ଡାକ୍ତର ସୀମାଞ୍ଚଳ ମହାପାତ୍ର , ସ୍ନାୟୁରୋଗ ବିଶେଷଜ୍ଞ, ହାଇଟେକ୍ ହସ୍ପିଟାଲ, ଭୁବନେଶ୍ୱର : ଏପିଲେପ୍ସି ବା ଅପସ୍ମାର ଏକ ସ୍ନାୟୁଜନିତ ରୋଗ, ଯାହାକି ଆବାଳ ବୃଦ୍ଧବନିତା ସମସ୍ତଙ୍କ ଶରୀରରେ ପରିଲକ୍ଷିତ ହୋଇଥାଏ । ସାମାନ୍ୟ ସଚେତନତା ଅଭାବରୁ ଏହି ରୋଗଟି ମଣିଷ ଶରୀରରେ କାୟାବିସ୍ତାର କରିବାକୁ ଲାଗେ ।
ଏହି ରୋଗରେ ମସ୍ତିଷ୍କର କୋଷିକା ଗୁଡ଼ିକ ଅତ୍ୟଧିକ ପରିମାଣରେ କାର୍ଯ୍ୟ କରିଥାଏ । ଯଦି ମସ୍ତିଷ୍କରେ କିଛି ବିଭ୍ରାନ୍ତ ଦେଖାଯାଏ ତା ହେଲେ ଏହାକୁ ଅପସ୍ମାର ରୋଗର ଲକ୍ଷଣ ବୋଲି ଧରି ନିଆଯାଇଥାଏ । ଯଦି ଜଣେ ଲୋକକୁ ଗୋଟିଏ ଥରରୁ ଅଧିକ ଥର ବାତମାରେ ସେମାନଙ୍କୁ ଆମେ ଅପସ୍ମାର ରୋଗୀ ବୋଲି କହିଥାଉ । ଏଭଳି ରୋଗର କାରଣ ଏବଂ ନିରାକରଣ ସଂପର୍କରେ ଲୋକଙ୍କୁ ସଚେତନ କରିବା ପାଇଁ ପ୍ରତିବର୍ଷ ନଭେମ୍ବର ୧୭ତାରିଖରେ ‘ଏପିଲେପ୍ସି ଡେ’ ପାଳନ କରାଯାଏ ।
ଅପସ୍ମାର ରୋଗର ଭିନ୍ନ ଭିନ୍ନ କାରଣମାନ ଥାଏ । ଜନ୍ମ ହେବା ଶିଶୁର ଯଦି ମସ୍ତିଷ୍କରେ କିଛି ତ୍ରୁଟି ରହିଥାଏ ତା’ହେଲେ ତାକୁ ବାରମ୍ବାର ବାତ ମାରିଥାଏ । ଶୈଶବ ଅବସ୍ଥାରେ ଶିଶୁ ମାନଙ୍କୁ ଜ୍ୱର ହେଲେ ମଧ୍ୟ ବାତ ମାରିଥାଏ, ଯାହାକୁ ପିହୁଳା ରୋଗ କୁହାଯାଏ । ଅନ୍ୟ କାରଣ ମଧ୍ୟରେ ମସ୍ତିଷ୍କ ଭିତରେ ସଂକ୍ରମଣ (ଇନ୍ଫେକ୍ସନ) ହେବା, ମସ୍ତିଷ୍କ ଭିତରେ ଟୁ୍ୟମର ହେବା, ମସ୍ତିଷ୍କରେ ଆଘାତ ଲାଗିବା, ମସ୍ତିଷ୍କରେ ରକ୍ତ ଜମାଟ ବାନ୍ଧିବା ଇତ୍ୟାଦି ପ୍ରମୁଖ କାରଣ ଅଟେ । ବେଳେ ବେଳେ ଯଦି ବାପ, ମାଆଙ୍କ ଠାରେ କାହାକୁ ବାତ ରୋଗ ଥାଏ ତାଙ୍କ ଶିଶୁମାନଙ୍କ ଠାରେ ବାତରୋଗ ହେବାର ସମ୍ଭାବନା ଅଧିକ ଥାଏ । ବେଳେ ବେଳେ ଯଦି ଶରୀରରେ ରକ୍ତସର୍କରା ବା ସୁଗାର କମିଯାଏ, ଶରୀରରେ ଲବଣ ମାତ୍ରା କମିଯାଏ କିମ୍ବା ଅତ୍ୟଧିକ ମଦ୍ୟପାନ କଲେ ବାରମ୍ବାର ବାତ ମାରିଥାଏ ।
