ବାତ୍ୟା ରୂପ ନେଇପାରେ ଲଘୁଚାପ : ଦକ୍ଷିଣ ଓଡିଶାରେ ଅତି ପ୍ରବଳ ବର୍ଷା , 5 ଜିଲ୍ଲାରେ ୟେଲୋ ୱାର୍ଣ୍ଣିଙ୍ଗ , ଗୋପାଳପୁର ବନ୍ଦରରେ 3ନଂ ବିପଦ ସଂକେତ
ଭୁବନେଶ୍ୱର : :ପଶ୍ଚିମ -କେନ୍ଦ୍ରୀୟ ବଙ୍ଗୋପ ସାଗରରେ ସୃଷ୍ଟ ଲଘୁଚାପ ଅଧିକ ଘନୀଭୂତ ହୋଇ ଅବପାତ ରୂପ ନେଇଛି I ତାହା ବାତ୍ୟା ରୂପ ନେଇପାରେ I ଏବେ ପଶ୍ଚିମ ଓ ଉତ୍ତର -ପଶ୍ଚିମ ଦିଗକୁ ଧୀର ଚଳନ କରୁଛି I ଏହାର ପ୍ରଭାବରେ ଦକ୍ଷିଣ ଓଡିଶାରେ ପବନ ସହ ଅତି ପ୍ରବଳ ବର୍ଷା ହେବ I ସେଥିପାଇଁ 5 ଜିଲ୍ଲାରେ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଙ୍ଗ ଦିଆଯାଇଛି I ସେହିସବୁ ଜିଲ୍ଲା ଗୁଡିକ ହେଉଛି ମାଲକାନଗିରି, କୋରାପୁଟ, ନବରଙ୍ଗପୁର ଓ ରାୟଗଡା I ଏନେଇ ଗୋପାଳପୁର ବନ୍ଦରରେ 3 ନମ୍ବର ବିପଦ ସଂକେତ ଦିଆ ଯାଇଛି I
ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏହି ସୂଚନା ଦିଆ ଯାଇଛି I ରିପୋର୍ଟରେ କୁହାଯାଇଛି ଯେ, ୨୪ ଘଣ୍ଟା ମଧ୍ୟରେ ଲଘୁଚାପ ତୀବ୍ର ଅବପାତର ରୂପ ନେଇପାରେ I ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷିବ I ପାଞ୍ଚ ଜିଲ୍ଲାକୁ ୟୋଲେ ୱାର୍ଣ୍ଣିଂ ଜାରି କରାଯାଇଛି I ପବନର ବେଗ ଘଣ୍ଟା ପ୍ରତି 45କିମି ରୁ 60କିମି ମଧ୍ୟରେ ରହିବ I ଆସନ୍ତା 14 ଯାଏ ବର୍ଷା ସ୍ଥିତି ରହିବ I
ପ୍ରାୟ ରାଜ୍ୟରେ ପ୍ରାୟ ୧୫ ଜିଲ୍ଲାରେ ଘଡଘଡି ସହ ବର୍ଷା ସମ୍ଭାବନା ରହିଛି I ବିଶେଷକରି ବାଲେଶ୍ଵର, ଖୋର୍ଦ୍ଧା, କଟକ, ପୁରୀ, ଭଦ୍ରକ, ଗଜପତି, କୋରାପୁଟ, ରାୟଗଡା, ମାଲକାନଗିରି, ସୋନପୁର, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ନୟାଗଡ଼ ଓ ଗଞ୍ଜାମ ଆଦି ଜିଲ୍ଲାର ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି । ଏହି ସମୟରେ ମତ୍ସ୍ୟଜୀବି ସମୁଦ୍ରକୁ ନ ଯିବାକୁ ପରାମର୍ଶ ଦିଆ ଯାଇଛି I ଏନେଇ ଗୋପାଳପୁର ବନ୍ଦରରେ 3 ନମ୍ବର ବିପଦ ସଂକେତ ଦିଆ ଯାଇଛି I ବାକି ବନ୍ଦରରେ ଏକ ନମ୍ବର ବିପଦ ସଂକେତ ଦିଆ ଯାଇଛି I
