Odisha news

ଟ୍ରକ ସହିତ କାର୍ ଧକ୍କା : ବଞ୍ଚିଗଲା ୩ ଜୀବନ

0
ଢ଼େଙ୍କିକୋଟ ତା ୨୬. ୧୧. ୨୩ ; କେନ୍ଦୁଝର ଜିଲ୍ଲା ଟାଉନଥାନା ଅନ୍ତର୍ଗତ ୨୦ ନମ୍ବର ଜାତିୟ ରାଜପଥ ବଡ଼ପଶି ନିକଟରେ ଆଜି ଅପରାହ୍ଣରେ ଏକ ଆଇରନ ବୋଝେଇ ଟ୍ରକ ସହିତ କାର୍ ଧକ୍କା ହୋଇଥିଲା l ତେବେ ଟ୍ରକ ଗାଡିଟି ଝୁମ୍ପୁରା ର ହୋଇଥିବା ବେଳେ ଡ୍ରାଇଭର ର ଉପସ୍ତିତ ବୁଦ୍ଧି ଯୋଗୁଁ କାର୍ ରେ ଥିବା ତିନିଜଣକଂର ଜୀବନ ବଞ୍ଚିଯାଇଛି l ସୁନ୍ଦରଗଡ ଜିଲ୍ଲା ଏନ. ଟି. ପି. ସି ରେ କାର୍ଯ୍ୟରତ ଶ୍ରୀଧର କୁମାର୍ ଜେନା ତାଂକ ସ୍ତ୍ରୀ ଓ ପୁଅ ସହିତ କାର୍ ଯୋଗେ ଯାଜପୁର କୁ ଯାଉଥିଲେ l ତେବେ ବଡ଼ପଶି ନିକଟରେ ସେ କାର୍ ଗାଡକୁ ନିୟନ୍ତ୍ରଣ କରିନପାରି ଟ୍ରକ ସାମ୍ନାକୁ ଚାଲିଆସିଥିଲେ l ଟ୍ରକ ଡ୍ରାଇଭର ର ଉପସ୍ତିତ ବୁଦ୍ଧି ଯୋଗୁଁ କାର୍ ଗାଡି ସହିତ ଟ୍ରକ ର ଧକ୍କା ହୋଇଥିଲେବି କାର୍ ରେ ଥିବା ତିନିଜଣକଂର କୌଣସି କ୍ଷତି ହୋଇନାହିଁ l ଖବରପାଇ ପୋଲିସ୍ ଘଟଣା ସ୍ତଳରେ ପହଂଚି ତଦନ୍ତ ଚାଲୁରଖିଛନ୍ତି l
Leave A Reply