Odisha news

ଦୀପାବଳୀ ସମୟରେ ଏହିସବୁ ଜିନିଷ ଘରୁ କଦାପି କଢ଼ିବା ଉଚିତ ନୁହେଁ, ଆସିଥାଏ ଜୀବନ ରେ ଘୋର ବିପତି

0

ଆମେମାନେ ସାଧାରଣ ଭାବରେ ଯେ କୌଣସି ପର୍ବ ପର୍ବାଣି ପୂର୍ବରୁ ଘରର ସଫା ସୁତୁରା କରିଥାଉ l ସେହିଭଳି ଦଶହରା ହେଉ କିମ୍ବା ଦୀପାବଳୀ ଘରକୁ ସଫାସୁତୁରା କରି ପୂଜା କାର୍ଯ୍ୟ କରିବାକୁ ଚାହିଁଥାଉ l ତେଣୁ ପ୍ରାୟ ସମସ୍ତ ଭାରତୀୟ ଦୀପାବଳୀ ପୂର୍ବରୁ ନିଜଯ ଘରକୁ ସଫା କରି ଥାଆନ୍ତି l ଘର ସଫା କରିବା ସମୟରେ ଆମେ କିଛିଟା ଇଆଡୁ ସିଆଡ଼ୁ ଜିନିଷକୁ ଘରୁ ବାହାର କରି ଥାଉ l କିନ୍ତୁ ଏହି ଜିନିଷ ମାନଙ୍କ ମଧ୍ୟରେ ଏଭଳି କିଛି ଜିନିଷ ରହିଛି ଯାହାକୁ ଘରୁ ବାହାର କରିବା ଆଦୌ ଉଚିତ ନୁହେଁ l

– କାହିଁକି ନା ଘରର କିଛିଟା ଜିନିଷରେ ମାତା ଲକ୍ଷ୍ମୀଙ୍କ ବାସ ରହିଥାଏ l ଦୀପାବଳୀରେ ପୁରୁଣା ମୁଦ୍ରା ବା ଟଙ୍କା କଦାପି ଘରୁ ବାହାର କରିବା ଉଚିତ ନୁହେଁ l କାହିଁକି ନା ଦୀପାବଳୀ ରେ ଲକ୍ଷ୍ମୀ ଙ୍କ ନିକଟରେ ମୁଦ୍ରା ର ପୂଜା ହୋଇଥାଏ l

– ସଫା କରିବା ସମୟରେ କୌଣସି ପୁରୁଣା ପୂଜା ଜିନିଷ ବାହାରକରି ଫିଙ୍ଗିବା ଉଚିତ ନୁହେଁ l ବିଶେଷ ଭାବରେ ଶଙ୍ଖ, ପିତଳ କିମ୍ବା ତମ୍ବା ର ବାସନ ଇତ୍ୟାଦି l ଏହାକୁ ବାହାର କରି ଫିଙ୍ଗିବା ଦ୍ୱାରା ଲକ୍ଷ୍ମୀଙ୍କ ଆଶୀର୍ବାଦ ରେ ବାଧାପ୍ରାପ୍ତ ହୋଇଥାଏ l

– ଦୀପାବଳୀ ପୂର୍ବରୁ ସଫା କରିବା ସମୟରେ ଠାକୁରଙ୍କ ନିକଟରୁ ପୁରୁଣା ମୟୁର ଚନ୍ଦ୍ରିକା ବାହାର କରିବେ ନାହିଁ l ମୟୁର ଚନ୍ଦ୍ରିକା ପରିବାର ପାଇଁ ଖୁବ ଶୁଭ ଅଟେ l ଏହାକୁ ଘରେ ରଖିବା ଦ୍ୱାରା ଲକ୍ଷ୍ମୀଙ୍କ କୃପା ଲାଭ ହୋଇଥାଏ l

– ଝାଡୁ ମା ଲକ୍ଷ୍ମୀ ଙ୍କର ଖୁବ ପ୍ରିୟ ଅଟେ l ତେଣୁ ଦୀପାବଳୀ ଦିନ ଘରକୁ ଝାଡୁ ଆଣିବା ଶୁଭ ଅଟେ l କିନ୍ତୁ ଛିଣ୍ଡା ଝାଡୁ ବାହାର କରି ଫିଙ୍ଗିବା ଶୁଭ ନୁହେଁ l ଏହାଦ୍ୱାରା ମାତା ଲକ୍ଷ୍ମୀ ଅସନ୍ତୁଷ୍ଟ ହୁଅନ୍ତି l ଜୀବନ ରେ ଆର୍ଥିକ ଅସୁବିଧା ଦେଖା ଦେଇଥାଏ l

– ଦୀପାବଳୀ ସମୟରେ ଘରୁ କଦାପି ଚୁଡ଼ି ସିନ୍ଦୁର ଇତ୍ୟାଦି ବାହାରକରିବା ଉଚିତ ନୁହେଁ l ଏହାଦ୍ୱାରା ସମୃଧିରେ ବାଧା ଉପୁଜିଥାଏ l

Leave A Reply