ଧୂଷୁରୀ :ଧାମନଗର ବିଜେପିର ଚିନ୍ତନ ବୈଠକ ଅନୁଷ୍ଠିତ ହୋଇଯାଇଛି ।ବିଧାୟକ ତଥା ବିରୋଧୀ ଦଳର ଉପନେତା ବିଷ୍ଣୁ ସେଠୀ ବୈଠକରେ ମୁଖ୍ୟ ଅତିଥି ରୂପେ ଯୋଗଦେଇ ବିଜେପି ଏକ ରାଜନୈତିକ ସଂଗଠନ ହେଲେ ମଧ୍ୟ ଏହା ଏକ ନିରନ୍ତର ପ୍ରକ୍ରିୟା ଓ ଆନ୍ଦୋଳନ ବୋଲି ପ୍ରକାଶ କରି କାର୍ଯ୍ୟକର୍ତ୍ତାଙ୍କ ସମର୍ପିତ କାର୍ଯ୍ୟ ସଂଗଠନକୁ ଦୃଢ଼ କରିଥାଏ ବୋଲି ମତବ୍ୟକ୍ତ କରିଥିଲେ । ଧାମନଗର ଗ୍ରାମୀଣ ମଣ୍ଡଳ ସଭାପତି ଆଇନଜୀବୀ ଦୀପ୍ତି ରଂଜନ ଜେନାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ବରିଷ୍ଠ ନେତା ଅଶୋକ ପୁହାଣ, ଚତୃଭୂଜ ନାୟକ, ଦୋବଲ ଜିଲ୍ଲା ପରିଷଦ ସଭ୍ୟ ମନୋରଞ୍ଜନ ମଲ୍ଲିକ, ଧାମନଗର ଜିଲ୍ଲା ପରିଷଦ ସଭ୍ୟ ସୁରଥ ସେଠୀ,ଅସୁରାଳି ଜିଲ୍ଲା ପରିଷଦ ସଭ୍ୟା ଉମାମଣି ସାହୁ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ ।
ଏହି ଅବସରରେ ସମସ୍ତ ମଣ୍ଡଳ କମିଟି ଗଠନ ଏବଂ ସାଙ୍ଗଠନିକ ସ୍ଥିତି ସମ୍ପର୍କରେ ସମୀକ୍ଷା ହୋଇଥିଲା ।ମିଡ଼ିଆ ସଂଯୋଜକ ବୈକୁ= ନାଥ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ମଣ୍ଡଳ ସଭାପତି ଅଜୟ ବଳ,ଅରବିନ୍ଦ ପତି,ବୁଦ୍ଧଦେବ ଜେନା,ରାମଚନ୍ଦ୍ର ମିଶ୍ର, ସରପଞ୍ଚ ବିଜୟ ଦାସ,ଡା ନିମାଇଁ ନାୟକ, ରାଜେନ୍ଦ୍ର ସାହୁ,ଅନିରୁଦ୍ଧ ସାହୁ,ଗୟାଧର ନାୟକ,ବିରେନ୍ଦ୍ର ବାରିକ,ଆଇନଜୀବୀ ଗଣେଶ ଦାଶ, ରଞ୍ଜିତ ମହାନ୍ତି,ସୁନିଲ ଘୋଷ,ପ୍ରଶାନ୍ତ ନାୟକ,ବିନୋଦ ରାଉତ,ଶ୍ରୀକାନ୍ତ ନାୟକ,ଅମର ବେହେରା, ପ୍ରମୋଦ ସୂତାର,ବିନୋଦ ରାଉତ,ପ୍ରଶାନ୍ତ ନାୟକ,ସ୍ମୃତି ରଞ୍ଜନ ପଣ୍ଡା,ରମେଶ ପତି, ବରୁଣ ଦାସ,ପ୍ରଶାନ୍ତ ସାହୁ, ପ୍ରଫୁଲ୍ଲ ପାତ୍ର,ସରୋଜ ସୁତାର, ବୁଦ୍ଧଦେବ ଜେନା,ସରୋଜ ପରିଡ଼ା,ଅଶୋକ ଜେନା,କ୍ଷେତ୍ରବାସୀ ବାରିକ,ଶ୍ରୀକାନ୍ତ ଦାସ ପ୍ରମୁଖ ଯୋଗ ଦେଇଥିଲେ