ଢ଼େଙ୍କିକୋଟ ୫/୫/୨୪ : ମଦୁଆ ପୁଅ ମଦପିଇ ଆସି ମା କୁ ଖାଇବାକୁ ମାଗିଲା l ମା କହିଲା ପୁଅରେ ଟିକେ ଅପେକ୍ଷାକର, ରୋଷେଇ କରୁଛି l ସେତିକି ରେ ପୁଅର ମୁଣ୍ଡ କୁ ପିତ ଚଢିଲା,ଏକ କାଠଫାଳିଆରେ ମା କୁ ମାରଣାତ୍ମକ ଆକ୍ରମଣ କରି ଜୀବନ ରେ ମାରିଦେଲା l ଏହିପରି ଏକ ଅଭାବନୀୟ ଘଟଣା ଘଟିଯାଇଛି ପାଟଣା ବ୍ଲକ ଖିରେଇଟାଂଗିରି ପଂଚାୟତର ଭାଲୁପହାଡ଼ି ସାହିରେ l ମୃତକ ଜଣକ ହେଲେ ଇଶ୍ବର ଚନ୍ଦ୍ର ନାଏକ କଂ ସ୍ତ୍ରୀ ଗୌରୀ ନାଏକ ( ୫୨) l ମା କୁ ହତ୍ୟା କରିଥିବା ପୁଅର ନାମ ସୁରେନ୍ଦ୍ର ନାଏକ l ଏ ସଂକ୍ରାନ୍ତରେ ଇଶ୍ବର ତୁରୁମୁଙ୍ଗା ଥାନାରେ ଜଣାଇଥିଲେ l ଥାନା ଅଧିକାରୀ ଶବକୁ ଜବତକରି ପୋସ୍ଟ ମୋଟମ କରାଇଛନ୍ତି ଓ ପୁଅକୁ ଗିରଫ କରିଛନ୍ତି l
