Odisha news

ନିର୍ଦ୍ଧାରିତ ସମୟରେ ଆନନ୍ଦପୁର ବ୍ୟାରେଜ ବାମ ପାର୍ଶ୍ଵ କେନାଲ କାର୍ଯ୍ୟଖ୍ୟମ ହେବ ମୂଖ୍ୟ ଶାସନ ସଚିବ

0
କେନ୍ଦୁଝର : ରାଜ୍ୟ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା କେନ୍ଦୁଝର ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମ ଶେଷ କରି ଆନନ୍ଦପୁର ବ୍ୟାରେଜ ପ୍ରୋଜେକ୍ଟ କେନାଲ ନିର୍ମାଣ ସମ୍ପର୍କରେ ଶାଳପଡା ଜଳସେଚନ ବିଭାଗ ଡ଼ାକବଙ୍ଗଳା ଠାରେ ଏକ ଗୁରୁତ୍ବପୂର୍ଣ୍ଣ ସମିକ୍ଷା ବୈଠକ ଯୋଗ ଦେଇଥିଲେ। ଉକ୍ତ ବୈଠକରେ ଆନନ୍ଦପୁର ବ୍ୟାରେଜ ବାମପାର୍ଶ୍ଵ ଓ ଡାହାଣପାର୍ଶ୍ଵ କେନାଲ ନିର୍ମାଣ ବାବଦରେ ବ୍ୟାରେଜର ବରିଷ୍ଠ ଯନ୍ତ୍ରୀ ମାନଙ୍କ ସହିତ କାର୍ଯ୍ୟର ଅଗ୍ରଗତି କୁ ନେଇ ବିଶୋଧ ଭାବେ ଆଲୋଚନା କରିଥିଲେ। ବ୍ୟାରେଜର ପାର୍ଶ୍ଵରେ ପଦ୍ମପୁର ଚାଷୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଯାଇ ୬୦୦କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହେବାକୁ ଯାଉଥିବା ଉଠା ଜଳସେଚନ ପ୍ରକଳ୍ପ ଦ୍ବାରା ଆନନ୍ଦପୁର ଅଞ୍ଚଳରେ ୫୦ହଜାର ହେକ୍ଟର ଜମି ଜଳ ସେଚିତ ହେବାର ବ୍ୟବସ୍ଥା ଗ୍ରହଣ କରାଯିବ ବୋଲିି ସୂଚନା ଦେଇଥିଲେ। ଏହା ସହିତ ବାମ ଓ ଡାହାଣ ପାର୍ଶ୍ଵ କେନାଲ ର କାର୍ଯ୍ୟକୁ ଶେଷ କରାଯିବା ଦିଗରେ ଗୁରୁତ୍ବ ଦିଆଯିବ ବୋଲି ସ୍ପଷ୍ଟ ମତବ୍ୟକ୍ତ କରିଥିଲେ। ଆନନ୍ଦପୁର ବ୍ୟାରେଜ ପ୍ରୋଜେକ୍ଟର ମୂଖ୍ୟ ନିର୍ମାଣ ଯନ୍ତ୍ରୀ ଶ୍ରୀ ଅବିନାଶ ରାଉଳ କେନାଲ କାର୍ଯ୍ୟର ନିର୍ମାଣ ବାବଦରେ ମୂଖ୍ୟ ଶାସନ ସଚିବଙ୍କୁ ପୁଙ୍ଖାନୁ ପୁଖଭାବରେଅବଗତ କରିଥିଲେ ସେଠାରେ ଉପସ୍ଥିତ ସାମ୍ବାଦିକ ମାନେ ଆନନ୍ଦପୁରର ବିପଦ ପୂନ୍ନ ତଥା ଦୁର୍ବଳ ବୈତରଣୀ ସେତୁ ଏବଂ ବ୍ୟାରେଜ ରାସ୍ତା ଉପରେ ଯାତାୟାତ କରୁଥିବା ଲୁହାପଥର ବୋଝେଇ ଟ୍ରକ ସମ୍ପର୍କରେ ପ୍ରଶ୍ନ କରିଥିଲେ। ଖୁବ୍ ଶୀଘ୍ର ଲୁହାପଥର ବୋଝେଇ ଯାନବାହାନ ଉପରେ କଟକଣା ଜାରି ହେବବୋଲି ମୂଖ୍ୟ ଶାସନ ସଚିବ ପ୍ରତିଶ୍ରୁତି ପ୍ରଦାନ କରିଥିଲେ। ସୂଚନାଯୋଗ୍ୟ ଆନନ୍ଦପୁର ବ୍ୟାରେଜ ବାମ ପାର୍ଶ୍ଵ କେନାଲର ନିର୍ମାଣ କାର୍ଯ୍ୟକୁ ମୂଖ୍ୟ ନିର୍ମାଣ ଯନ୍ତ୍ରୀ ଅବିନାଶ ରାଉଳ ଅଧିକ୍ଷଣ ଯନ୍ତ୍ରୀ କିଶୋର କର କାର୍ଯ୍ୟ ସ୍ତରରେ ଉପସ୍ଥିତ ରହି ଯୁଦ୍ଧକାଳୀନ ଭିତ୍ତିରେ ଶେଷ କରିବାକୁ ଉଦ୍ୟମ ଚଳାଇଥିବା ଦେଖାଯାଇଛି। ଉକ୍ତ ସମୀକ୍ଷା ବୈଠକରେ କେନ୍ଦୁଝର ଜିଲ୍ଲାପାଳ , ଆନନ୍ଦପୁର ଉପଜିଲ୍ଲାପାଳ ଅନୀଲ କୁମାର ସେଠୀ ବୈତରଣୀ ଡିଭିଜନ ଅଧିକ୍ଷଣ ଯନ୍ତ୍ରୀ ପ୍ରଣବ କୁମାର ନାୟକ ଓ ଅନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।

Leave A Reply