Odisha news

ଘରଭଡ଼ା ନ ଦେବାରୁ ଡୋଜର ଲଗାଇ ଘର ଭାଙ୍ଗି ଦେଲା ଘର ମାଲିକ।

0

ଦୋବଲ,୨୦/୪  :ଦୋବଲ ଜୋନ ଅନ୍ତର୍ଗତ କରଦା ପଂଚାୟତର ନନ୍ଦିପୁର ଗ୍ରାମର ଏକ ଘରଭଡ଼ାକୁ କେନ୍ଦ୍ର କରି ଦୀର୍ଘ ଦିନ ହେବ ବିବାଦ ଲାଗି ରହିଥିବା ବେଳେ ଶେଷରେ ଘର ମାଲିକ ଘର ଭାଙ୍ଗି ଦେଇ ଥିବା ଧାମନଗର ଥାନାରେ ଅଭିଯୋଗ ହୋଇଛି ଘଟଣାରୁ ପ୍ରକାଶ ଯେ ନନ୍ଦିପୁର ଗ୍ରାମର ମଞ୍ଜୁ ଲତା ନାୟକଙ୍କ ଜାଗାରେ ସନାତନ ସାହୁ ୪ ବର୍ଷ ତଳେ ଘର କରି ପରିବାର ସହ ରହୁଥିଲେ । ଏଥି ପାଇଁ ସନାତନ ମଧ୍ୟ ଘର ଭଡ଼ା ଦିଅନ୍ତି। ମାତ୍ର କିଛି ମାସ ହେବ ସନାତନ ଘର ଭଡ଼ା ଦେଇ ନଥିବାରୁ ମଞ୍ଜୁ ମଧ୍ୟ ସେମାନଙ୍କୁ ତାଗିଦି କରି କହିଥିଲେ ଏପରି କି ଘର ଛାଡିବା ପାଇଁ କହିଥିଲେ ଏଥି ନିମନ୍ତେ ଥାନାରେ ମଧ୍ୟ ଅଭିଯୋଗ କରାଯାଇଥିଲା।ତେବେ ଉକ୍ତ ଜାଗା ଉପରେ ମାଟି ଖୋଳିବା ଓ ଜାଗା ସମତୁଲ କରିବା ପାଇଁ ଘର ମାଲିକ ତହସିଲରୁ ଅନୁମତି ଆଣି ଡୋଜର ଯୋଗେ ମାଟି ଉଠାଉଥିଲେ ଏବଂ ଘାରକୁ ଲଗାଇ ଏକ ବଡ ଗାତ କରୁଥିବା ସମୟରେ ସନାତନ ପ୍ରତିବାଦ କରିଥିଲେ । କିନ୍ତୁ କିଛି ନଶୁଣି ଗାତ କରିବାକୁ ଲାଗିଲେ । ସନାତନ ନିଜ ସ୍ତ୍ରୀ,ପୁଅ ଓ ଝିଅଙ୍କୁ ନେଇ ଥାନାରେ ଅଭିଯୋଗ କରିଥିଲେ । ଘରେ କେହି ନଥିବାର ସୁଯୋଗ ନେଇ ସେହି ଜାଗାରେ ସନାତନ ରହୁଥିବା ଘରକୁ ଡୋଜର ଦ୍ଵାରା ଭାଙ୍ଗି ଧୂଳିସାତ କରିଦେଇଥିଲେ । ଏ ନେଇ ସନାତନ ଅଭିଯୋଗରେ ଦର୍ଶାଇଛନ୍ତି ଯେ ମୋତେ ନ ଜଣାଇ ମୋ ଘରକୁ ଭାଙ୍ଗି ଦିଆ ଯାଇଛି ଏବଂ ମୋର ଲକ୍ଷାଧିକ ଟଙ୍କା ଆସବାପତ୍ର ନଷ୍ଟ ସହ ଚୋରି କରି ନେଇଥିବା ଧାମନଗର ଥାନାରେ ଅଭିଯୋଗ କରିବା ପରେ ପୋଲିସ ଘଟଣା ସ୍ଥଳ ପରିଦର୍ଶନ କରି ତଦନ୍ତ ଜାରି ରଖିଛି । ଏଠାରେ ପ୍ରକାଶ ଥାଇକି ସନାତନ ତାର ପରିବାରଙ୍କୁ ନେଇ ଖୋଲା ଆକାଶ ତଳେ ଅଛନ୍ତି ।

Leave A Reply