ଢ଼େଙ୍କିକୋଟ ଚା ୧୯. ୧୨. ୨୩ : ନାମ ତାଂକର ଅରବିନ୍ଦ କୁମାର ମିଶ୍ର, ଜାତିରେ ବ୍ରାହ୍ମଣ l ଘର ବିହାର ରାଜ୍ୟର ପାଟନା ଜିଲ୍ଲା ଅନ୍ତର୍ଗତ ମିଥିଳା କଲୋନୀ ର ଏକଟାନଗର l ସେ ଜଣେ ଦିବ୍ୟlଙ୍ଗ, ବୟସ ପାଖାପାଖି ୫୦ ଭିତରେ l ବର୍ତମାନ ସେ ତାଙ୍କର ତିନି ଚକିଆ ହୁଇଲ ଚେୟାର ରେ ବୁଲିବୁଲି ସଚେତନତା ବାର୍ତ୍ତା ଲୋକ ମାନଂକୁ ଦେଉଛନ୍ତି l ଯେପରି କି କନ୍ୟା ସନ୍ତାନ ର ସୁରକ୍ଷା,ରକ୍ତଦାନ ମହତ୍ ଦାନ, ଗାଡି ଚଳେଇବା ବେଳେ ମୋବାଇଲ ସୁଇଚ୍ ଅଫ୍ କରିବା ଇତ୍ୟାଦି ଇତ୍ୟାଦି l ଲୋକ ମାନେ ଖୁସିରେ ଯିଏ ଯାହା ଦେଲେ ସେଥିରେ ସେ ଚଳି ଯାଉଛନ୍ତି l ମନରେ ଦୁଖ, ଅବଶୋଷ ନାହି l ଲକ୍ଷ୍ୟ ଅଛି କାଶ୍ମୀର ପର୍ଯ୍ୟନ୍ତ ଯିବାକୁ l ଆଜି ଏହିପରି ଏକ ମୁହୁର୍ତ୍ତରେ ଆମ ପ୍ରତିନିଧି ତାଂକୁ ସାକ୍ଷତକରି ସବୁକିଛି ବୁଝିଥିଲେ l ସେ ମଧ୍ୟ ଖୁସୀ ଅନୁଭବ କରିଥିଲେ l ତେବେ ଦିବ୍ୟଙ୍ଗ ହେଲେ ବି ଆଜି ଅନ୍ୟପାଇଁ ଉଦାହରଣ ପାଲଟି ଯାଇଛନ୍ତି l