ଆଜିକାଲି ଦିନକୁ ଦିନ ସମୟ ବଦଳିବାରେ ଲାଗିଛି l ଯୁଗ ଯେତିକି ଆଧୁନିକ ହେଉଛି ରୋଗ ମଧ୍ୟ ସେତିକି ବୃଦ୍ଧି ହେଉଛି l ଯାହାକି ଗୋଟିଏ ଚିନ୍ତାର କାରଣ ହୋଇଛି l ବର୍ତମାନ ଷ୍ଟିଲ କିମ୍ବା ଅନ୍ୟ ଧାତୁ ନିର୍ମିତ ଜିନିଷ ର ସ୍ଥାନ ନେଇଛି ଡିଷ୍ପୋଜେବୁଲ ଜିନିଷ l ସବୁ ସ୍ଥାନ ରେ ଖାଇବା ପିଇବା ପାଇଁ ଡିଷ୍ପୋଜେବୁଲ ଜିନିଷ ର ବ୍ୟବହାର ହେଉଛି l ଅଫିସ ରୁ ନେଇ ବଡ଼ ବଡ଼ ରେଷ୍ଟୁ ରାଣ୍ଟ ପର୍ଯ୍ୟନ୍ତ ସବୁଠି ଡିଷ୍ପୋଜେବୁଲ ଜିନିଷ ର ବ୍ୟବହାର ହେଉଛି l କଣ ଆପଣ ଜାଣିଛନ୍ତି ଡିଷ୍ପୋଜେବୁଲ ଆପଣଙ୍କ ସ୍ୱାସ୍ଥ୍ୟ କୁ ପ୍ରଭାବିତ କରୁଛି l ଆସନ୍ତୁ ଜାଣିବା ଏହା କିପରି ଆପଣଙ୍କ ଶରୀର କୁ କ୍ଷତି ଗ୍ରସ୍ତ କରାଇ ଥାଏ l
* କଣ କ୍ୟାନ୍ସର ର କାରଣ ହୋଇପାରେ ଡିଷ୍ପୋଜେବୁଲ କପ :-
ବୈଜ୍ଞାନିକ ଙ୍କ ସୂଚନା ଅନୁସାରେ ଡିଷ୍ପୋଜେବୁଲ କପ ପ୍ଲାଷ୍ଟିକ ଓ କେମିକାଲ ର ବ୍ୟବହାର ରେ ପ୍ରସ୍ତୁତ ହୋଇଥାଏ l ଯଦି ଦୀର୍ଘ ସମୟ ପର୍ଯ୍ୟନ୍ତ ଏହାର ବ୍ୟବହାର ହୋଇଥାଏ ତେବେ କ୍ୟାନ୍ସର ର କାରଣ ହୋଇଥାଏ l ଡାକ୍ତର ଙ୍କ ସୂଚନା ଅନୁସାରେ ଡିଷ୍ପୋଜେବୁଲ ଜିନିଷ ରେ ବିଷ ଫେନୋଲ ଓ ବିପିଏ ଭଳି କେମିକାଲ ରହିଥାଏ l ଯେତେବେଳେ ଏହି କପ ରେ ଚା କିମ୍ବା ଅନ୍ୟ କୌଣସି ଗରମ ପାନୀୟ ପିଆ ଯାଇଥାଏ ତେବେ ଏହି କେମିକାଲ ସେଥିରେ ମିଶି ଯାଇଥାଏ ଓ ଏହି କେମିକାଲ ପେଟରେ ପହଞ୍ଚି ଥାଆନ୍ତି ଓ କ୍ୟାନ୍ସର ଜନ୍ମ ହୋଇଥାଏ l
* ଥାଇରଏଡ଼ ଭଳି ରୋଗର କାରଣ ହୋଇଥାଏ ଡିଷ୍ପୋଜେବୁଲ ଜିନିଷ :-
ବୈଜ୍ଞାନିକ ଙ୍କ ମତ ଅନୁସାରେ ଡିଷ୍ପୋଜେବୁଲ ଜିନିଷ ତିଆରି ହେବା ପାଇଁ କେବଳ କେମିକାଲ ର ବ୍ୟବହାର ହୋଇ ନ ଥାଏ , ଏଥିପାଇଁ ମାଇକ୍ରୋ ପ୍ଲାଷ୍ଟିକ ର ବ୍ୟବହାର ମଧ୍ୟ ହୁଏ l ଯାହାଦ୍ୱାରା ଥାଇରଏଡ଼ ଭଳି ରୋଗରେ ମଧ୍ୟ ଆମେ ପ୍ରଭାବିତ ହୋଇଥାଉ l ଦୀର୍ଘ ସମୟ ପର୍ଯ୍ୟନ୍ତ ଏହାକୁ ବ୍ୟବହାର କରିବା ଦ୍ୱାରା କ୍ୟାନ୍ସର ରେ ମଧ୍ୟ ଆପଣ ପୀଡିତ ହୋଇ ପାରନ୍ତି l ଯେଉଁମାନେ ମଦ୍ୟ ପାନ ଓ ଧୂମ୍ର ପାନ କରନ୍ତି ସେମାନେ ଯଦି ଡିଷ୍ପୋଜେବୁଲ ଜିନିଷ ବ୍ୟବହାର କରିବେ ତେବେ ଏହା କ୍ୟାନ୍ସର ର କାରଣ ହୋଇପାରେ l
* ଡିଷ୍ପୋଜେବୁଲ ର ବିକଳ୍ପ :-
ବୈଜ୍ଞାନିକ ଙ୍କ ମତ ଅନୁଯାୟୀ ଆମେ
ଡିଷ୍ପୋଜେବୁଲ ଜିନିଷ ବ୍ୟବହାର କରିବା ପରିବର୍ତ୍ତେ ଷ୍ଟିଲ ଜିନିଷ , ମାଟି ଜିନିଷ ର ବ୍ୟବହାର କରିବା ଉଚିତ l ଏହି ସବୁ ଜିନିଷ ରେ ଚା କିମ୍ବା ଅନ୍ୟ ପାନୀୟ ପିଇବା ଦ୍ୱାରା ଅନେକ ଲାଭ ମିଳିଥାଏ l ବିଶେଷ ଭାବେ ମାଟି ପାତ୍ରରେ ଏଭଳି ଅନେକ ତତ୍ୱ ରହିଥାଏ ଯାହାକି ଶରୀର ପାଇଁ ଖୁବ ଉପକାରୀ ଅଟେ l