ଢ଼େଙ୍କିକୋଟ ତା ୫/୫/୨୪ : କେନ୍ଦୁଝର ଜିଲ୍ଲା ର ବହୁ ସମ୍ବେଦନଶୀଳ ହାଇଲାଇଟ ନିର୍ବାଚନ ମଣ୍ଡଳୀ ଘସିପୁରା ପାଇଁଁ ପୁଣିଥରେ ବିଜୁ ଜନତା ଦଳ ତରଫରୁ ବର୍ଷୀୟାନ୍ ରାଜନେତା, ଅପରାଜେୟ ବିଧାୟକ ବଦ୍ରୀ ନାରୟଣ ପାତ୍ର କୁଂ ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରାଥୀ କରିଛନ୍ତି l ଏହି ପରିପ୍ରେକ୍ଷୀରେ ତାଂକ ପୁତ୍ର ଯିଏକି ଘସିପୁରା ବ୍ଲକ୍ ପୁର୍ବତନ ବ୍ଲକ୍ ଅଧ୍ୟକ୍ଷ,ସମାଜସେବୀ,ଯୁବ ପ୍ରତିଭା, ସୁ ପ୍ରବକ୍ତା, ବିଚକ୍ଷଣ ପ୍ରତିଭା ର ଅଧିକାରି ଦେବାଶିଷ ପାତ୍ର ଓରଫ ଟୁଟୁ ବାବୁ ବାପା କଂ ପାଇଁଁ ତୋଫାନି ପ୍ରଚାର ଆରମ୍ଭ କରିଛନ୍ତି l କେନ୍ଦୁଝର ଜିଲ୍ଲାର ବିଜୁ ଜନତା ଦଳ ର ପିତାମହ ଭୀଷ୍ମ ବଦ୍ରୀ ନାରୟଣ ପାତ୍ର କୁଂ କିଏ ନ ଜାଣେ l ତାଂକର ସଂଗଠନ, ଲୋକ ସମ୍ପର୍କ, ମଣିଷ ପଣିଆଁ ପାଖରେ ସମସ୍ତେ ନିଜର ହୋଇଯାଆନ୍ତି l ତେବେ ବାପା କଂ ପାଇଁଁ ପୁଅ ର ପ୍ରଚାର ଭୋଟର ମାନଂକୁ ଆହୁରି ଆକ୍ରୁଷ୍ଟ କରୁଛି l ଯେଉଁ ନିର୍ବାଚନୀ ସଭାକୁ ଗଲେ ହଜାର ହଜାର ଲୋକ ସମାଗମ ଦେଖିବାକୁ ମିଳିଛି l ଲୋକ ମାନଂକ ଭଲ ପାଇବା, ଭରସା ବିଶ୍ବାସ କୁ ନେଇ ପୁଣିଥରେ ବଦ୍ରୀ ପାତ୍ର ବିପୁଳ ପରିମାଣରେ ବିଜୟୀ ହେବେ ବୋଲି ଆଲୋଚନା ହେଉଛି l ସବୁ ବର୍ଗର ଲୋକମାନେ ତାଂକୁ ସ୍ବାଗତ କରୁଛନ୍ତି l ଗୋଟିଏ ପଟରେ ଦେବାଶିଷ ପାତ୍ର କଂ ଲୋକପ୍ରିୟତା ମଧ୍ୟ କମ୍ ନୁହେଁ l ଯୁବ ପ୍ରତିଭା ମାନେ ଦେବାଶିଷ ପାତ୍ର କୁଂ ଦିଲ କି ଧଡ଼କନ ଭାବେ ବାଛି ନେଇଛନ୍ତି l ଅନ୍ୟ ଦଳର ପ୍ରାଥୀ ପ୍ରଚାରରେ ଗଲେ ଲୋକମାନେ ବିରୋଧ କରୁଛନ୍ତି l ତେବେ ବଦ୍ରୀ ପାତ୍ର ତ ଜିତିବେ ହେଲେ କେତେ ଭୋଟ୍ ପରିମାଣରେ ଜିତିବେ ତାହା ସମୟ କହିବ l
