Odisha news

ବଲେରୋ ଗାଡି ଓଲଟିଲା, ଯୁବକର ମୃତ୍ୟୁ 

0
ଢ଼େଙ୍କିକୋଟ ତା ୧୬/୩ : ଢ଼େଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ସାନ୍ତରାପୁର ପଞ୍ଚାୟତ ର ଅସୁରବାହାଳି ସାହି ନିକଟରେ ଗତକାଲି ସନ୍ଧ୍ୟାରେ ଏକ ବଲେରୋ ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ଚାଳକ ର ମୃତ୍ୟୁ ହୋଇଯାଇଛି l ସେ ହେଲେ ଉକ୍ତ ସାନ୍ତରାପୁର ଗ୍ରାମର ଦିଲ୍ଲିପ ବେହେରା ( ୩୫ ) l ତେବେ ବଲେରୋ ଗାଡିରେ ଅନ୍ୟମାନେ ସାମାନ୍ୟ ଗୁରୁତ୍ୱର ହୋଇଛନ୍ତି l ଦିଲୀପ କୁ ଗୁରୁତ୍ୱର ଅବସ୍ତାରେ ଘଟଗାଁ ଗୋଷ୍ଠୀ ସ୍ବାସ୍ତ୍ୟ କେନ୍ଦ୍ରକୁ ପଠାଯାଇଥିଲା l ସେଠାରେ ତାଂକର ମୃତ୍ୟୁ ହୋଇଯାଇଛି l ଖବରପାଇ ଢ଼େଙ୍କିକୋଟ ଫାଣ୍ଡି ଅଧିକାରୀ ତ୍ରିନାଥ ନାୟକ ଘଟଣା ସ୍ତଳରେ ପହଂଚି ଗାଡିକୁ ଜବତ କରିବା ସହିତ ଘଟଗାଁ ଡାକ୍ତରଖାନାକୁ ଯାଇ ଶବକୁ ପୋଷ୍ଟ ମୋଟମ ପାଇଁ ପଠାଇଛନ୍ତି  l ତେବେ ଉକ୍ତ ଯୁବକ ର ମୃତ୍ୟୁ ଯୋଗୁଁ ଗ୍ରାମରେ ଶୋକର ଛାୟା ଖେଳିଯାଇଛି l
Leave A Reply