟୟସାପେକ୍ଷ ସ୍କ୍ରିନିଂ ପ୍ରଣାଳୀ ଯାହାକି ଆମ ଦେଶରେ ସବୁ ମହିଳା କରି ପାରିବେ । ଏଥିରେ ପ୍ରତ୍ୟେକ ତରୁଣୀ ବାମହିଳା ୨୦ ବର୍ଷ ପରେ ମାସକୁ ଥରେ ନିଜର ସ୍ତନ ନିଜେ ପରୀକ୍ଷା କରିଥାନ୍ତି ।ଏହାଋତୁଶ୍ରାବର ୫ ରୁ ୧୦ ଦିନ ମଧ୍ୟରେ କରାଯାଇଥାଏ ।ଯେଉଁ ମହିଳା ମାନଙ୍କର ଋତୁସ୍ରାବ ବନ୍ଦ ହୋଇ ଯାଇଥାଏ, ସେମାନେ ମାସର ଏକ ନିର୍ଦ୍ଦିଷ୍ଟ ଦିନରେଏହି ପରୀକ୍ଷା କରିବା ଉଚିତ୍ ।

 

 

Leave A Reply