ନିରାକାରପୁର,୨୦/୪: ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ପୁରୀ ନୂଆ ଜଗନ୍ନାଥ ସଡକରେ ବାଇକ୍ ଦୁର୍ଘଟଣା ଘଟି ଜଣେ ମୃତ, ଅନ୍ୟ ଜଣେ ଗୁରୁତର ଆହତ ହୋଇଥିବା ଜଣାପଡିଛି। ମ୍ରୁତକ ଜଣକ ନିରାକାରପୁର ଥାନା ପଦ୍ମପୁର ଗ୍ରାମର ବିଶୁନି ଓରଫ ବିଶ୍ବମ୍ବର ସ୍ବାଇଁ(୫୭) । ଗୁରୁତର ଆହତ ଜଣକ ନିରାକାରପୁର ଥାନା ଖଜୁରୀପଡା ଗ୍ରାମର ବୁଲୁ ଓରଫ ଗୋବିନ୍ଦ ବଳିୟାର ସିଂହ(୪୫) । ଘଟଣାରୁ ପ୍ରକାଶ ଯେ ଆଜି ଅପରାହ୍ନ ସମୟରେ ବିଶୁନି ଓ ବୁଲୁ ଏକ ପଲସର ବାଇକରେ ରାମେଶ୍ୱର ଛକ ପଟୁ ନିଜ ଗ୍ରାମକୁ ଫେରୁଥିବା ବେଳେ ନୂଆ ଜଗନ୍ନାଥ ସଡକ ଖଜୁରୀପଡା ପେଟ୍ରୋଲ ପଂପ ନିକଟ ଏକ ମାଛ ଦୋକାନ ଖୁଣ୍ଟିରେ ଭାରସ୍ୟାମ ହରାଇ ମାଡ ହୋଇଯାଇଥିଲା। ଘଟଣାସ୍ଥଳରେ ବିଶୁନି ଙ୍କ ମ୍ରୁତ୍ୟୁ ହୋଇଥିବା ବେଳେ ଗୁରୁତର ଆହତ ହୋଇଥିଲେ ବୁଲୁ। ଉଭୟଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତାରେ ପ୍ରଥମେ ଖୋର୍ଦ୍ଧା ହସପିଟାଲ ପଠାଯାଇଥିଲା। ବିଶୁନିଙ୍କ ଶବ ବ୍ୟବଛେଦ ପାଇଁ ଖୋର୍ଦ୍ଧା ହସପିଟାଲ ରେ ରଖାଯାଇଥିବା ବେଳେ ବୁଲୁ ଅଧିକା ଚିକିତ୍ସା ପାଇଁ ଭୁବନେଶ୍ୱର ଏମ୍ସ ହସପିଟାଲ ପଠାଯାଇଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ନିରାକାରପୁର ପୋଲିସ ପହଞ୍ଚି ବାଇକ୍ ଟିକୁ ଜବତ କରିବା ସଂଗେସଂଗେ ତଦନ୍ତ ଜାରି ରଖିଛି।