Odisha news

ଢେଙ୍କାନାଳ ଟାଉନ୍‌ରେ ଫାଷ୍ଟ୍‍ ବାଟାଲିୟାନ୍‌ ଗାଡ଼ି ଦୁର୍ଘଟଣାଗ୍ରସ୍ତ; ଡେପୁଟି ସୁବେଦାର ମୃତ, ଅନ୍ୟ ତିନିଜଣ ଆହତ

0

ଢେଙ୍କାନାଳ: ଗତରାତିରେ ଢେଙ୍କାନାଳ ସହରର ଆନନ୍ଦନଗର ବାଇପାସ୍‌ ଠାରେ ଫାଷ୍ଟ୍‍ ବାଟାଲିୟାନ୍‌ର ଏକ ‘ଏସ୍‌ୟୁଭି’ ଦୁର୍ଘଟଣାଗ୍ରସ୍ତ ହେବାରୁ ଜଣେ ଡେପୁଟି ସୁବେଦାରଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ୟ ତିନିଜଣ ଆହତ ହୋଇଛନ୍ତି।

ମୃତ ଡେପୁଟି ସୁବେଦାର ହେଉଛନ୍ତି ଭିକାରି ଚରଣ ସେଠୀ। ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ଅନ୍ୟ ତିନି ଆହତଙ୍କ ପରିଚୟ ମିଳି ନ ଥିଲା।
ପ୍ରାପ୍ତ ସୂଚନା ଅନୁସାରେ, ଗତରାତିରେ ଶ୍ରୀ ସେଠୀ ଓ ଅନ୍ୟମାନେ ଏକ ମହିନ୍ଦ୍ରା ‘ଏସ୍‌ୟୁଭି’ ଯୋଗେ ଖୋର୍ଦ୍ଧାରୁ ଢେଙ୍କାନାଳ ଦେଇ ଫେରୁଥିଲେ। ରାତି ପ୍ରାୟ ୧ଟା ବେଳେ ଢେଙ୍କାନାଳ ଉପକଣ୍ଠରେ ଥିବା ଆନନ୍ଦନଗର ବାଇପାସ୍‌ରେ ଏକ ଅଜଣା ଗାଡ଼ି ସହ ତାଙ୍କ ଗାଡ଼ି ଧକ୍କା ଖାଇଥିଲା। ଫଳରେ ଡେପୁଟି ସୁବେଦାର ସେଠୀ ଏବଂ ଅନ୍ୟ ତିନିଜଣ ଆହତ ହୋଇଥିଲେ।

ଖବର ପାଇ ଟାଉନ୍‌ ଥାନା ପିସିଆର୍‌ ଘଟଣାସ୍ଥଳରୁ ସେମାନଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ସେଠାରେ ଡେପୁଟି ସୁବେଦାର ସେଠୀଙ୍କର ମୃତ୍ୟୁ ହୋଇଗଲା। ଦୁର୍ଘଟଣାରେ ଆହତ ଅନ୍ୟ ତିନିଜଣଙ୍କ ମଧ୍ୟରୁ ଦୁଇ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ ଗତ ରାତିରେ କଟକ ବଡ଼ ଡାକ୍ତରଖାନା ପଠାଇ ଦିଆଯାଇଥିଲା।

ତୃତୀୟ ଆହତଜଣକ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ୫ମ ମହଲାରେ ଥିବା ବେଡ୍‌ ନମ୍ବର ୧୭୯ରେ ଚିକିତ୍ସାଧୀନ ଅଛନ୍ତି।

Nalco

Leave A Reply