ବାତରୋଗ ଅନେକ ପ୍ରକାରର ଥାଏ । ମୁଖ୍ୟତଃ ବାତ ମାରିବା ସମୟରେ ରୋଗୀ ହଠାତ୍ ମୂର୍ଚ୍ଛା ହୋଇଯାଏ, ତାର ମୁହଁ ଗୋଟିଏ ପାଶ୍ୱର୍କୁ ବଙ୍କା ହୋଇଯାଏ, ହାତଗୋଡ଼ ଜୋରରେ ଥରିବାକୁ ଲାଗେ ତଥା ହାତ ଗୋଡ଼ ଶକ୍ତ ହୋଇଯାଏ । ରୋଗୀ ତାର ଜିଭ ବେଳେବେଳେ କାମୁଡ଼ିଦିଏ ଏବଂ କିଛି କ୍ଷେତ୍ରରେ ଝାଡ଼ା ପରିସ୍ରା ମଧ୍ୟ ହୋଇଯାଇଥାଏ । ରୋଗୀର ଏହି ସ୍ଥିତିଟି ଦୁଇ ତିନି ମିନିଟ୍ ଭିତରେ ଠିକ୍ ହୋଇଯାଏ ଏବଂ ରୋଗୀ ପୁନଶ୍ଚ ସାଧାରଣ ଅବସ୍ଥାକୁ ଆସିଯାଇଥାଏ । ଏହିଭଳି ଅସୁବିଧା ରୋଗୀକୁ ବାରମ୍ବାର ହୋଇଥାଏ । ଅନ୍ୟ କିଛି ବାତ ରୋଗରେ ରୋଗୀ ହଠାତ୍ କଥାବାର୍ତ୍ତା ବନ୍ଦ କରିଦିଏ, ହାତ ଗୋଡ଼ରେ ଝଟକା (ଔରକ୍ସଳଗ୍ଦ) ଅନୁଭବ କରେ ।
ବାତରୋଗକୁ ଚିହ୍ନଟ କରିବାକୁ ହେଲେ ତିନୋଟି ପ୍ରମୁଖ ଉପାୟ ଅବଲମ୍ବନ କରିବାକୁ ପଡ଼ିଥାଏ । ପ୍ରଥମତଃ ପରିବାର ସଦସ୍ୟମାନଙ୍କ ଠାରୁ ବାତ ମାରିବା ସମୟରେ ରୋଗୀର ସମସ୍ତ ବିବରଣୀ (ଉକ୍ଷସଦ୍ଭସମବକ୍ଷ ଐସଗ୍ଦଗ୍ଧକ୍ଟକ୍ସଚ୍ଚ) ପ·ରି ଜାଣିବା ପରେ ଏହାର ଚିହ୍ନଟ ଅନେକ ସମୟରେ ସଠିକ୍ ଭାବରେ କରାଯାଇପାରେ । ଅନ୍ୟ ଦୁଇଟି ଉପାୟ ମଧ୍ୟରେ ବହୁ କ୍ଷେତ୍ରରେ ଇ.ଇ.ଜି. (ଋ ଋ ଏ) ଏବଂ ମସ୍ତିଷ୍କର ଏମଆରଆଇ (ଗ ଜ ଓ) ସ୍କାନିଂ ଦ୍ୱାରା ଏହାର ଚିହ୍ନଟ କରାଯାଇଥାଏ ।
ଯଦି କୌଣସି ରୋଗୀକୁ ହଠାତ୍ ବାତ ମାରେ ତେବେ ରୋଗୀକୁ ଗୋଟିଏ ସୁରକ୍ଷିତ ସ୍ଥାନରେ ଶୁଆଇ ଦିଅନ୍ତୁ ଯେପରିକି ତାର ଶରୀରରେ କିଛି ଆଘାତ ନ ଲାଗେ । ରୋଗୀର ବାତ ମାରିବା ସମୟରେ ତାର ନାକ ପାଟି ଆଦୌ ବନ୍ଦ କରନ୍ତୁ ନାହିଁ । ରୋଗୀର ପାଟିରେ ·ମଚ, ·ବି ଆଦି ଜିନିଷ କିଛି ପୁରାନ୍ତୁ ନାହିଁ । ବାତ ମାରିବା ସମୟରେ ରୋଗୀକୁ ଆଦୌ ପାଣି ପିଆନ୍ତୁ ନାହିଁ । ଯଦି ୩ରୁ ୫ମିନିଟ୍ ଭିତରେ ରୋଗୀ ଠିକ୍ ନ ହୁଏ ତା ହେଲେ ତାକୁ ଅତି ଶୀଘ୍ର ହସ୍ପିଟାଲ ନେଇଯାଆନ୍ତୁ ।
