ଢ଼େଙ୍କିକୋଟ ତା ତା ୮/୪/୨୪ : ଢ଼େଙ୍କିକୋଟ ଫାଣ୍ଡି ଖଣ୍ଟଘର ପଞ୍ଚାୟତ ଅନ୍ତର୍ଗତ ତଣ୍ଡିବେଡ଼ା ହାଇସ୍କୂଲ ନିକଟରେ ଗତକାଲି ଜଣେ ଅଜଣା ବ୍ୟକ୍ତି କଂ ମୃତ ଦେହକୁ ଢ଼େକିଂକୋଟ ପୁଲିସ ଉଦ୍ଦାର କରିଛି l ତେବେ ଲୋକଟିର ବୟସ ପାଖାପାଖି ୬୦/୬୫ ଭିତରେ ହେବ l କେଉଁ ଏକ ଅଜଣା ଗାଡି ଧକ୍କା ଦେଇ ଚାଲିଯାଇଛି ବୋଲି ପୋଲିସ ପ୍ରକାଶ କରିଛି l ସେ ଏକ ନିଳ ଓ ଧଳା ମିଶ୍ରିତ ଏକ ଚେକ୍ ସାର୍ଟ ପିନ୍ଧିଥିବା ବେଳେ ଲୁଙ୍ଗି ପିନ୍ଧିଛନ୍ତି l ଶରୀରର ମୁହିଁ,ବେକ,ମୁଣ୍ଡ ରେ କ୍ଷତ ଚିନ୍ହ ଅଛି l ଖବରପାଇ ଢ଼େଙ୍କିକୋଟ ଫାଣ୍ଡି ପୁଲିସ ଶବକୁ ଜବତକରି କେନ୍ଦୁଝର ଶବଦାହ ଗୃହରେ ରଖିଛନ୍ତି l ଲୋକଟିର ପରିଚୟ ଜାଣିବା ପରେ ପୁଲିସ ଅନ୍ୟକିଛି ପଦକ୍ଷେପ ନେବବୋଲି ପ୍ରକାଶ କରିଛନ୍ତି l ତେଣୁ ଯେ କେହି ଲୋକଟିର ପରିଚୟ ଜାଣିଥିଲେ ଢ଼େକିଂକୋଟ ପୁଲିସ କୁ ଜଣାଇବାକୁ ଅନୁରୋଧ l