Odisha news

ସାକ୍ଷୀଗୋପାଳ କଲେଜରେ ଦୌଡ଼, କୁଦ ପ୍ରତିଯୋଗିତା

0
ସାକ୍ଷୀଗୋପାଳ :  ସ୍ଥାନୀୟ  ଉତ୍କଳମଣି ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟରେ  ରାଜ୍ୟ ସରକାର ପ୍ରାୟୋଜିତ ‘ନୂଆ -ଓ’ କାର୍ଯ୍ୟକ୍ରମ  ଆନୁକୂଲ୍ୟରେ +3  ଏବଂ +2 ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଆଜି  ଟଗ ଅଫ ୱାର , ଦୌଡ଼ , ଉଚ୍ଚ ଡିଆଁ, ଜାଭେଲିଙ୍ଗ ଥ୍ରୋ,ତଥା ସଟ ପୁଟ ଥ୍ରୋ  ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।  ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ସତ୍ୟ ଶିବ ସୁନ୍ଦର ମିଶ୍ର ଏହି ସାଂସ୍କୃତିକ କାର୍ଯ୍ୟକ୍ରମର ଶୁଭାରମ୍ଭ  କରିଥିଲେ। ଏହି ପ୍ରତିଯୋଗିତାରେ ଛାତ୍ରଛାତ୍ରୀମାନେ ସେମାନଙ୍କ ନିକଟରେ ଥିବା କ୍ରୀଡ଼ା ଦକ୍ଷତା ପ୍ରଦର୍ଶନ କରିଥିଲେ।  ଏହି ଉତ୍ସବଗୁଡ଼ିକୁ +2 ନୋଡାଲ ଅଫିସର ପ୍ରଫେସର ଧନୁର୍ଦ୍ଧର ମୁଦୁଲି ତଥା +3 ନୋଡାଲ ଅଫିସର ପ୍ରଫେସର ଚନ୍ଦ୍ରଶେଖର ତ୍ରିପାଠୀ ପରିଚାଳନା କରିଥିବାବେଳେ ପ୍ରାଧ୍ୟାପିକା ଡ଼ଃ କଳ୍ପନା କୁମାରୀ ମହାପାତ୍ର,ଡ଼ଃ ଶଙ୍କର୍ଷଣ ପ୍ରଧାନ ପ୍ର. ପୁପୁଲ ମହାନ୍ତି, ପ୍ର. ବିଜୟଲଷ୍ମୀ ମିଶ୍ର,  ପ୍ର. ଦିଲ୍ଲୀପ ବେହେରା,ପ୍ର. ଦର୍ଶନା ବାରିକ, ପ୍ର. ଦିପ୍ତିମୟୀ ସାହୁ, ପ୍ର. ବିଶ୍ଵନାଥ ଚୁହାଣ , ପ୍ର. ସାର୍ଥକ ମିଶ୍ର, ପ୍ର. ମନୋଜ ମହାକୁଡ଼ ପ୍ରମୁଖ ପୂର୍ଣ୍ଣ ମାତ୍ରାରେ ସହଯୋଗ କରିଥିଲାବେଳେ ଅନୁଷ୍ଠାନର କ୍ରୀଡ଼ା ଶିକ୍ଷକ ଶ୍ରୀଯୁକ୍ତ ରଘୁନାଥ ପରିଡ଼ା କ୍ରୀଡ଼ା ପ୍ରତିଯୋଗିତାଟିକୁ ସମ୍ପୂର୍ଣ୍ଣ ତଦାରଖ କରିଥିଲେ। ପ୍ରତିଯୋଗିତାରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ତଥା ସମସ୍ତ ଛାତ୍ରଛାତ୍ରୀମାନେ ଉପସ୍ଥିତ ରହି ଖେଳାଳୀମାନଙ୍କୁ ଉତ୍ସାହିତ କରିଥିଲେ

Leave A Reply