ବାତରୋଗ ପାଇଁ ଚିକିତ୍ସା ପଦ୍ଧତି ମୁଖ୍ୟତଃ ଦୁଇ ପ୍ରକାର ହୋଇଥାଏ । ଗୋଟିଏ ମେଡ଼ିସିନ୍ ବା ଔଷଧିୟ ଉପ·ର ଅନ୍ୟଟି ଅପରେସନ ବା ସର୍ଜରୀ । ଶତକଡ଼ା ୭୦ ଭାଗ କ୍ଷେତ୍ରରେ ଔଷଧ ଦ୍ୱାରା ବାତରୋଗ ସମ୍ପୂର୍ଣ୍ଣ ଭାବେ ନିୟନ୍ତ୍ରଣରେ ରହିଥାଏ ବା କମିଯାଏ କିନ୍ତୁ ଶତକଡ଼ା ୩୦ ଭାଗ କ୍ଷେତ୍ରରେ ଅନେକ ଔଷଧ ଦେଲା ପରେ ବି ବାତରୋଗ ନିୟନ୍ତ୍ରଣ ହୋଇ ନଥାଏ ଏବଂ ରୋଗୀକୁ ଅପରେସନ୍ ବା ସର୍ଜରୀର ଆବଶ୍ୟକତା ପଡ଼ିଥାଏ । ବାତରୋଗରେ ରୋଗୀକୁ ବହୁତ ବର୍ଷ ଧରି ଔଷଧ ସେବନ କରିବାକୁ ପଡ଼ିଥାଏ । ତା ସହିତ ବେଳେ ବେଳେ ଏହି ଔଷଧ ସେବନର ପାଶ୍ୱର୍ ପ୍ରତିକ୍ରିୟା ଦେଖାଦେଇଥାଏ । ଏ କ୍ଷେତ୍ରରେ ଡ଼ାକ୍ତରଙ୍କ ପରାମର୍ଶ ଜରୁରୀ ଅଟେ । ତେଣୁ ଏ ସମସ୍ତ ଜିନିଷ ଗୁଡ଼ିକୁ ବୁଝି ଆପଣ ନିୟମିତ ଔଷଧ ସେବନ କରିବା ଆବଶ୍ୟକ ଅଟେ ।
ଶିଶୁ ମାନଙ୍କୁ ଯଦି ବହୁତ ଥର ବାତ ମାରେ ତା ହେଲେ ତାଙ୍କର ମସ୍ତିଷ୍କର ଅଭିବୃଦ୍ଧି ଏବଂ ବୁଦ୍ଧିର ବିକାଶରେ ବ୍ୟାଘାତ ଦେଖାଯାଇଥାଏ । ଏଣୁ ନିୟମିତ ଔଷଧ ସେବନ କରି ବାତରୋଗକୁ ନିୟନ୍ତ୍ରଣରେ ରଖିବା ନିହାତି ଆବଶ୍ୟକ ଅଟେ । ବିବାହିତା ମହିଳାମାନଙ୍କୁ ଯଦି ବାତରୋଗ ଥାଏ ତେବେ ତାଙ୍କର ଗର୍ଭ ଧାରଣରେ ଏବଂ ଗର୍ଭସ୍ଥ ଶିଶୁ ଉପରେ ବାତ ରୋଗର ଔଷଧର ବହୁ ପାଶ୍ୱର୍ ପ୍ରତିକି୍ରୟା ଦେଖାଯାଇଥାଏ । ତେଣୁ ମହିଳାମାନେ ଗର୍ଭଧାରଣ ପୂର୍ବରୁ ସ୍ନାୟୁରୋଗ ବିଶେଷଜ୍ଞଙ୍କୁ ପରାମର୍ଶ କରିବା ନିହାତି ଜରୁରୀ ଅଟେ । ବାତ ରୋଗ ଥିଲେ ଝିଅ ଏବଂ ପୁଅମାନେ ବିବାହ କରିବାରେ କିଛି ପ୍ରତିବନ୍ଧକ ନଥାଏ ।
ବିଶ୍ୱ ଅପସ୍ମାର ରୋଗ ଦିବସରେ ଜନସାଧାରଣଙ୍କୁ ଏହି ବାର୍ତ୍ତା ରହିବ କି, ଯାହାର ପରିବାରରେ ଫିଡ୍ସ ବା ଅପସ୍ମାର ରୋଗୀ ଅଛନ୍ତି ସେମାନଙ୍କ ପ୍ରତି ଆପଣ ଅଧିକ ଯନôବାନ ହୁଅନ୍ତୁ, ସେମାନଙ୍କୁ ଭଲ ପାଆନ୍ତୁ ଏବଂ ସେମାନେ ପ୍ରତ୍ୟେହ କିପରି ନିୟମିତ ଔଷଧ ସେବନ କରିପାରିବେ ସେଥିପ୍ରତି ଅଧିକ ଗୁରୁତ୍ୱ ଦିଅନ୍ତୁ । ସ୍ନାୟୁରୋଗ ବିଶେଷଜ୍ଞ ମାନଙ୍କର ପରାମର୍ଶକ୍ରମେ ନିୟମିତ ଔଷଧ ସେବନ କରିବା ଦ୍ୱାରା ରୋଗୀ ଯେପରି ବାତରୋଗ ମୁକ୍ତ ଜୀବନଯାପନ କରିପାରିବ ସେ ବିଷୟ ପ୍ରତି ଧ୍ୟାନ ଦିଅନ୍ତୁ ।